Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍ ମେଳା ଆୟୋଜନ
ଆଜିର ଖବର

ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍ ମେଳା ଆୟୋଜନ

April 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨୧ – ଆଗାମୀ ୧ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଂଟିସ୍‌ସିପ୍ ଫ୍ରେମୱାର୍କ ସହ ଯୋଡ଼ାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଏକ ଦିବସୀୟ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳାକୁ ଡ଼ିଜିଟାଲ ପ୍ଲାଟଫର୍ମରେ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶର ଯୁବକ ଯୁବତୀ ନିଜର କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ଚୟନ କରିବା ପାଇଁ ସ୍କିଲ୍ ଇଣ୍ଡିଆ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡ଼ିଶା, ମହାରାଷ୍ଟ୍ର, ପୁଣେ, ଗୁଜରାଟ୍ ସମେତ ବିଭିନ୍ନ ଅଂଚଳର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର ଲକ୍ଷ୍ୟ, ମେଳାକୁ ନେଇ ଅନୁଭୂତି ଓ ଆଗାମୀ ଦିନର ଯୋଜନା ଉପରେ ପଚାରିଥିଲେ। ଭୁବନେଶ୍ୱର ସରକାରୀ ଆଇଟିଆଇରେ ବେକରୀ ବା କେକ୍ ତିଆରି କାର୍ଯ୍ୟରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ କ୍ରୀଷ୍ଣା ବେନ୍ନି ରେଡ୍ଡୀ ସହ ବାର୍ତାଳାପ କରିଥିଲେ। ସେ ନିଜ ଉଦ୍ୟମରେ ଆଗାମୀ ଦିନରେ ନିଜର ବେକରୀ ଆରମ୍ଭ କରି ଏକ ଉଦ୍ୟମୀ ହେବାର ସ୍ୱପ୍ନ ଦେଖିଥିବାରୁ ତାଙ୍କୁ ପ୍ରଂଶସା କରିଥିଲେ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍ ମେଳା ଆୟୋଜନ ହୋଇଯାଇଛି । ଦେଶର ୩୦ରୁ ଅଧିକ ଶିଳ୍ପକ୍ଷେତ୍ର ସହ ଜଡିତ ୪୦୦୦ରୁ ଅଧିକ କମ୍ପାନୀ ଏହି ମେଳାରେ ଭାଗ ନେଇଛନ୍ତି। ଅଧିକରୁ ଅଧିକ ଆଶାୟୀ ଯୁବକ ଯୁବତୀମାନେ ରୋଜଗାର ପାଇଁ ପଞ୍ଜିକରଣ କରିଛନ୍ତି। ଉତ୍ପାଦନ କ୍ଷେତ୍ର ଯଥା ଇଲେକ୍ଟ୍ରୋନିକ୍ସ, ଶକ୍ତି, ଆଇଟି, ରେଳ, ରିଟେଲ ଏବଂ ସର୍ଭିସ୍ କ୍ଷେତ୍ରରୁ ଅନେକ ସଂସ୍ଥା କୌଶଳ ଛାତ୍ରଛାତ୍ରୀଙ୍କୁ ଚାକିରି ଦେବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରଂଟିସସିପ୍ ମେଳାରେ ସାମିଲ ହୋଇଛନ୍ତି। ଏହି ପଦକ୍ଷେପ ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ଉତ୍ସାହ ଦେଇଛି।

ପ୍ରଧାନମନ୍ତ୍ରୀଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ଗତି ଦେବା ପାଇଁ ଏହି ମେଳା ଆୟୋଜନର ଅନ୍ୟତମ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ରହିଛି ସମସ୍ତେ ନିଯୁକ୍ତିଦାତା ହୁଅନ୍ତୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରେଂଟିସ୍‌ସିପ୍‌କୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହୋଇଥିବା ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରୀୟ ଆପ୍ରେଂଟିସସିପ୍ ମେଳା ଯୁବକ ଯୁବତୀଙ୍କୁ ରୋଜଗାର ଦେବା ସହ ସେମାନଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ। ଉଦ୍ୟମୀ ହେବା ପାଇଁ ଉଚ୍ଚାଭିଳାଷକୁ ପ୍ରୋତ୍ସାହନ ଦେବ। ଏଥିରେ ସେମାନେ ୧ ବର୍ଷ ପାଇଁ ମାସକୁ ମାସ ଷ୍ଟାଇପେଣ୍ଡ ପାଇବେ। ଯେଉଁଥିରେ ଭାରତ ସରକାରଙ୍କ ୨୫ ପ୍ରତିଶତ ଯୋଗଦାନ ରହିବ। ତେଣୁ ଜାତୀୟ ମିଶନକୁ ଆଗେଇ ନେବା ପାଇଁ ଆପ୍ରେଂଟିସ୍‌ସିପ୍‌କୁ ଜନଭାଗିଦାରୀ କରିବା ଜରୁରୀ।

ଶ୍ରୀ ପ୍ରଧାନ ଯୋଗଦେଇଥିବା ସମସ୍ତ ସଂସ୍ଥା ଏବଂ ଷ୍ଟେକହୋଲଡରଙ୍କୁ ଏଭଳି ସୁଯୋଗକୁ ଆହୁରି ବୃଦ୍ଧି କରି ଅଧକରୁ ଅଧିକ ଆପ୍ରେଂଟିସସିପ୍ ପ୍ରଦାନ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ସେ କହିଛନ୍ତି ଯେ ସ୍ଥାନୀୟ ଅର୍ଥନୀତିର ସୁଯୋଗ ଆଧାର କରି ଶିଳ୍ପ ସଂସ୍ଥା ସହ ଯୋଡ଼ାଗଲେ ଆଗାମୀ ଦିନରେ ଯୁବପିଢ଼ିଙ୍କୁ ଆପ୍ରେଂଟିସସିପ୍ ସୁଯୋଗ ମିଳିପାରିବ। ଆଗାମୀ ୧ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଂଟିସସିପ ଫ୍ରେମୱାର୍କ ସହ ବ୍ୟାଙ୍କ୍ ଆକାଉଂଟରେ ଡ଼ିଜିଟାଲ ପେମେଂଟ୍ ଅଫ୍ ଷ୍ଟାଇପେଣ୍ଡ୍ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। ଆପ୍ରେଂଟିସଙ୍କୁ ଏକାଡ଼ମିକ୍ କ୍ରେଡ଼ିଟ୍ ଭାବରେ ପ୍ରଦାନ କରାଯିବ। ଯାହା ଆଗାମୀ ଦିନରେ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ।

ପରବର୍ତ୍ତୀ ସମୟରେ ପିଏମ ଜାତୀୟ ଆପ୍ରେଂଟିସସିପ୍ ମେଳା ପ୍ରତି ମାସରେ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ। ଏହାସହ କେବଳ ଆଇଆଇଟି ପିଲାଙ୍କୁ ନୁହେଁ ବରଂ ଜନଶିକ୍ଷଣ ସଂସ୍ଥା, ଆଇଆଇଟି ଭଳି ରାଜ୍ୟରେ ଥିବା ପ୍ରଶିକ୍ଷଣ ସଂସ୍ଥା, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟରେ ସମ୍ପୃକ୍ତ ପିଲାମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଶ୍ରୀ ପ୍ରଧାନ ଷ୍ଟେକହୋଲଡର ଓ ଆଇଟିଆଇର କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡିଶା ସମେତ ଅନ୍ୟ ରାଜ୍ୟର ବିଶେଷତାକୁ ଦୃଷ୍ଟିରେ ରଖି ଅଧିକ ଆପ୍ରେଂଟିସ ଆସିବା ଦରକାର। ଆପ୍ରେଂଟିସସିପ ପ୍ରକ୍ରିୟାକୁ ଆହୁରି ଶୃଙ୍ଖଳିତ କରିବା ସହ ଏକବିଂଶ ଶତାବ୍ଦୀରେ ଥିବା ସୁଯୋଗକୁ ଯୁବପିଢ଼ିଙ୍କ ସହ ଯୋଡ଼ିବା ପାଇଁ ଏ ଡିଜିଟାଲ ଡ୍ୟାସବୋର୍ଡ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅମୃତ କାଳ ସମୟରେ ୩୪ ବର୍ଷ ପରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତକୁ ପରିବର୍ତନ କରିବାରେ ଏକ ରୋଡ଼ ମ୍ୟାପ୍ ଭାବରେ ଉଭା ହେବ। ଭାରତର ଯୁବ ବର୍ଗଙ୍କୁ ସ୍କିଲ, ରିସ୍କିଲିଂ ଏବଂ ଅପସ୍କିଲିଂ କରିବା ପାଇଁ ଆପ୍ରେଂଟିସସିପକୁ ଏକ ବ୍ୟାପକ ରୂପ ଦେବାକୁ ହେବ। ଏହା ମୁଣ୍ଡ ପିଛା ଆର୍ôଥକ ଉତ୍ପାଦନ ଏବଂ ରାଷ୍ଟ୍ରୀୟ ମିଶନକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଓଡିଶା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026

ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ: ମାଲିକ ଗିରଫ

February 28, 2026
Latest News

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026

ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ: ମାଲିକ ଗିରଫ

February 28, 2026

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.