ଦେଶରେ ପୁଣି ବଢିଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୯୦ ପ୍ରତିଶତକୁ ବୃଦ୍ଧି

Published: Apr 18, 2022, 10:50 am IST

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୧୮୩ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୧୪ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୫ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ ୪, ୨୫, ୧୦, ୭୭୩ ଲୋକ କରୋନାକୁ ପରାସ୍ତ କରିଛନ୍ତି। ଦେଶରେ ୧୧ ହଜାର ୫୪୨ ଟି ସକ୍ରିୟ ମାମଲା ରହିଛି।

ଏହାପୂର୍ବରୁ ରବିବାର ଦିନ ଭାରତରେ କୋଭିଡର ୧,୧୫୦ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହି ସୂଚନା ଦିଆଯାଇଛି।

ଉଲ୍ଲେଖନୀୟ ବିଷୟ ହେଉଛି ଅଗଷ୍ଟ ୭ ତାରିଖ ୨୦୨୦ରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ, ଅଗଷ୍ଟ ୨୩ ତାରିଖ ୨୦୨୦ରେ ୩୦ ଲକ୍ଷ ଏବଂ  ସେପ୍ଟେମ୍ବର ୫ ତାରିଖ ୨୦୨୦ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା।

ସଂକ୍ରମଣର ମୋଟ ମାମଲା ସେପ୍ଟେମ୍ବର ୧୬ ତାରିଖ ୨୦୨୦ରେ ୫୦ ଲକ୍ଷ,  ସେପ୍ଟେମ୍ବର ୨୮ ତାରିଖ ୨୦୨୦ରେ ୬୦ ଲକ୍ଷ, ଅକ୍ଟୋବର ୧୧ ତାରିଖ ୨୦୨୦ରେ ୭୦ ଲକ୍ଷ,  ଅକ୍ଟୋବର ୨୯ ତାରିଖ ୨୦୨୦ରେ ୮୦ ଲକ୍ଷ ଏବଂ ନଭେମ୍ବର ୨୦ ତାରିଖରେ ୯୦ ଲକ୍ଷ ଅତିକ୍ରମ କରିଥିଲା। ଡିସେମ୍ବର ୧୯ ୨୦୨୦ରେ ଏହି ମାମଲା ଦେଶରେ ଏକ କୋଟି ଅତିକ୍ରମ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାରେ ୫,୨୧,୯୬୫ ଲୋକ ମୃତ୍ୟୁବରଣ କରିଛନ୍ତି। ଏଥିସହିତ ଦେଶରେ ମୋଟ ୪,୩୦,୪୪,୨୮୦ ଟି କରୋନା ମାମଲା ରହିଛି।

Related posts