
ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ବୃଦ୍ଧି ହୋଇଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ତେଣୁ ଏପରି ସ୍ଥଳେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢା ଚାଲୁଥିବାରୁ ଅନେକ ସବଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଉଛି।
ତେବେ ଆଜିଠାରୁ ସ୍କୁଲରେ ପାଠ ପଢାକୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ସେହିଭଳି ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଆସନ୍ତାକାଲି ଠାରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ପାଠ ପଢା ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ମଇ ୨ ତାରିଖ ପର୍ଯ୍ୟନ୍ତ କଲେଜ ଆଉ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ହୋଇଛି।