Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ଜନିତ ସମସ୍ୟା ଶିଶୁମାନଙ୍କ କ୍ଷେତ୍ରରେ ଅଧିକ: ପ୍ରଫେସର ସିଂ
ଆଜିର ଖବର

ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ଜନିତ ସମସ୍ୟା ଶିଶୁମାନଙ୍କ କ୍ଷେତ୍ରରେ ଅଧିକ: ପ୍ରଫେସର ସିଂ

April 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି। ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର) ର ନିର୍ଦ୍ଦେଶକ ପ୍ରଫେସର ସୁରଜିତ ସିଂ।

ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ, ଓଡିଶା ଶାଖା, ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର, ତଥା ଏସସିବି ମେଡିକାଲ କଲେଜ ର ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁ ମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ସାରା ଭାରତରେ ମାତ୍ର ୧୦ ଟି ସରକାରୀ ମେଡିକାଲ କଲେଜରେ ରିଉମାଟୋଲୋଜି ବିଭାଗ ରହିଥିବା ବେଳେ ପେଡିଆଟ୍ରିକ ରିଉମାଟୋଲୋଜି ନିମନ୍ତେ କେବଳ ପିଜିଆଇ ଚଣ୍ଡିଗଡ ରେ ଏହା ରହିଛି। ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜ ଗୁଡିକରେ ରିଉମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ସାଇଣ୍ଟିଫିକ ଚେଆରପର୍ସନ ପ୍ରଫେସର ଦାସ କହିଥିଲେ। କୋଭିଡ ମହାମାରୀ ଏହି ରୋଗରେ ପୀଡିତ ରୋଗୀଙ୍କ କଷ୍ଟକୁ ବହୁଗୁଣିତ କରିଛି ବୋଲି ସେ କହିଥଲେ।

ଏହି ସମ୍ମିଳନୀ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ର ଉପକୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଡିନ ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ।

ସେହିପରି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଇମ୍ମ୍ୟୁନୋଲଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଅରଗାନାଇସିଙ୍ଗ ସେକ୍ରେଟାରୀ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ, ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ। ଲୋକମାନେ ଏହି ରୋଗକୁ ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଅରଏ ର ଓଡିଶା ଶାଖାର ସଭାପତି ଡ଼ଃ ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଚିବ ଡାକ୍ତର ମନୋରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ଶେଷରେ ପ୍ରଫେସର ପାତ୍ରୋ ଧନ୍ୟବାଦ ଅର୍ପଣ କରିଥିଲେ। ସାରା ଦେଶରୁ ଅନେକ ବିଶେଷଜ୍ଞ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀ କୁ ପ୍ରଫେସର ପାତ୍ରୋ ପରିଚାଳନା କରିଥିଲେ।

ଏହି ଅବସରରେ ଶୋଭେନିୟର ଏଡିଟର ପ୍ରଫେସର ରୀନା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ରୋଗ ପ୍ରତିରୋଧକ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ସେପ୍ଟେମ୍ବର ୫ ତାରିଖ ଶୁକ୍ରବାରରେ ସାତୋଟି ରାଶିର ଲୋକେ ହେବେ ମାଲେମାଲ

September 5, 2025

ସେପ୍ଟେମ୍ବର ୮ ରେ ସ୍ଥଗିତ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

September 4, 2025

ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ: ଧର୍ମେନ୍ଦ୍ର ପ୍ରଧାନ

September 4, 2025

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

September 4, 2025
Latest News

ରାଶିଫଳ: ଆଜି ସେପ୍ଟେମ୍ବର ୫ ତାରିଖ ଶୁକ୍ରବାରରେ ସାତୋଟି ରାଶିର ଲୋକେ ହେବେ ମାଲେମାଲ

September 5, 2025

ସେପ୍ଟେମ୍ବର ୮ ରେ ସ୍ଥଗିତ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

September 4, 2025

ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ: ଧର୍ମେନ୍ଦ୍ର ପ୍ରଧାନ

September 4, 2025

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

September 4, 2025

ରେଢ଼ାଖୋଲରୁ ଗଞ୍ଜେଇ ଜବତ, ସ୍କୋର୍ପିଓ ଗାଡ଼ି ସହ ଦୁଇ ଅଭିଯୁକ୍ତ ଗିରଫ

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.