ଜାତୀୟ ମାନବିକ ଅଧିକାର କମିଶନରଙ୍କ ମୁଖ୍ୟ ସଚିବଙ୍କୁ ନୋଟିସ, ୬ ସପ୍ତାହରେ ଦିଅ ଜବାବ

Published: Apr 23, 2022, 8:35 am IST

ନୂଆଦିଲ୍ଲୀ: କେନ୍ଦ୍ରପଡା ଜିଲ୍ଲାର ଏକ ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନର ଖପ୍ପା ହୋଇଛନ୍ତି। ୬ ସପ୍ତାହ ମଧ୍ୟରେ ଜବାବ ଦେବା ପାଇଁ ଗତକାଲି ମୁଖ୍ୟଶାସନ ସଚିବଙ୍କୁ ଏକ ନୋଟିସ ଜାରୀ କରିଛନ୍ତି। ଏପରି ଘଟଣା ଏକ ମାନବୀୟ ଉଲ୍ଲଘଂନ, ସେଥିପାଇଁ କମିଶନର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମାମଲା ନିଜ ପକ୍ଷରୁ ଋଜୁ କରିଛି। ଏ ସଂପର୍କରେ କମିଶନର ଚିଠିରେ ଉଲ୍ଲେଖ କରିଛନ୍ତି।

କିଛି ମାସ ତଳେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ଜଣେ ଯୁବକ ଏକ ଦଳିତ ଯୁବକଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗ ହୋଇଛି। ଅଭିଯୁକ୍ତ ତଳେ ଛେପ ପକାଇ ତା ଉପରେ ନାକ ଘଷିବାକୁ ଦଳିତ ଯୁବକଙ୍କୁ ଜୋରଜବରସ୍ତ କରିଥିଲା। ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ସମ୍ମୁଖରେ ଏପରି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲା। ଏହି ଖବର ଗଣମାଧ୍ୟମରେ ଆସିବା ପରେ କମିସନର ନିଜ ଆଡୁ ମାମଲା ଋଜୁ କରିଛନ୍ତି।

Related posts