
ଭାରତର ଅନ୍ୟତମ ବେସରକାରୀ ବ୍ୟାଙ୍କ ୟେସ୍ ବ୍ୟାଙ୍କ ନିଜର ଦୁଇ ନିର୍ଦ୍ଦେଶକଙ୍କ ନାମ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ରବୀନ୍ଦର କୁମାର ଖନ୍ନା ଏବଂ ଶଗୁନ କପୁର ଗୋଗିଆଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ଭାବରେ ମନୋନୟନ କରାଯାଇଛି। ଏହା ସହିତ ଚଳିତ ଶୁକ୍ରବାର କମ୍ପାନୀ ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଥିଲା ଯେଉଁଥିରେ ୧୫୦୬.୬୪ କୋଟିର ଫାଇଦା ଦର୍ଶାଯାଇଛି। ଶଗୁନ କପୁର ଗୋଗିଆ ହେଉଛନ୍ତି କମ୍ପାନୀର ସହ ପ୍ରତିଷ୍ଠାତା ଅଶୋକ କପୁରଙ୍କ ଝିଅ। ଅଶୋକ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିଲେ। ୨୦୧୩ରେ କମ୍ପାନୀର ନିର୍ଦ୍ଦେଶକ ପଦ ପାଇଁ ଶଗୁନ ଆବେଦନ କରିଥିବା ବେଳେ ଏହାକୁ ବୋର୍ଡ ଖାରଜ କରି ଦେଇଥିଲା।