
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଘେବ୍ରେୟେସୁସଙ୍କୁ ଜାମନଗରଠାରେ ସାକ୍ଷାତ କରିଛନ୍ତି । ଏହାପୂର୍ବରୁ ଉଭୟ ପାରମ୍ପାରିକ ଔଷଧ ପାଇଁ ଡବ୍ଲ୍ୟୁଏଚ୍ଓ ଗ୍ଲୋବାଲ୍ ସେଣ୍ଟରର ଉଦଘାଟନୀ ଉତ୍ସବରେ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଡକ୍ଟର ଟେଡ୍ରୋସଙ୍କୁ ଭେଟିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ କରିବା ସର୍ବଦା ଆନନ୍ଦଦାୟକ ଅଟେ। ସେ ତାଙ୍କ ଜୀବନରେ ଭାରତୀୟ ଶିକ୍ଷକଙ୍କ ପ୍ରଭାବକୁ ସର୍ବଦା ଭଲ ପାଆନ୍ତି। ଏବଂ ଆଜି ମଧ୍ୟ ସେ ତାଙ୍କ ଗୁଜୁରାଟୀ ଦକ୍ଷତା ପାଇଁ ଅନେକ ପ୍ରଶଂସା ପାଇଛନ୍ତି!”