Categories
ଆଜିର ଖବର ଜାତୀୟ ଖବର

ଢାକାରେ ଜରୁରୀକାଳୀନ ଅବତରଣ କଲା ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ବାଂଲାଦେଶର ରାଜଧାନୀ ଢକାରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ନମ୍ବର 6E 5319 ମୁମ୍ବାଇରୁ ଗୁଆହାଟୀ ଯିବାକୁ ଥିଲା, କିନ୍ତୁ ଗୁଆହାଟୀରେ ଘନ କୁହୁଡି ହେତୁ ବିମାନ ସେଠାରେ ଅବତରଣ କରି ପାରିନଥିଲା। ବିମାନଟି ଢାକା ବିମାନବନ୍ଦରରେ ଅବତରଣ କରିଥିଲା। ବିଶେଷ କଥା ହେଉଛି ଏହି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ପାଖରେ ପାସପୋର୍ଟ ନାହିଁ। ଏଭଳି ପରିସ୍ଥିତିରେ ଢକା ବିମାନବନ୍ଦରରେ ଠିଆ ହୋଇଥିବା ବିମାନ ଭିତରେ ସମସ୍ତ ଯାତ୍ରୀ ବସିଛନ୍ତି।

ମୁମ୍ବାଇର ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁରଜ ସିଂ ଠାକୁର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି ଯେ, ମୁମ୍ବାଇରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ବର୍ତ୍ତମାନ ଢକାରେ ଅବତରଣ କରିଛି।

ସେ ଆହୁରି ଲେଖିଛନ୍ତି ଯେ, ମୁଁ ମୁମ୍ବାଇରୁ ଗୁଆହାଟୀ ପର୍ଯ୍ୟନ୍ତ IndiGo6E ବିମାନ ନମ୍ବର 6E 5319 ରେ ଯାତ୍ରା କରିଥିଲି। କିନ୍ତୁ ଘନ କୁହୁଡି ଯୋଗୁଁ ବିମାନଟି ଗୁଆହାଟୀରେ ଅବତରଣ କରିପାରିଲା ନାହିଁ। ଗୁଆହାଟି ବଦଳରେ ଏହାକୁ ଢାକାରେ ଅବତରଣ କରାଯାଇଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ବିମାନରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କାହାର ପାସପୋର୍ଟ ନାହିଁ। ଏବଂ ସମସ୍ତେ ପାସପୋର୍ଟ ବିନା ଢାକା ବିମାନବନ୍ଦରରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ମାସରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ ବିମାନ

ଭୁବନେଶ୍ଵର: ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଏଥର ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରୀମାନେ କୋଲକାତା ଓ ବେଙ୍ଗାଲୁରୁ ସିଧାସଳଖ ଯାତ୍ରା କରିପାରିବେ। ଘରୋଇ ଇଣ୍ଡିଗୋ ବିମାନ ଆସନ୍ତା ମାସରୁ ଏହି ଉଡ଼ାଣ ଆରମ୍ଭ କରିବ। ନଭେମ୍ବର ୫ ତାରିଖରୁ କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ଗତକାଲିଠାରୁ ଏହାର ବୁକିଂ ଆରମ୍ଭ ହୋଇଛି।

ଉଡାଣ ସମୟ:

୧- କୋଲକାତାରୁ ସନ୍ଧ୍ୟା ୫ ଟା ୫୦ ରେ ବାହାରିବ, ସନ୍ଧ୍ୟା ୭ ଟା ୨୫ ମିନିଟ୍‌ରେ  ଝାରସୁଗୁଡ଼ାରେ ପହଞ୍ଚିବ

ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଝାରସୁଗୁଡ଼ାରୁ ବାହାରିବ, ରାତି ୯ ଟା ୨୦ ମିନିଟ୍‌ରେ କୋଲକାତାରେ ପହଞ୍ଚିବ।

୨- ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବାହାରିବ, ଦିନ ୧୨ ଟା ୨୦ ରେ ଝାରସୁଗୁଡ଼ାରେ ପହଞ୍ଚିବ

ଝାରସୁଗୁଡ଼ାରୁ ଦିନ ୧୨ ଟା୫୦ ରେ ବାହାରିବ, ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ।

ତେବେ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ଦିଲ୍ଲୀ ଯାଉଥିବା ସ୍ପାଇସ ଜେଟ୍ ବିମାନ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ବିମାନ ଦିନ ୩.୨୫ମି.ରେ ପହଞ୍ଚି ୩. ୫୫ ମିନିଟ୍‌ରେ ଉଡ଼ାଣ ଭରିବ। ପୂର୍ବରୁ ଏହି ବିମାନ ସନ୍ଧ୍ୟା ୭ଟାରେ ପହଞ୍ଚି ୮ ଟାରେ ଉଡ଼ାଣ ଭରୁଲା। ତେବେ ବୁଧବାରଠାରୁ ଏହି ପରିବର୍ତ୍ତିତ ସମୟ ଅନୁସାରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖ ଯାଏ ଏହି ସମୟରେ ବିମାନ ଉଡ଼ାଣ କରିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ମାତ୍ର ଦଶ ହଜାର ଟଙ୍କାରେ ଯିବେ ଦୁବାଇ, ଆଜିଠୁ ଆରମ୍ଭ ହେଲା ଭୁବନେଶ୍ବର ଦୁବାଇ ବିମାନ ସେବା

ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବର ଦୁବାଇ ବିମାନ ସେବା। ସେହି ପରିପ୍ରେକ୍ଷୀରେ ଇଣ୍ଡିଗୋ ତରଫରୁ ଏହି ଅଫର ଦିଆଯାଇଛି।ଏହି ଅଫର ମାତ୍ର କିଛିଦିନ ପାଇଁ ରହିଛି।

ଏହି ବିମାନଟି ଭୁବନେଶ୍ବରରୁ ସପ୍ତାହରେ ତିନିଦିନ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ଚାଲିବ। ଦୁବାଇରୁ ଏହି ବିମାନଟି ପ୍ରତ୍ୟେକ ଥର ସ୍ଥାନୀୟ ସମୟ ଅନୁସାରେ ୧୧ଟା ୨୫ ମିନିଟରେ ଛାଡିବ। ସେହିପରି ଭୁବନେଶ୍ବରରେ ଏହି ବିମାନ ଅପରାହ୍ନ ୫ ଟା ୨୦ ମିନିଟରେ ପହଞ୍ଚିବ। ଭୁବନେଶ୍ବରରୁ ଏହା ୬ ଟା ୩୦ ମିନିଟରୁ ଛାଡିବ ଏବଂ ଦୁବାଇରେ ୯ ଟା ୪୫ ମିନିଟରେ ପହଞ୍ଚିବ।

ଆଜି ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ସହିତ ଧକ୍କା ହେଲା ପକ୍ଷୀ, ଅହମ୍ମଦାବାଦ ଫେରିଲା ବିମାନ

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଇଣ୍ଡିଗୋ ବିମାନ ସହିତ ପକ୍ଷୀ ଧକ୍କା ହୋଇଥିବା ଜଣାପଡିଛି। ଏହା ପରେ ବିମାନଟି ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି। ଡିଜିସିଏ ଏହି ସୂଚନା ଦେଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ‘ଇଣ୍ଡିଗୋ ଏ୩୨୦ ବିମାନ VT-IZI’ ର ସୁରଟ-ଦିଲ୍ଲୀ ବିମାନ ୬ଇ-୬୪୬ ସଞ୍ଚାଳିତ ହେଇଥିଲା। ସୁରଟରେ ଉଡ଼ିବା ସମୟରେ ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲେ, ଏହା ପରେ ଏହାକୁ ଅହମ୍ମଦାବାଦ ଆଡକୁ ନିଆଯାଇଥିଲା। ବିମାନଟି ଏନ-୧ କମ୍ପନ ସୃଷ୍ଟି କରିଥିଲା ​​ଯାହା ୪.୭ ୟୁନିଟ୍ ଥିଲା। ବିମାନଟି ଅହମ୍ମଦାବାଦରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଯାନ୍ତ୍ରିକ ତ୍ରୁଟି ପରେ କରାଚିରେ ଅବତରଣ କଲା ଇଣ୍ଡିଗୋ ବିମାନ, ୨ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ପରେ ଇଣ୍ଡିଗୋର ଶାରଜା-ହାଇଦ୍ରାବାଦ ବିମାନକୁ ପାକିସ୍ତାନର କରାଚିରେ ଅବତରଣ କରିବାକୁ ପଡିଛି। ଯେତେବେଳେ ବିମାନର ପାଇଲଟ୍ ବଯାନ୍ତ୍ରିକ ତ୍ରୁଟି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ସତର୍କତାମୂଳକ ଭାବରେ ବିମାନକୁ ପାକିସ୍ତାନର କରାଚି ଆଡକୁ ପଥ ପରିବର୍ତ୍ତନ କରିଥିଲେ। ଏହା ପରେ ତାଙ୍କୁ କରାଚି ବିମାନବନ୍ଦରରେ ଅବତରଣ କରାଯିବା ପରେ ସେଠାରେ ବିମାନର ଅନୁସନ୍ଧାନ କରାଯାଉଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନଙ୍କୁ ବିମାନରେ ଆଣିବା ପାଇଁ ଇଣ୍ଡିଗୋ ଏୟାରଲାଇନ୍ କରାଚିରେ ଆଉ ଏକ ବିମାନ ପଠାଇବାକୁ ଯୋଜନା କରିଛି।

ବିମାନ ସେବା ଦ୍ଵାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଇଣ୍ଡିଆଗୋ ବିମାନ 6E-1406 ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିଲା। ପାଇଲଟ ଏକ ଯାନ୍ତ୍ରିକ ତ୍ରୁଟି ଦେଖିଲେ। ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରାଯାଇଥିଲା ଏବଂ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନଟି କରାଚି ଆଡକୁ ନିଆଯାଇଥିଲା। ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ପାଇଁ କରାଚିରେ ଏକ ଅତିରିକ୍ତ ବିମାନ ପଠାଯାଉଛି।

ସୂଚନା ଥାଉକି ଏଭଳି ଘଟଣା ୨ ସପ୍ତାହରେ ଦୁଇଥର ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇ ଭାରତୀୟ ବିମାନକୁ କରାଚି ଠାରେ ଜରୁରୀକାଳିନ ଅବତରଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ, ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ: ଇଣ୍ଡିଗୋର ଦିବ୍ରୁଗଡ-ଦିଲ୍ଲୀ ବିମାନ ଉଡ଼ାଣ ସମୟରେ ଗୁରୁବାର ଦିନ ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। କିନ୍ତୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ କ୍ରୁ ସଦସ୍ୟମାନେ ଏହାକୁ ଲିଭାଇଦେଇଥିଲେ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀ (ଡିଜିସିଏ) କହିଛନ୍ତି ଯେ, ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କୌଣସି କ୍ରୁ ସଦସ୍ୟ ଆହତ ହୋଇନାହାଁନ୍ତି। ବିମାନଟି ଦିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ଯାତ୍ରୀଙ୍କ ଫୋନରୁ ସ୍ପାର୍କ ଏବଂ ଧୂଆଁ ବାହାରୁଥିବାର ଜଣେ କ୍ରୁ ସଦସ୍ୟ ଦେଖିଥିଲେ। ଏହା ପରେ କ୍ରୁ ସଦସ୍ୟ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ।

ବିମାନଟି ଗୁରୁବାର ଦିନ ଅପରାହ୍ନ ୧୨.୪୫ ସମୟରେ ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ଅବତରଣ କରିଛି।

Categories
ଆଜିର ଖବର ଜାତୀୟ ଖବର

ଧୂଆଁ ଦେଖିବା ପରେ ନାଗପୁରରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନାଗପୁର: ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ନାଗପୁରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E 7074 ଅହମ୍ମଦାବାଦରୁ ଲକ୍ଷ୍ନୌକୁ ନାଗପୁର ଦେଇ ଯାଉଥିଲା। ଏହି ବିମାନଟି ସକାଳ 7.15 ରେ ଅହମ୍ମଦାବାଦରୁ ଉଡ଼ିଗଲା। ଏହି ବିମାନରେ 50 ଜଣ ଯାତ୍ରୀ ଏବଂ 4 ଜଣ କର୍ମଚାରୀ ଥିଲେ। ପାଇଲଟ ବିମାନରେ ଧୂଆଁ ଦେଖିଲେ, ଏହା ପରେ ନାଗପୁରରେ ସକାଳ 8.33 ରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ତେବେ ବର୍ତ୍ତମାନ ସମୟରେ କୌଣସି ଯାତ୍ରୀଙ୍କ ଆଘାତ ହେବାର ଖବର ନାହିଁ। ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଛି। ଅନୁସନ୍ଧାନ ପାଇଁ ବିମାନରେ ଏକ ଇଞ୍ଜିନିୟର ଦଳ ଉପସ୍ଥିତ ଅଛନ୍ତି। ଯାତ୍ରୀମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ନାଗପୁର, ଦିଲ୍ଲୀ କିମ୍ବା ଲକ୍ଷ୍ନୌକୁ ନିଆଯାଉଛି। ଏଥି ସହିତ, କିଛି ଯାତ୍ରୀ ମଧ୍ୟ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତ୍ତିବା ଘଟଣା: ତଦନ୍ତ କରିବ ଡିଜିସିଏ

ନୂଆଦିଲ୍ଲୀ: ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ମଧ୍ୟରେ ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ଏହି ମାମଲାର ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ କରିବ। ଗୁରୁତର ସୁରକ୍ଷା ଉଲ୍ଲଂଘନ ଘଟଣାର ସୂଚନା ଦେଶର ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏକୁ ଦିଆଯାଇଛି ଏବଂ ନିର୍ଦ୍ଦେଶକ ଜେନେରାଲ ଅରୁଣ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଅରୁଣ କୁମାର କହିଛନ୍ତି, ‘ଆମେ ଅନୁସନ୍ଧାନ କରୁଛୁ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ଘଟଣା ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛି।

ଅଧିକାରୀଙ୍କ କହିବାନୁସାରେ, ବାଙ୍ଗାଲୋରରୁ କୋଲକାତା ଏବଂ ଭୁବନେଶ୍ୱର ପର୍ଯ୍ୟନ୍ତ ଦୁଇଟି ଇଣ୍ଡିଗୋ ବିମାନ ଉଡ଼ାଣରେ ସମାନ ଧରଣର ଆକାଶ ମାର୍ଗରେ ଥିବାରୁ ରାଡାର ଅପରେଟର ଏବଂ ଏଟିସି ଅଧିକାରୀଙ୍କ ମଧ୍ୟରେ ଯୋଗାଯୋଗ ଏବଂ ଅବହେଳା ପ୍ରକାଶ ପାଇଥିଲା। ଡିଜିସିଏ ଅଧିକାରୀମାନେ କହିଛନ୍ତି, ‘ଜାନୁୟାରୀ ୭ ତାରିଖ ୨୦୨୨ ରେ, ଦୁଇଟି ଇଣ୍ଡିଗୋ ବିମାନ ୬ଇ ୪୫୫ (ବେଙ୍ଗାଲୁରୁ-କୋଲକାତା) ଏବଂ ୬ଇ ୨୪୬ (ବାଙ୍ଗାଲୋର-ଭୁବନେଶ୍ୱର) ବାଙ୍ଗାଲୋର ବିମାନବନ୍ଦରରେ’ ବ୍ରିଚ ଅଫ ସେପାରେସନରେ ସାମିଲ ଥିଲା।