ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଆଉ ଏକ ବଡ ଖବର, ମେ ୨୭ରେ ନିର୍ବାଚନ

Published: Apr 22, 2022, 12:16 am IST

ଭୁବନେଶ୍ବର: ଓଡିଶାର ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଆଉ ଏକ ବଡ ଖବର। ତାହା ହେଲା ଯେଉଁଠାରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ଥିଲା ସେଠାରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ମେ ୨୭ ତାରିଖରେ ସେହି ସ୍ଥାନ ଗୁଡିକରେ ନିର୍ବାଚନ କରାଯିବ।

ବିଜ୍ଞପ୍ତି ଅନୁସାରେ ଏହି ନିର୍ବାଚନ ପାଇଁ ଏପ୍ରିଲ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଏପ୍ରିଲ ୨୯ ତାରିଖରୁ ମେ ୨ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ମେ ୪ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ୫ ତାରିଖରେ ବୈଧ୍ୟ ପ୍ରାର୍ଥିଙ୍କ ନାମ ପ୍ରକାଶ କରାଯିବ। ୨୭ ତାରିଖ ସକାଳ ୭ଟାରୁ ଦିନ ୧ଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ ୨୮ ତାରିଖରେ ଭୋଟ ଗଣତି କରାଯାଇ ବିଜୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ଏପ୍ରିଲ ୨୧ ତାରିଖରୁ ମେ ୨୮ ତାରିଖ ପର‌୍ୟ୍ୟନ୍ତ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ବୋଲି କମିଶନର ଘୋଷଣା କରିଛନ୍ତି।

Related posts