Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଉତ୍କଳ କିଚେନ୍‌”: ସ୍ୱାସ୍ଥ୍ୟକର ପରିବେଶ ଏବଂ ଉଚିତ ଦରରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର
ଆଜିର ଖବର

“ଉତ୍କଳ କିଚେନ୍‌”: ସ୍ୱାସ୍ଥ୍ୟକର ପରିବେଶ ଏବଂ ଉଚିତ ଦରରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର

April 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ “ଉତ୍କଳ କିଚେନ” ଖୋଲାଯାଉଛି। ପାଇଲଟ୍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ “ଉତ୍କଳ କିଚେନ୍‌” ଖୋଲିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ଭୋଜନାଳୟରେ ସ୍ୱାସ୍ଥ୍ୟକର ପରିବେଶ ସହିତ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ମିଳୁଛି।

କୁଆରମୁଣ୍ଡା ବ୍ଲକ ପାଇଁ ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ “ଉତ୍କଳ କିଚେନ” ପରିଚାଳନା ଦାୟିତ୍ୱ ଦିଆଯାଇଛି। ୨୦୨୧ ଜାନୁଆରି ମାସରୁ ଏହି କିଚେନ୍ ଚଳାଇ ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛ।

କୁଆରମୁଣ୍ଡାରେ ଥିବା ଉତ୍କଳ କିଚେନ ପରିଚାଳନା ପାଇଁ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ ଏହି ଭୋଜନାଳୟ ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

“ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗରୁ ବଡ଼ି, ପାମ୍ପଡ଼, ଆଚାର ଆଦି ପ୍ରସ୍ତୁତିରେ ସୀମିତ ରହୁଥିଲେ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ସେମାନଙ୍କୁ ବିଭିନ୍ନ ନୂଆ କାମରେ ନିୟୋଜିତ କରାଯାଉଛି। ଉତ୍କଳ କିଚେନ ପରିଚାଳନା ଏବେ ସେମାନଙ୍କ ଜୀବିକା ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି”, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

କୁଆରମୁଣ୍ଡା ବ୍ଲକ୍ ପରିସରରେ ଥିବା ଉତ୍କଳ କିଚେନରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ଆବଶ୍ୟକସ୍ଥଳେ କିମ୍ବା ଅର୍ଡର ଅନୁଯାୟୀ ଏସଏଚଜି ମା’ମାନେ ରାତ୍ରିଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ର‌୍ୟା ୭ଟା ପର୍ଯ୍ୟନ୍ତ ଏହି କିଚେନ୍ ଖୋଲାରହୁଛି।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି ଓ ପକଡ଼ି ଆଦି ତିଆରି କରାଯାଉଛି।

“ଆଗରୁ ଆମେ ମା’ମାନେ କେବଳ ନିଜ ପରିବାରବର୍ଗଙ୍କ ପାଇଁ ରୋଷେଇ କରୁଥିଲୁ। ହେଲେ ଏବେ ଆମେ ବିଭିନ୍ନ ବର୍ଗର ଲୋକଙ୍କୁ ଖାଇବା ଯୋଗାଉଛୁ। ଏହି କାମ କରି ଆମକୁ ଖୁସି ଲାଗୁଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମ ପରିବାର ଚଳୁଛି”, କହନ୍ତି ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ସୁନାନୀ।

“ଉତ୍କଳ କିଚେନରେ କମ୍ ମୂଲ୍ୟରେ ଏବଂ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଭଲ ଖାଇବା ମିଳୁଛି। ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗୋଟିଏ ଜାଗାରେ ମିଳୁଥିବାରୁ ମୁଁ ଏଠାରେ ନିୟମିତ ଆସି ଖାଉଛି। ତା’ଛଡ଼ା ଏସଏଚଜି ମା’ମାନଙ୍କର ବ୍ୟବହାର ମଧ୍ୟ ଭଲ”, କହନ୍ତି କୁଆରମୁଣ୍ଡାର ଜଣେ ଯୁବକ ରାଜେନ୍ଦ୍ର ବେହେରା।

କୁଆରମୁଣ୍ଡା ବ୍ଲକରେ ଥିବା ଅନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ି, ପାମ୍ପଡ଼, ଆଚାର ସହିତ ବିଭିନ୍ନ ବେକେରୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହିସବୁ ସାମଗ୍ରୀକୁ ଉତ୍କଳ କିଚେନ ମାଧ୍ୟମରେ ବିକ୍ରି କରାଯାଉଛି। ସେହିପରି କୁକୁଡ଼ା ଚାଷ ପାଇଁ ସ୍ଥାନୀୟ ଅଞ୍ଚଳରେ ରହିଥିବା ପୌଲଟ୍ରି କ୍ଲଷ୍ଟରରୁ ବାହାରୁଥିବା ଅଣ୍ଡାକୁ ମଧ୍ୟ ଏଠାରେ ବ୍ୟବହାର କରାଯାଉଛି। ମିଶନ ଶକ୍ତିର ମା’ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଉତ୍କଳ କିଚେନ୍ ବଡ଼ ମାଧ୍ୟମ ପାଲଟିଛି।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କିଚେନ୍ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି।

କୁଆରମୁଣ୍ଡା ପରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକର ସଦରମହକୁମାରେ ଉତ୍କଳ କିଚେନ ଖୋଲିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି। ଏହି ୧୭ଟି ଭୋଜନାଳୟ ଚାଲିଲେ ୧୫୦ରୁ ଅଧିକ ମହିଳାଙ୍କ ପରିବାର ସିଧାସଳଖ ଭାବେ ଜୀବିକା ପାଇପାରିବେ। ସେହିଭଳି ଏହି କାର୍ଯ୍ୟକ୍ରମ ଫଳରେ ପ୍ରତିଦିନ ୨ ହଜାରରୁ ୨୫୦୦ ବ୍ୟକ୍ତି ଭୋଜନ କରିବାର ସୁବିଧା ପାଇପାରିବେ।

ସ୍ୱାସ୍ଥ୍ୟକର ପରିବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.