Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ
ଆଜିର ଖବର

୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ

April 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଆଧିପତ୍ୟ ଅପରିବର୍ତ୍ତିତ ରଖିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଜାରି ମାର୍ଚ୍ଚ ମାସର ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୧.୨ ଏମବିପିଏସ୍‍ ପରିମାପ କରାଯାଇଛି। ଫେବୃଆରୀ ମାସ ତୁଳନାରେ ଏଥିରେ ୦.୫ ଏମବିପିଏସ୍‍ ବୃଦ୍ଧି ପରିଲକ୍ଷିତ ହୋଇଛି। ଫେବୃଆରୀ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୦.୬ ଏମବିପିଏସ୍‍ ରହିଥିଲା । ଜିଓ ବ୍ୟତୀତ ମାର୍ଚ୍ଚ ମାସରେ କେବଳ ବିଏସଏନଏଲର ସ୍ପିଡରେ ବୃଦ୍ଧି ଘଟିଛି। ଫେବୃଆରୀରେ ୪.୮ ଏମ୍‍ବିପିଏସ୍‍ ତୁଳନାରେ ମାର୍ଚ୍ଚ ମାସରେ ବିଏସଏନଏଲର ୪ଜି ଡାଉନଲୋଡ ସ୍ପିଡ୍‍ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି।

ଏହି ତଥ୍ୟ ପ୍ରଦର୍ଶିତ କରୁଛି ଯେ ଦୂରସଂଚାର କ୍ଷେତ୍ରରେ ପ୍ରତିଷ୍ଠିତ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ (ଭିଆଇ)ର ୪ଜି ଡାଉନଲୋଡ୍‍ ସ୍ପିଡ୍‍ ମାର୍ଚ୍ଚ ମାସରେ ହ୍ରାସପାଇଛି। ସବୁଠାରୁ କ୍ଷତି ଏୟାରେଟଲ୍‍ର ହୋଇଛି, ଫେବୃଆରୀ ମାସ ତୁଳନାରେ ମାର୍ଚ୍ଚ ମାସରେ ଏହାର ୪ଜି ଡାଉନଲୋଡ୍‍ ସ୍ପିଡ ୧.୩ ଏମବିପିଏସ୍‍ ହ୍ରାସପାଇଛି। ସେହି ସ୍ପିଡ୍‍ କ୍ଷେତ୍ରରେ ଭୋଡାଫୋନ ଆଇଡିଆର ମଧ୍ୟ ୦.୫ ଏମବିପିଏସ୍‍ ହ୍ରାସ ଘଟିଛି। ଏୟାରଟେଲ ସ୍ପିଡ୍‍ ୧୩.୭ ଏମବିପିଏସ୍‍ ରହିଥିବାବେଳେ ଭୋଡାଫୋନ ଆଇଡିଆର ସ୍ପିଡ ୧୭.୯ ଏମବିପିଏସ୍‍ ରହିଥିଲା।

ପ୍ରତିଥର ଭଳି ଏଥର ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ କ୍ଷେତ୍ରରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ପଛରେ ପକାଇ ଦେଇଛି । ମାର୍ଚ୍ଚ ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ୍‍ ଏୟାରଟେଲ୍‍ ଠାରୁ ୭.୪ ଏମବିପିଏସ୍‍ ଏବଂ ଭୋଡାଫୋନ ଆଇଡିଆ ଠାରୁ ୩.୨ ଏମବିପିଏସ୍‍ ଅଧିକ ରହିଥିଲା। ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରି ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏକ ନମ୍ବର ସ୍ଥାନ ଦଖଲ କରିଆସୁଛି। ଭୋଡାଫୋନ୍‍ ଆଇଡିଆ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବାବେଳେ ଭାରତୀ ଏୟାରଟେଲ୍‍କୁ ଏହା ତୃତୀୟ ସ୍ଥାନକୁ ଖସାଇ ଦେଇଛି।

ଡାଉନଲୋଡ ଭଳି ହାରାହାରି ୪ଜି ଅପ୍‍ଲୋଡ ସ୍ପିଡରେ ମଧ୍ୟ ଭାରତୀ ଏୟାରଟେଲ ତୃତୀୟ ସ୍ଥାନରେ ରହିଛି। ମାର୍ଚ୍ଚ ମାସରେ କମ୍ପାନୀର ହାରାହାରି ଅପ୍‍ଲୋଡ ସ୍ପିଡ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି। ୮.୨ ଏମ୍‍ବିପିଏସ୍‍ ସହିତ ଭୋଡାଫୋନ ଆଇଡିଆ ହାରାହାରି ୪ଜି ଅପଲୋଡ ସ୍ପିଡରେ ମାର୍ଚ୍ଚ ମାସରେ ସବୁଠାରୁ ଆଗରେ ରହିଛି। ଦ୍ୱିତୀୟ ସ୍ଥାନ ରିଲାଏନ୍ସ ଜିଓ ଦଖଲ କରିଥିବାବେଳେ ଏହାର ଅପଲୋଡ ସ୍ପିଡ୍‍ ୭.୩ ଏମ୍‍ବିପିଏସ ରହିଛି। ବିଏସଏନଏଲର ହାରାହାରି ଅପଲୋଡ ସ୍ପିଡ ୫.୧ ଏମବିପିଏସ ରହିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଟ୍ରାଇ ଦ୍ୱାରା ହାରାହାରି ସ୍ପିଡ ଗଣନା ମାଇଁସ୍ପିଡ୍‍ ଆପ୍ଲିକେସନ ସହାୟତାରେ ଏକତ୍ର ବାସ୍ତବ ସମୟ ଭିତ୍ତିକ ତଥ୍ୟ ଆଧାରରେ କରାଯାଇଥାଏ।

ସେହିଭଳି ଓଡ଼ିଶାରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓର ଆଧିପତ୍ୟ ଜାରି ରହିଛି। ଟ୍ରାଇ ଦ୍ୱାରା ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ହାରାହାରି ସ୍ପିଡ୍‍ ଗଣନା ମୁତାବକ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ସର୍ବାଧିକ ୪୫.୫ ଏମବିପିଏସ୍‍ ପରିମାପ କରାଯାଇଛି। ଏୟାରଟେଲର ସ୍ପିଡ୍‍ ୧୪.୭ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆର ସ୍ପିଡ୍‍ ୧୨.୯ ଏମବିପିଏସ ରହିଛି। ହାରାହାରି ୪ଜି ଅପଲୋଡ ସ୍ପିଡରେ ୯.୫ ଏମ୍‍ବିପିଏସ ସହିତ ଭୋଡାଫୋନ ଆଇଡିଆ ସାରଣୀରେ ସବୁଠାରୁ ଉପରେ ରହିଛି। ଦ୍ୱିତୀୟ ସ୍ଥାନରେ ରିଲାଏନ୍ସ ଜିଓର ଅପ୍‍ଲୋଡ ସ୍ପିଡ ୭.୯ ଏମ୍‍ବିପିଏସ୍‍ ରହିଥିବାବେଳେ ତୃତୀୟ ସ୍ଥାନରେ ଏୟାରଟେଲର ହାରାହାରି ଅପଲୋଡ ସ୍ପିଡ ୪.୬ ଏମ୍‍ବିପିଏସ୍‍ ପରିମାପ କରାଯାଇଛି।

ଟ୍ରାଇ ଡାଉନଲୋଡ ସ୍ପିଡ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026

ଏମ.କେ.ସି.ଜି. ମେଡିକାଲ କଲେଜରେ ୧୦୦ଟି ସ୍ନାୟୁଶଲ୍ୟ ସଫଳ ଅସ୍ତ୍ରୋପଚାର

January 31, 2026

ଇଣ୍ଡିଆ ଏଆଇ ଇମ୍ଫାକ୍ଟ ଶିଖର ସମ୍ମିଳନୀକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି: କେନ୍ଦ୍ର ମନ୍ତ୍ରୀ

January 31, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ଼ – ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

January 31, 2026
Latest News

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026

ଏମ.କେ.ସି.ଜି. ମେଡିକାଲ କଲେଜରେ ୧୦୦ଟି ସ୍ନାୟୁଶଲ୍ୟ ସଫଳ ଅସ୍ତ୍ରୋପଚାର

January 31, 2026

ଇଣ୍ଡିଆ ଏଆଇ ଇମ୍ଫାକ୍ଟ ଶିଖର ସମ୍ମିଳନୀକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି: କେନ୍ଦ୍ର ମନ୍ତ୍ରୀ

January 31, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ଼ – ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

January 31, 2026

ଆସାମ ବିଧାନସଭା ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.