ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଜାଣନ୍ତୁ କିଏ କଣ ହେଲେ

Published: Apr 11, 2022, 7:30 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ବରିଷ୍ଠ ଆଇପିଏସ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଥିଲେ।

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଆର ପି କୋଚେଙ୍କୁ ନିଯୁକ୍ତି ଦିଆଯାଇଛି। କୋଚେ ପୂର୍ବପରି ଏସଏପି ର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏ ନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।

Related posts