ରେଲ ମନ୍ତ୍ରୀଙ୍କ ଓଡିଶା ଗସ୍ତ, କରିବେ ଏସବୁ ରେଳ ପ୍ରକଳ୍ପର ସମୀକ୍ଷା

Published: Apr 22, 2022, 12:05 am IST

ଭୁବନେଶ୍ବର: ରେଳ ଏବଂ ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଭିନ୍ନ ରେଳୱେ ପ୍ରକଳ୍ପ ଉପରେ ସମୀକ୍ଷା କରିବେ। ଏ ନେଇ ପୂର୍ବତଟ ରେଳବାଇ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ସେ ପ୍ରଥମେ ସେ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାଇଁ ଏକ ସ୍ବତନ୍ତ୍ର ଦୈନିକ ଟ୍ରେନର ଶୁଭାରମ୍ଭ କରିବେ।

ସେହିପରି ଜୟପୁର ମାଲକାନଗିରି ନୂଆ ରେଳ ଲାଇନ ପରିଦର୍ଶନ କରିବେ। ସେଠାରେ ମନ୍ତ୍ରୀ ମାଲକାନଗିରି ମୁଖ୍ୟ ଡାକ ଘର ନୂତନ ବିଲିଡିଂ ଏବଂ ଅଁଳା ସବ ପୋଷ୍ଟ ଅଫିସର ଅପଗ୍ରେଡେସନର ଶୁଭାରମ୍ଭ କରିବେ। ସେଠାରେ ମନ୍ତ୍ରୀ ସ୍ଥାନୀୟ ବିଧାୟକ, ସାଂସଦ, ଲୋକପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ସହିତ ରେଳ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିବେ।

ଅପରାହ୍ନରେ ମନ୍ତ୍ରୀ କୋରପୁଟ ସ୍ବତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନଟି ଦୈନିକ ବିଶାଖାପାଟନାମରୁ 6ଟା 30 ରୁ ଛାଡିବ ଏବଂ କୋରାପୁଟରେ ସକାଳ 8ଟା 10 ମିନିଟରେ ଛାଡିବ।

Related posts