Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଖୋଲିବାକୁ ଆବେଦନପତ୍ର ଆମନ୍ତ୍ରଣ
ଆଜିର ଖବର

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଖୋଲିବାକୁ ଆବେଦନପତ୍ର ଆମନ୍ତ୍ରଣ

April 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପ୍ରକଳ୍ପ (ପିଏମ୍‌ବିଜେପି)ର କାର୍ଯ୍ୟାନ୍ୱୟନକାରୀ ଏଜେନ୍ସି, ଫାର୍ମାସ୍ୟୁଟିକାଲ ଆଣ୍ଡ ମେଡିକାଲ୍ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ (ପିଏମ୍‌ବିଆଇ) ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍‌ବିଜେକେ) ଖୋଲିବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ବେରୋଜଗାର ଫାର୍ମାସିଷ୍ଟ, ସରକାରଙ୍କ ନିକଟରେ ପଞ୍ଜୀକୃତ ଏଜେନ୍ସି, ଏନ୍‌ଜିଓ, ଟ୍ରଷ୍ଟ, ସୋସାଇଟି ଇତ୍ୟାଦିଙ୍କଠାରୁ ଆବେଦନପତ୍ର ଆମନ୍ତ୍ରଣ କରୁଅଛି। ଏକ ଅନ୍‌ଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଅବେଦନ ଗୁଡିକୁ ଆମନ୍ତ୍ରଣ କରାଯାଉଛି। ଇଚ୍ଛୁକ ଆବେଦନକାରୀମାନେ ପିଏମ୍‌ବିଆଇର ୱେବ୍‌ସାଇଟ୍ ଜନଔଷଧି.ଗଭ୍‌.ଇନ୍‌. (Janaushadhi.gov.in) ଜରିଆରେ ଆବେଦନ କରିପାରିବେ। ଆବେଦନକାରୀମାନଙ୍କ ଭିତରୁ ପ୍ରଥମେ ଯିଏ ଆବେଦନ କରିଥିବେ ତାଙ୍କୁ ପ୍ରାଥମିକ ଆଧାରରେ ପିଏମ୍‌ବିଜେପି ନାମରେ ଡ୍ରଗ୍ସ ଲାଇସେନ୍ସ ନେବା ପାଇଁ ମଞ୍ଜୁରୀ ଦିଆଯିବ।

ସାଧାରଣ ନାଗରିକ, ବିଶେଷକରି ଗରିବ ଲୋକମାନଙ୍କ ନିମନ୍ତେ ଶସ୍ତା ଦରରେ ଗୁଣବତାପୂର୍ଣ୍ଣ ଔଷଧ ଉପଲବ୍ଧ କରାଇବା ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍‌ବିଜେକେ)ର ସଂଖ୍ୟାକୁ ୧୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ୩୧.୦୩.୨୦୨୨ ପର୍ଯ୍ୟନ୍ତ, ଏହି ଷ୍ଟୋର୍ ଗୁଡିକର ସଂଖ୍ୟା ବୃଦ୍ଧି ପାଇ ୮୬୧୦ ହୋଇ ଯାଇଛି । ପିଏମ୍‌ବିଜେପି ଅଧୀନରେ, ଦେଶର ସମସ୍ତ ୭୩୯ ଜିଲ୍ଲାକୁ ଏହାର ପରିସରଭୁକ୍ତ କରାଯାଇଛି। ଏହି ୪୦୬ ଜିଲ୍ଲାର ୩୫୭୯ ବ୍ଲକ୍‌କୁ ଏହାର ପରିସରଭୁକ୍ତ କରିବା ପାଇଁ ନୂତନ ଆବେଦନ ପତ୍ର ଆମନ୍ତ୍ରିତ କରାଯାଇଛି। ଛୋଟ ସହର ଏବଂ ବ୍ଲ୍‌କ୍ ମୁଖ୍ୟାଳୟର ବାସିନ୍ଦା ଏବେ ଜନଔଷଧି କେନ୍ଦ୍ର ଖୋଲିବା ସୁଯୋଗର ଲାଭ ଉଠାଇ ପାରିବେ।

ଏହି ଯୋଜନା ମହିଳା, ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି, ପାହାଡିଆ ଜିଲ୍ଲା, ଦ୍ୱୀପାଂଚଳର ଜିଲ୍ଲା ଏବଂ ଉତର ପୂର୍ବ ରାଜ୍ୟ ଗୁଡିକର ବିଭିନ୍ନ ଶ୍ରେଣୀ ଗୁଡିକ ନିମନ୍ତେ ପ୍ରୋତ୍ସାହନ/ବିଶେଷ ପ୍ରୋତ୍ସାହନ ପ୍ରଦାନ କରିଥାଏ। ଏହା ଫଳରେ ଦେଶର କୋଣ ଅନୁକୋଣରେ ଲୋକମାନଙ୍କୁ ସହଜରେ ସୁଲଭ ଦରରେ ଔଷଧ ପହଂଚାଇବା ସୁନିଶ୍ଚିତ କରାଯାଇ ପାରିବ। ପିଏମ୍‌ବିଜେପି କେନ୍ଦ୍ର ଖୋଲିବା ଏବଂ ବିଭିନ୍ନ ବର୍ଗ ଗୁଡିକ ନିମନ୍ତେ ପ୍ରୋତ୍ସାହନ ଯୋଜନାର ବିସ୍ତୃତ ନିୟମାବଳୀ ଏବଂ ସର୍ତ ଗୁଡିକ ସମ୍ପର୍କରେ ପିଏମ୍‌ବିଆଇର ୱେବ୍‌ସାଇଟ୍ ଅର୍ଥାତ୍ Janaushadhi.gov.in ରେ ଦେଖା ଯାଇ ପାରିବ।

ପିଏମ୍‌ବିଜେପିର ଉତ୍ପାଦ ସମୂହ ଭିତରେ ୧୬୧୬ ପ୍ରକାରର ଔଷଧ ଏବଂ ୨୫୦ ସର୍ଜିକାଲ୍ ଉପକରଣ ସାମିଲ୍ ଅଟେ, ଯେଉଁଗୁଡ଼ିକ ସାରା ଦେଶରେ କାର୍ଯ୍ୟକ୍ଷମ ୮୬୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍‌ବିଜେକେ) ମାଧ୍ୟମରେ ବିକ୍ରି ନିମନ୍ତେ ଉପଲବ୍ଧ ହେଉଛି। ଏହା ବ୍ୟତୀତ, କିଛି ଆୟୁଷ ଉତ୍ପାଦ, ଯାହା ପ୍ରତିରକ୍ଷା ବୁଷ୍ଟର ଭଳି କାର୍ଯ୍ୟ କରୁଛି, ଯେମିତିକି ଆୟୁରକ୍ଷା କିଟ୍‌, ବଳରକ୍ଷା କିଟ୍ ଏବଂ ଆୟୁଷ – ୬୪ ଟାବ୍‌ଲେଟ୍ ଏହି ପ୍ରକଳ୍ପର ଉତ୍ପାଦ ତାଲିକାରେ ଯୋଡା ଯାଇଛି, ଯାହାକୁ କିଛି ବଛା ବଛା  କେନ୍ଦ୍ର ଗୁଡିକ ମାଧ୍ୟମରେ ଉପଲବ୍ଧ କରାଯାଉଛି। ଉତ୍ପାଦ ବାସ୍କେଟ୍‌ରେ ସମସ୍ତ ପ୍ରକାରର ଚିକିତ୍ସା ଉପକରଣ, ଯେମିତିକି କାର୍ଡିଓ ଭାସ୍କୁଲାର, କ୍ୟାନସର୍ – ରୋଧୀ, ମଧୁମେହ – ରୋଧୀ, ସଂକ୍ରମଣ – ରୋଧୀ, ଆଲର୍ଜି – ରୋଧୀ, ପେଟ ଯନ୍ତ୍ରଣା ଉପଶମକାରୀ ଔଷଧ, ନ୍ୟୁଟ୍ରାସ୍ୟୁଟିକାଲ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ଏହା ବ୍ୟତୀତ, ପିଏମ୍‌ବିଆଇ ଦ୍ରୁତ-ଗତିଶୀଳ ଖାଉଟି  ସାମଗ୍ରୀ (ଏଫ୍‌ଏମ୍‌ସିଜି) ବିକ୍ରୟର ଶୁଭାରମ୍ଭ କରିବା ଉପରେ କାମ କରୁଛି। ଏଫ୍‌ଏସ୍‌ଏସ୍‌ଏଆଇ ଅଧୀନସ୍ଥ ଏଫ୍‌ଏମ୍‌ସିଜି ଉତ୍ପାଦ ଏବଂ ଖାଦ୍ୟ ସାମଗ୍ରୀ ତଥା ଅତ୍ୟଧିକ ଚାହିଦା ରହିଥିବା ଆୟୁର୍ବେଦିକ ଉତ୍ପାଦ ପିଏମ୍‌ବିଜେପିର ଉତ୍ପାଦ ତାଲିକାକୁ ବ୍ୟାପକ କରିବା ନିମନ୍ତେ ଏହି ଉତ୍ପାଦ ତାଲିକାରେ ରହିବ।

ପିଏମ୍‌ବିଆଇ ଗୁରୁଗ୍ରାମ, ଚେନ୍ନାଇ, ଗୌହାଟୀ ଏବଂ ସୁରଟରେ ଚାରୋଟି ଗୋଦାମ ସ୍ଥାପିତ କରି ଯୋଗାଣ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିଅଛି। ଏଥି ସହିତ, ଭାରତର ସମସ୍ତ ଅଂଚଳରେ ସମୟାନୁସାରେ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସମଗ୍ର ଭାରତରେ ୩୯ ବିତରଣକାରୀଙ୍କର ଏକ ମଜଭୁତ ବିତରକ ନେଟୱର୍କ ରହିଛି।

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026
Latest News

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.