BREAKING: ଆଜି ଚଳିତ ବର୍ଷର ପ୍ରଥମ ଥର ପାଇଁ କଟକ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା

Published: Apr 18, 2022, 10:27 pm IST

ଭୁବନେଶ୍ବର: ଆଜି ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନ-ସିଟିର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କଲା। ଆଜି ଭୁବନେଶ୍ବରରେ ତାପମାତ୍ରା ୪୦.୨ ଡ଼ିଗ୍ରୀ ଥିବା ବେଳେ କଟକରେ ୪୦.୫ ଡ଼ିଗ୍ରୀ ଥିଲା। ତେବେ ଆଜି ସାରା ଓଡିଶାରେ ଅନୁଗୁଳ ଏବଂ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ଅନୁଭୂତ ହୋଇଛି। ଅନୁଗୁଳରେ ୪୩.୭ ଡ଼ିଗ୍ରୀ ଥିବା ବେଳେ ବଲାଙ୍ଗୀରରେ ୪୩.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଆଜି ରାଜ୍ୟର ୩୫ଟି ସହରର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଫଳରେ ସାରା ଓଡିଶାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଲାଗିରହିଛି।

Related posts