Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାରାମୁଲ୍ଲାରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଏନକାଉଣ୍ଟର: ଲସ୍କରର ଟପ୍ କମାଣ୍ଡର ସମେତ ତିନି ଆତଙ୍କବାଦୀ ନିହତ
ଆଜିର ଖବର

ବାରାମୁଲ୍ଲାରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଏନକାଉଣ୍ଟର: ଲସ୍କରର ଟପ୍ କମାଣ୍ଡର ସମେତ ତିନି ଆତଙ୍କବାଦୀ ନିହତ

April 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା
କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ପ୍ରାୟ ୩୬ ଘଣ୍ଟା ଧରି ଏନକାଉଣ୍ଟରରେ ତିନି ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ସଂଗଠନର ଟପ୍ କମାଣ୍ଡର ୟୁସୁଫ୍ କାନ୍ତରୁ ଅଛି। ଆଜି ପୋଲିସ ଏହି ସୂଚନା ଦେଇଛି। ଏହାପୂର୍ବରୁ ବାରାମୁଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ପୋଲିସ ଦାବି କରିଥିଲା, କିନ୍ତୁ ଏନକାଉଣ୍ଟର ସ୍ଥାନରୁ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି।

ଗୁରୁବାର ଦିନ ଏନକାଉଣ୍ଟରରେ ଲସ୍କର-ଇ-ତୋଇବା କମାଣ୍ଡର ୟୁସୁଫ କାନ୍ତରୁଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆଜି ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି। କାଶ୍ମୀର ଜୋନ୍ ପୋଲିସ ଏକ ଟୁଇଟ୍ ଜରିଆରେ କହିଛି ଯେ, ଏନକାଉଣ୍ଟର ସ୍ଥାନରୁ କେବଳ ତିନିଟି ମୃତଦେହ ଉଦ୍ଧାର କରାଯାଇଛି।

ନିହତ ଆତଙ୍କବାଦୀଙ୍କୁ ୟୁସୁଫ ଦାର, ହିଲାଲ ଶେଖ ଏବଂ ଫୈସଲ ଡାର ବୋଲି ପୋଲିସ ଚିହ୍ନଟ କରିଛି। ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିବା ପୋଲିସ କହିଛି।

ପୋଲିସର ସୂଚନାନୁସାରେ, କାନ୍ତରୁ ଅନେକ ସୁରକ୍ଷା ବଳ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ଏବଂ କାଶ୍ମୀର ଉପତ୍ୟକାରେ ଥିବା ୧୦ ନିଷିଦ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଥିଲା।

ସେ କହିଛନ୍ତି ଯେ, କାନ୍ତରୁ ହିଜବୁଲ ମୁଜାହିଦ୍ଦିନରେ ଜଣେ ସକ୍ରିୟ ସଦସ୍ୟ ଭାବରେ ଯୋଗ ଦେଇଥିଲା ଏବଂ ୨୦୦୫ ରେ ତାଙ୍କୁ ଗିରଫ କରାଯାଇଥିଲା। କାନ୍ତରୁ ୨୦୦୮ ରେ ମୁକ୍ତ ହୋଇଥିଲା। କିନ୍ତୁ ସେ ୨୦୧୭ରେ ହିଜବୁଲରେ ଯୋଗ ଦେଇ ନିରୀହ ସାଧାରଣ ନାଗରିକ, ପୋଲିସ୍ ଏବଂ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା। ପରେ ସେ ହିଜବୁଲରୁ ଲଶ୍କରରେ ଯୋଗ ଦେଇଥିଲା।

ଏନକାଉଣ୍ଟର ବାରାମୁଲ୍ଲା ଲଶ୍କର-ଇ-ତୋଇବା
Share. Facebook Twitter LinkedIn Email WhatsApp Copy Link

Related Posts

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026

୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

August 13, 2026
Latest News

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026

୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

August 13, 2026

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ ବିଶିଷ୍ଟ ଶିଳ୍ପପତି କରଣ ଆଦାନୀ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.