ଟାଙ୍ଗୀ: ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ ମେଡିକାଲରେ ଭର୍ତ୍ତି

Published: Apr 22, 2022, 11:52 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ସୁନ୍ଦରପୁର ଗ୍ରାମରେ ଏଭଳି ଘଟଣା ଘଟିଛି।

ସୁନ୍ଦରପୁର ଗ୍ରାମର ଏକ ବିବାହ ବରଯାତ୍ରୀରେ ସେହି ଗ୍ରାମର ଲୋକେ ଭୋଜି ଖାଇବାକୁ ଆସିଥିଲେ। ତେବେ ସେଠାରେ ସେମାନେ ଖାଇ ପିଇ ସାରି ଘରକୁ ଫେରିବା ବେଳେ ସମସ୍ତଙ୍କର ପେଟରେ ଯନ୍ତ୍ରଣା ହେବା ସହ ଝାଡା ବାନ୍ତି ହୋଇଥିଲା। କେତେକ ଲୋକେ ସ୍ଥାନୀୟ କ୍ୱାକ୍ ମାନଙ୍କ ନିକଟରେ ଚିକିତ୍ସିତ ହୋଇଥିବା ବେଳେ କେତେକ ଆକ୍ରାନ୍ତ ଟାଙ୍ଗୀର ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଥିବା ଜଣା ପଡିଛି। ଏହା ସହ ୧୦ ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି।

ଆକ୍ରାନ୍ତମାନଙ୍କୁ ମେଡିକାଲ ପକ୍ଷରୁ ସମସ୍ତ ଚିକିତ୍ସାସୁବିଧା ଯୋଗାଇ ଦିଆ ଯାଉଛି। ଏବେ ମଧ୍ୟ୍ୟ ରୋଗୀମାନେ ମେଢିକାଲକୁ ଆସୁଥିବା ଦେଖା ଯାଇଛି।

Related posts