Categories
ଅପରାଧ ଆଜିର ଖବର ଜାତୀୟ ଖବର

ବାରାମୁଲ୍ଲାରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କଲା ଭାରତୀୟ ସେନା: ପିସ୍ତଲ ହ୍ୟାଣ୍ଡ ଗ୍ରେନେଡ ଜବତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୁଲ୍ଲାରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଉଭୟଙ୍କ ନିକଟରୁ ଦୁଇଟି ପିସ୍ତଲ, ପାଞ୍ଚଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଉଦ୍ଧାର କରାଯାଇଛି। ଭାରତୀୟ ସେନା ଏହି ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ବାରାମୁଲ୍ଲାରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଏନକାଉଣ୍ଟର: ଲସ୍କରର ଟପ୍ କମାଣ୍ଡର ସମେତ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ପ୍ରାୟ ୩୬ ଘଣ୍ଟା ଧରି ଏନକାଉଣ୍ଟରରେ ତିନି ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ସଂଗଠନର ଟପ୍ କମାଣ୍ଡର ୟୁସୁଫ୍ କାନ୍ତରୁ ଅଛି। ଆଜି ପୋଲିସ ଏହି ସୂଚନା ଦେଇଛି। ଏହାପୂର୍ବରୁ ବାରାମୁଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ପୋଲିସ ଦାବି କରିଥିଲା, କିନ୍ତୁ ଏନକାଉଣ୍ଟର ସ୍ଥାନରୁ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି।

ଗୁରୁବାର ଦିନ ଏନକାଉଣ୍ଟରରେ ଲସ୍କର-ଇ-ତୋଇବା କମାଣ୍ଡର ୟୁସୁଫ କାନ୍ତରୁଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆଜି ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି। କାଶ୍ମୀର ଜୋନ୍ ପୋଲିସ ଏକ ଟୁଇଟ୍ ଜରିଆରେ କହିଛି ଯେ, ଏନକାଉଣ୍ଟର ସ୍ଥାନରୁ କେବଳ ତିନିଟି ମୃତଦେହ ଉଦ୍ଧାର କରାଯାଇଛି।

ନିହତ ଆତଙ୍କବାଦୀଙ୍କୁ ୟୁସୁଫ ଦାର, ହିଲାଲ ଶେଖ ଏବଂ ଫୈସଲ ଡାର ବୋଲି ପୋଲିସ ଚିହ୍ନଟ କରିଛି। ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିବା ପୋଲିସ କହିଛି।

ପୋଲିସର ସୂଚନାନୁସାରେ, କାନ୍ତରୁ ଅନେକ ସୁରକ୍ଷା ବଳ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ଏବଂ କାଶ୍ମୀର ଉପତ୍ୟକାରେ ଥିବା ୧୦ ନିଷିଦ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଥିଲା।

ସେ କହିଛନ୍ତି ଯେ, କାନ୍ତରୁ ହିଜବୁଲ ମୁଜାହିଦ୍ଦିନରେ ଜଣେ ସକ୍ରିୟ ସଦସ୍ୟ ଭାବରେ ଯୋଗ ଦେଇଥିଲା ଏବଂ ୨୦୦୫ ରେ ତାଙ୍କୁ ଗିରଫ କରାଯାଇଥିଲା। କାନ୍ତରୁ ୨୦୦୮ ରେ ମୁକ୍ତ ହୋଇଥିଲା। କିନ୍ତୁ ସେ ୨୦୧୭ରେ ହିଜବୁଲରେ ଯୋଗ ଦେଇ ନିରୀହ ସାଧାରଣ ନାଗରିକ, ପୋଲିସ୍ ଏବଂ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା। ପରେ ସେ ହିଜବୁଲରୁ ଲଶ୍କରରେ ଯୋଗ ଦେଇଥିଲା।