ପ୍ରତିଷ୍ଠିତ ସାହିତ୍ୟିକା ବୀଣାପାଣି ମହାନ୍ତି ଆଉ ନାହାଁନ୍ତି,ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା

Published: Apr 24, 2022, 11:37 pm IST

କଟକ:  ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ୮୫ବର୍ଷ ପରଲୋକ ଗମନ କରିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକାଙ୍କ ହୃଦଘାତରେ ପରଲୋକ ଘଟିଛିଓଡିଆ ସାହିତ୍ୟ ଜଗତରେ ସେ ବେଶ୍ ପ୍ରତିଷ୍ଠିତ। ‘ପାଟଦେଇ’, ‘ଖେଳ ଘର’, ‘କସ୍ତୁରୀ ମୃଗ’ ପରି କାଳଜୟୀ ସୃଜନ ପାଇଁ ସେ ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଯୁବ ଓଡିଆ ଲେଖିକାଙ୍କ ପାଇଁ ସେ ଏକ ପ୍ରେରଣାର ଉତ୍ସ ଥିଲେ।ବେଶ ପାଠକୀୟ ଆଦୃତି ଲାଭ କରିଛି।

୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ବିୟୋଗରେ ସାରା ଓଡିଆ ସାହିତ୍ୟ ଜଗତ ସ୍ତବ୍ଧ ହୋଇଯାଇଛି।

Related posts