Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଫାରେ “କିସାନ ଭାଗୀଦାରି ପ୍ରାଥମିକତା ହମାରି” ଅଭିଯାନ
ଆଜିର ଖବର

ସିଫାରେ “କିସାନ ଭାଗୀଦାରି ପ୍ରାଥମିକତା ହମାରି” ଅଭିଯାନ

April 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହାନ ଭାରତୀୟତାର ସ୍ମାରକୀ ସ୍ୱରୁପ ତଥା ପୂଣ୍ୟତୋୟା ଭାରତର ସଂସ୍କୃତି, ଜାଜୁଲ୍ୟମାନ ଐତିହ୍ୟ ଏବଂ ଚିରଂଜୀବି ସଂସ୍କୃତିକୁ ସ୍ମରଣ କରିବା ପାଇଁ ସ୍ୱାଧୀନତାର ହୀରକ ଜୟନ୍ତୀ ତଥା ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଅଛି। ଏହି ଅବସରରେ ଆଇସିଏଆର୍‌-ସିଫା, କେଭିକେ ଖୋର୍ଦ୍ଧା ଓ ଆତ୍ମା ଖୋର୍ଦ୍ଧାର ସମ୍ମିଳିତ ସହଯୋଗରେ ସିଫା ପ୍ରେକ୍ଷାଳୟରେ କିସାନ ଭାଗୀଦାରି ପ୍ରାଥମିକତା ହମାରି ଅଭିଯାନ ଏପ୍ରିଲ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି। ଏଥି ନିମନ୍ତେ ୨୬ ତାରିଖ ଦିନ ଆୟୋଜିତ ଏକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩୦୦ ଅଗ୍ରଣୀ କୃଷକ ଓ ମହିଳା କୃଷିଜୀବି ଯୋଗଦାନ କରିଥିଲେ।

ଉପସ୍ଥିତ କୃଷକ ଏବଂ ମହିଳା କୃଷିଜୀବିମାନଙ୍କୁ ଉଦ୍‌ବୋଧନ ଦେଇ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ କହିଥିଲେ ଯେ ଆଜାଦି କା ଅମୃତ ମହୋତ୍ସବ ପାଳନ ୧୨ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇଛି ଓ ଏହା ୧୫ ଅଗଷ୍ଟ ୨୦୨୨ରେ ଉଦ୍‌ଯାପିତ ହେବ। ଏହି ସମୟ ମଧ୍ୟରେ ନୂତନ ଚିନ୍ତାଧାରା ଓ ଆଭିମୁଖ୍ୟ, ଅଭିନବ କାର୍ଯ୍ୟକ୍ରମ ତଥା ଅସାଧାରଣ କୃତୀତ୍ୱ ସମ୍ବଳିତ ବିଭିନ୍ନ କର୍ମଶାଳା, ପାଠଚକ୍ର, ଆଭାସି ଆଲୋଚନା ଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ଅନୁଷ୍ଠିତ ହେଉଅଛି। ୨୫ ରୁ ୩୦ ଏପ୍ରିଲ ୨୦୨୨ ମଧ୍ୟରେ କୃଷି ଓ କୃଷକ ମନ୍ତ୍ରଣାଳୟ ଦ୍ୱାରା ‘କିସାନ ଭାଗୀଦାରି ପ୍ରାଥମିକତା ହମାରୀ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅଭିଯାନରେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଦ୍ୱାରା ହାସଲ କାରାଯାଇଥିବା ପ୍ରମୁଖ କୃତୀତ୍ୱ ଗୁଡ଼ିକ ଯଥା: ସବୁଜ ବିପ୍ଳବ,ଉଦ୍ୟାନ କୃଷିରେ ସର୍ବବୃହତ ଉତ୍ପାଦ, ସର୍ବବୃହତ ଦୁଗ୍ଧ ଉତ୍ପାଦକ; ମତ୍ସ୍ୟ ଉତ୍ପାଦନରେ ଦ୍ୱିତୀୟ ସର୍ବବୃହତ ଦେଶ; କୃଷି କ୍ଷେତ୍ରରେ ରିମୋଟ ସେନ୍ସିଂ, ଜିଆଇଏସ୍‌, ଡ୍ରୋନ୍‌ର ପ୍ରଚଳନ; କିସାନ ଭାଗୀଦାରି ପ୍ରାଥମିକତା ହମାରି ଅଭିଯାନରେ ଅଗ୍ରଣୀ ଯୋଜନା କର୍ଯ୍ୟକ୍ରମ ଓ କୃତୀତ୍ୱ ଗୁଡିକୁ ଉପରେ ଗୁରୁତ୍ୱାରୋପ କରାଯିବ; ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା; ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା, ଇ-ନେସ୍‌ନାଲ ଏଗ୍ରିକଲ୍‌ଚର ମାର୍କେଟ: ଇ-ନାମ; ୧୦ ହଜାର କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା; ମୃତିକା ସ୍ୱାସ୍ଥ୍ୟ କାର୍ଡ: ଜୈବିକ ଏବଂ ପ୍ରାକୃତିକ କୃଷି; କୃଷି ଷ୍ଟାର୍ଟଅପ୍ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଉଅଛି ବୋଲି ସିଫାର ନିର୍ଦ୍ଦେଶକ ଡଃ ସ୍ୱାଇଁ ପ୍ରକାଶ କରିଥିଲେ। ଡଃ ସ୍ୱାଇଁ କହିଥିଲେ ଯେ, ଯେକୌଣସି ସରକାରୀ କାର୍ଯ୍ୟକ୍ରମର ସଫଳତା ପାଇଁ କୃଷକମାନଙ୍କର ଅଂଶଗ୍ରହଣ ଅପରିହାର୍ଯ୍ୟ।

ଏହି କାର୍ଯ୍ୟକ୍ରମ ଗୁଡ଼ିକର ପ୍ରତିପୋଷଣ ପାଇଁ ଆପଣମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ଓ ଯୋଜନା ଗୁଡ଼ିକରେ ଲୋକମାନଙ୍କର ମାଲିକାନା ନିର୍ଭର କରେ। ଗବେଷଣା ପ୍ରମାଣିତ କରିଛି ଯେ, ହିତାଧିକାରୀମାନଙ୍କର ଅଂଶଗ୍ରହଣ ଦ୍ୱାରା ଉନ୍ନତି ସମ୍ଭବ ଏବଂ ଏହାର ଏକ ପ୍ରାସ୍ଥାନ ଯୋଜନା ରହିବା ଉଚିତ। ଅଯାଚିତ ଦାନ ସୂତ୍ରରେ ପ୍ରଦାନ କରାଯାଉଥିବା ଯୋଜନା ଅର୍ଥ ବିଫଳ ହୋଇଥାଏ। ପ୍ରତିଟି ଉନ୍ନୟନ କାର୍ଯ୍ୟକ୍ରମରେ କେବଳ କୃଷକ ନୁହନ୍ତି, ସମସ୍ତ ଲୋକ ଅଂଶଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସମ୍ଭାଷଣର ସିଧା ପ୍ରସାରଣ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ମହାରଣା ଖୋର୍ଦ୍ଧା ଜିଲ୍ଲାରେ ପ୍ରକୃତିକ କୃଷିର ପରିସର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ।

ଓଡିଶା କୃଷି ବିଶ୍ୱବିଦ୍ୟାଳୟ ଆଗ୍ରୋନମି ବିଭାଗର ମୁଖ୍ୟ ପ୍ରଫେସର ରବିନ୍ଦ୍ର କୁମାର ପାଇକରାୟ, ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ୍ ପ୍ରଫେସର ଲଳିତ ମୋହନ ଗଡ଼ନାୟକ, ରାଜ୍ୟ ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ଅଧିକାରୀ ପ୍ରଦିପ କୁମାର ସେଠୀ ଅତିଥିଭାବେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବରିଷ୍ଠ ବୈଜ୍ଞାନିକ ତଥା କେଭିକେ ଖୋର୍ଦ୍ଧା ମୁଖ୍ୟ ଅଜୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଆଇସିଏଆର୍‌-ସିଫା ଓ କେଭିକେ ଖୋର୍ଦ୍ଧାର ବୈଜ୍ଞାନିକ ମାନଙ୍କ ଦ୍ୱାରା ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି ଶୀର୍ଷକ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ବୈଜ୍ଞାନିକ ଡଃ ଚନ୍ଦ୍ରକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ବୈଜ୍ଞାନିକ ଡଃ ହିମାଂଶୁ କୁମାର ଦେ ଓ ବରିଷ୍ଠ ବୈଜ୍ଞାନିକ ତଥା କେଭିକେ ମୁଖ୍ୟ ଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କିସାନ ଭାଗୀଦାରି ପ୍ରାଥମିକତା ହମାରି ସିଫା
Share. Facebook Twitter LinkedIn Email WhatsApp Copy Link

Related Posts

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025
Latest News

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.