ପ୍ରତାପ ଜଙ୍ଗଲରେ ଅଗ୍ନିକାଣ୍ଡ, ବହୁ ମୂଲ୍ୟବାନ ଗଛ ନଷ୍ଟ

Published: Apr 12, 2022, 6:38 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁରର ପ୍ରତାପ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହେଲା ଏକର ଏକର ଫସଲ। ଖବର ମୁତାବକ ମଙ୍ଗଳବାର ମଧ୍ୟାହ୍ନରେ ପ୍ରତାପ ଜଙ୍ଗଲରେ କୌଣସି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିଲେ। ଫଳରେ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ବେହେରା ଏବଂ ନାରାୟଣ ବେହେରାଙ୍କ ଚାରି ଏକର ଜମିରେ ନିଆଁ ଲାଗିଯାଇଥିଲା। ଉକ୍ତ ଜମିରେ ବହୁମାତ୍ରାରେ ରୋପଣ ହୋଇଥିବା ଆମ୍ବ, କାଜୁ, ଲେମ୍ବୁ ଏବଂ ଶାଗୁଆନ ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇ ଗୋଟି ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବାରମ୍ବାର ବନବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ଅନୁରୋଧ କରାଯାଉଥିଲେ ସୁଦ୍ଧା ଦୁର୍ବୁତ୍ତ ମାନେ ତାହାକୁ ଭୃକ୍ଷେପ କରୁନାହାନ୍ତି ଏବଂ ଏପରି କାଣ୍ଡ ଭିଆଉଛନ୍ତି। ବନବିଭାଗ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି।

Related posts