ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ, ସମସ୍ତେ ସୁରକ୍ଷିତ

Published: Apr 15, 2022, 11:09 am IST

ନୂଆଦିଲ୍ଲୀ: ଇଣ୍ଡିଗୋର ଦିବ୍ରୁଗଡ-ଦିଲ୍ଲୀ ବିମାନ ଉଡ଼ାଣ ସମୟରେ ଗୁରୁବାର ଦିନ ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। କିନ୍ତୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ କ୍ରୁ ସଦସ୍ୟମାନେ ଏହାକୁ ଲିଭାଇଦେଇଥିଲେ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀ (ଡିଜିସିଏ) କହିଛନ୍ତି ଯେ, ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କୌଣସି କ୍ରୁ ସଦସ୍ୟ ଆହତ ହୋଇନାହାଁନ୍ତି। ବିମାନଟି ଦିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ଯାତ୍ରୀଙ୍କ ଫୋନରୁ ସ୍ପାର୍କ ଏବଂ ଧୂଆଁ ବାହାରୁଥିବାର ଜଣେ କ୍ରୁ ସଦସ୍ୟ ଦେଖିଥିଲେ। ଏହା ପରେ କ୍ରୁ ସଦସ୍ୟ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ।

ବିମାନଟି ଗୁରୁବାର ଦିନ ଅପରାହ୍ନ ୧୨.୪୫ ସମୟରେ ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ଅବତରଣ କରିଛି।

Related posts