Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ ୨୪ ଘଣ୍ଟା ମଧ୍ୟରେ ୩୩୦୩ ନୂତନ ମାମଲା ଚିହ୍ନଟ, ଚିନ୍ତା ବଢାଉଛି ଦିଲ୍ଲୀରେ କରୋନାର ଗତି
ଆଜିର ଖବର

ଗତ ୨୪ ଘଣ୍ଟା ମଧ୍ୟରେ ୩୩୦୩ ନୂତନ ମାମଲା ଚିହ୍ନଟ, ଚିନ୍ତା ବଢାଉଛି ଦିଲ୍ଲୀରେ କରୋନାର ଗତି

April 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି, ଯାହା ଲୋକଙ୍କ ମଧ୍ୟରେ ଚିନ୍ତା ବଢାଉଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୩,୩୦୩ ନୂତନ ମାମଲା ପଞ୍ଜିକୃତ ହୋଇଛି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୧୬ ହଜାର ୯୮୦ କୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨,୫୬୩ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଯଦି ଆମେ ସମୁଦାୟ ଆକଳନକୁ ଦେଖିବା, ତେବେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ମହାମାରୀ ହେତୁ ୫ ଲକ୍ଷ ୨୩ ହଜାର ୬୯୩ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୯ ଜଣ ପ୍ରାଣ ହରାଇଛନ୍ତି।

ରାଜଧାନୀ ଦିଲ୍ଲୀରେ କରୋନାର ବିପଦ ବଢିବାରେ ଲାଗିଛି। କୋଭିଡର ନୂତନ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବୁଧବାର ଦିନ କୋଭିଡର ୧,୩୬୭ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଦିଲ୍ଲୀର ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ହଜାର ୮୦୦ ଅତିକ୍ରମ କରିଛି। ଏହାପୂର୍ବରୁ ୬ ଫେବୃଆରୀରେ ଦିଲ୍ଲୀରେ ୧,୪୧୦ ଟି ନୂଆ ମାମଲା ରୁଜୁ ହୋଇଥିଲା। କ୍ରମାଗତ ଷଷ୍ଠ ଦିନ ପାଇଁ ଦିଲ୍ଲୀରେ କୋଭିଡ ସଂକ୍ରମଣର ୧୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।

ଦିଲ୍ଲୀ ନୂତନ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026
Latest News

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026

ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଞ୍ଚାୟତିରାଜ ବିଭାଗ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.