Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଉଡ୍ର’ ଟ୍ରଷ୍ଟର ଅଭିନବ ଉଦ୍ୟମ, ‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମରେ ବସ୍ତ୍ର ଓ ଛତା ବଂଟନ
ଆଜିର ଖବର

‘ଉଡ୍ର’ ଟ୍ରଷ୍ଟର ଅଭିନବ ଉଦ୍ୟମ, ‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମରେ ବସ୍ତ୍ର ଓ ଛତା ବଂଟନ

April 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଉଡ୍ର’ ଟ୍ରଷ୍ଟର ଅଭିନବ ଉଦ୍ୟମ, 'ଥିଲେ ଦିଅ ନ ଥିଲେ ନିଅ' କାର୍ଯ୍ୟକ୍ରମରେ ବସ୍ତ୍ର ଓ ଛତା ବଂଟନ

ଭୁବନେଶ୍ୱର : “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା ।

“ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତା ଯେଉଁମାନଙ୍କର ବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଏବଂ ଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁ ଏହା ଏକ ଛୋଟ ପ୍ରୟାସ ।

ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଅଛି । ପୂର୍ବବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଂଟନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆପଣ ଆପଣଙ୍କର ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ ।

ଏହି ବଂଟନ କାର୍ଯ୍ୟକ୍ରମରେ “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ (ଓଡିଶା ସରକାର) ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଅନନ୍ତ ନାରାୟଣ ଜେନା (ବିଧାୟକ, ଭୁବନେଶ୍ୱର), ସୁଲୋଚନା ଦାସ (ମେୟର, ଭୁବନେଶ୍ୱର ମହାନଗର ନିଗମ), ପୁଷ୍ପାଞ୍ଜଳୀ ସେଠୀ (କର୍ପୋରେଟର, ୱାର୍ଡ ନଂ-୩୪), ନରେନ୍ଦ୍ର କୁମାର ସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର୍ଯ୍ୟ, ଲୋକନାଥ ପଣ୍ଡା, ମମତା ରାଉତ, ତୁଷାର ପଟ୍ଟନାୟକ, ଶୀତଲ୍ ପାତ୍ର, ଜିନା ସାମଲ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ବାବୁ ବାବୁ, ପୱନ ପାତ୍ରୋ, ଜୋଷିକା ବୋଷ, ତାପି ମିଶ୍ର ଓ “ଉଡ୍ର” ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ: ସ୍ପଷ୍ଟ କଲେ ଶିଳ୍ପ ବିଶେଷଜ୍ଞ

July 5, 2026

ପ୍ରାୟ ୧.୦୬ ଲକ୍ଷ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 5, 2026

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026
Latest News

ଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ: ସ୍ପଷ୍ଟ କଲେ ଶିଳ୍ପ ବିଶେଷଜ୍ଞ

July 5, 2026

୩୦ ଦିନ ଜେଲରେ ରହିଲେ ପଦରୁ ହଟିବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ: ହଇଚଇ ସୃଷ୍ଟି କରିବ ଏହି ବିଲ

July 5, 2026

ପ୍ରାୟ ୧.୦୬ ଲକ୍ଷ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 5, 2026

ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ ସୁବିଧାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 5, 2026

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.