Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବସୁନ୍ଧରା ଯୋଜନା ଏକ ପ୍ରହସନ!: ଡଇଁଚାରେ ଓଭର୍ ହେଡ୍ ପାଣି ଟାଙ୍କିରୁ ପାଣି ମିଳିବ କେବେ?
ଆଜିର ଖବର

ବସୁନ୍ଧରା ଯୋଜନା ଏକ ପ୍ରହସନ!: ଡଇଁଚାରେ ଓଭର୍ ହେଡ୍ ପାଣି ଟାଙ୍କିରୁ ପାଣି ମିଳିବ କେବେ?

April 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଗ୍ରାମାଂଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ଓଭର୍ ହେଡ୍ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକମାନଙ୍କୁ ପାଣିଯୋଗାଇବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସିନତା ତଥା ମନମୁଖି କାର୍ଯ୍ୟଯୋଗୁଁ ଗ୍ରାମାଂଚଳରେ ଲୋକମାନେ ପାଣି ମୁନ୍ଦାଏ ପାଇବାରୁ ବଂଚିତ ହେଉଛନ୍ତି।

ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ପାଣି ପାଇବାରୁ ବଂଚିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ସରକାରଙ୍କ ବସୁନ୍ଧରା ଯୋଜନାରେ ନିକଟସ୍ଥ ହାଟପଦା ଠାରେ ଏକ ଓଭର୍ ହେଡ଼୍ ଟାଙ୍କି ବିଗତ ୪ ବର୍ଷ ହେଲା ତିଆରି ହୋଇରହିଛି। ୪ ବର୍ଷ ହେଲା ଟାଙ୍କିକୁ ପାଣି ଉଠା ଯାଇ ଲୋକମାନଙ୍କ ପାଖରେ ପହଂଚି ପାରିଲା ନାହିଁ।

ବିଶ୍ବସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି ଯେ, ଓଭର ହେଡ଼୍ ଟାଙ୍କିକୁ ପାଣି ଉଠାଗଲେ ଟାଙ୍କିଟି ଭୁଶୁଡ଼ି ଯିବାର ସଂଭାବନା ଥିବାରୁ ବିଭାଗର ସମ୍ପୃକ୍ତ ଜେ.ଇ ପାଣି ଚଢ଼ାଉ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ଓଭର ହେଡ ଟାଙ୍କି ସରକାରଙ୍କ ବସୁନ୍ଧରା ଯୋଜନାରେ ତିଆରି ହୋଇଛି।

ଡଇଁଚା ଗ୍ରାମର ତାଟକା ପଶି, ଉପରସାହି, ପଧାନସାହି ଆଦିରେ ଆବଶ୍ୟକ କୂପ ନ ଥିବାରୁ ଲୋକମାନେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ମୋଟର ସରୁ ପାଇପ୍ ସାହାଯ୍ୟରେ ଯାହା ବି ପାଣି ଆସୁଚି ଅଧ ବାଟରେ କେତେ ଜଣ ବ୍ୟକ୍ତି ଟୁଲୁ ମୋଟର ଲଗାଇ ପାଣି ଟାଣି ନେଉଥିବାର ଅଭିଯୋଗ ହେଉଛି। ମାତ୍ର ୪ରୁ ୫ ଘର ପାଣି ପାଉଛନ୍ତି। ବାକି ଲୋକ ପାଣି ଚୋରି ହେଉଥିବାରୁ ପାଇପାରୁ ନାହାନ୍ତି।

କେତେଜଣ ଗ୍ରାହକ ମନଇଛା ବଡ ବଡ ହୋଲ୍ କରି ପାଇପ୍ ସଂଯୋଗ କରି ପାଣି ନେଉଥିବାରୁ ସବୁ ଆଡ଼େ ପାଣି ପହଂଚି ପାରୁନାହିଁ। ଏପରିକି କୂପରେ ପାଇପ୍ ଦ୍ବାରା ପାଣି ପକାଯାଉଛି। ଏ ପାଣି ଚୋରୀ ସଂପର୍କରେ ବିଭାଗୀୟ ଅଧିକାରୀ କିଛି ମୋଟା ଅଙ୍କର ଫାଇଦା ପାଇ ନିରବ ଦ୍ରଷ୍ଟା ସାଜିଛନ୍ତି। ଶିଘ୍ର ଏହାର ସମାଧାନ କରି ଲୋକଙ୍କୁ ପାଣି ଯୋଗାଇଦେବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଡଇଁଚା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.