ସିଏସ୍ଏଫ୍ ବାହାନ ଉପରେକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

Published: Apr 22, 2022, 12:08 pm IST

ଶ୍ରୀନଗର: ଆତଙ୍କବାଦୀମାନେ ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଡ୍ୟୁଟିରେ ଥିବା ୧୫ଜଣ ସିଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ୍ ଉପରକୁ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ଯବାନମାନେ ପାଲଟା ଜବାବ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଅପରେସନ୍ ସମୟରେ ସିଏସ୍ଏଫ୍ ର ଜଣେ ଏଏସ୍ଆଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସୈନିକମାନେ ସୁଜୱାନରେ ହୋଇଥିବା ଆକ୍ରମଣରେ ସାହାଯ୍ୟ କରିବାକୁ ଯାଉଥିଲେ।

ବାସ୍ତବରେ, ସୁରକ୍ଷା ବାହିନୀ କ୍ରମାଗତ ଭାବରେ ସୂଚନା ପାଇ ଆସୁଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ଜମ୍ମୁ ସହରରେ କିଛି ବଡ଼ ଘଟଣା କରିବାକୁ ଚାହୁଁଥିଲେ। ଏହି ସୂଚନା ପରେ, ଗୁରୁବାର ସନ୍ଧ୍ୟା ଠାରୁ ଜମ୍ମୁ ପୋଲିସ, ସେନା ଏବଂ ସାମରିକ ବାହିନୀ ସହିତ ସହରର ଅନେକ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସର୍ଚ୍ଚ ଅପରେସନ୍ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା ​​ଏବଂ ଏହି ଅପରେସନ୍ ସମୟରେ ଜମ୍ମୁର ଭାଟିଣ୍ଡି ଅଞ୍ଚଳରେ ସିଏସ୍ଏଫ୍ ଯାବନଙ୍କୁ ନେଇ ଏକ ବସ୍ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଯବାନମାନେ ଏହାର ଜବାବ ଦେବାରୁ ଆତଙ୍କବାଦୀମାନେ ଏକ ଘରେ ଲୁଚି ରହିଥିଲେ। ଯାହା ପରେ ଏହି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ଅପରେସନ୍ ଚାଲିଛି। ଏହି ଅପରେସନରେ ଏପର୍ଯ୍ୟନ୍ତ ଜଣେ ଏଏସଆଇ ସହିଦ ହୋଇଛି ଏବଂ ୬ ଜଣ ଯବାନ ଆହତ ହୋଇଛନ୍ତି। ଏହାସହ ୨ ଜଣ ଆତଙ୍କବାଦୀଙ୍କୁ ସୁପକ୍ଷାବାହିନୀ ନିହତ କରିଛନ୍ତି।

Related posts