
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରାମଣ ଉପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ସମୀକ୍ଷା କରିଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବସିବା ଭଙ୍ଗିକୁ ନେଇ ସମାଲୋଚନା ଚାଲିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ଏକ ହ୍ୟାସ ଟ୍ୟାଗ ମ୍ୟାନରଲେସ ସିଏମ ଚାଲିଛି।
ଏହି ବୈଠକରେ କେଜ୍ରିୱାଲା ତାଙ୍କ ଅଫିସରୁ ଭିଡିଓ କଂନଫ୍ରେସିଂରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ କେଜ୍ରିୱାଲା ମୁହଁରେ ହାତ ଦେଇ ବସିଥିଲେ। ପୁଣି କେତେବେଳେ ମୁହଁରେ ଦୁଇ ହାତ ଦେଇ ବସିଲେ। ଶେଷରେ ସେ ପୁରା ଦୁଇ ହାତ ଉପରକୁ ଟେକି ଚ୍ୟାରର ପଛକୁ ଝୁଲାଇ ରଖିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମ ସହିତ ବିଜେପି ତରଫରୁ ତୀବ୍ର ସମାଲୋଚନା କରାଯାଇଛି।