Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ-୨୦୨୨ ଉଦ୍‌ଘାଟିତ
ଆଜିର ଖବର

ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ-୨୦୨୨ ଉଦ୍‌ଘାଟିତ

April 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ ବୋଲି ମତ ବ୍ୟକ୍ତ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ।

ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଘାଟନ କରିବା ଅବସରରେ ଡଃ ସାହୁ କହିଛନ୍ତି ଯେ କୋଭିଡ ମହାମାରୀ ଘର ଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କୁ ଘରମୁହାଁ କରିଛି ଏବଂ ଚାଷ କାର୍ଯ୍ୟ ପ୍ରତି ସେମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। ଏହା କୃଷି କ୍ଷେତ୍ର ପାଇଁ ଖୁବ୍ ଭଲ ପ୍ରସଙ୍ଗ ବୋଲି ଡଃ ସାହୁ କହିଛନ୍ତି।

ଆମ ଦେଶରେ ଗବେଷଣା ଓ ଗବେଷକଙ୍କ ସଂଖ୍ୟା ଖୁବ୍ କମ୍ ରହିଥିବା ବେଳେ ୧୦ ଲକ୍ଷ ରେ ମାତ୍ର ୨୦୦ ଜଣ ଗବେଷଣା କରୁଛନ୍ତି। ସେପଟେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଗବେଷକଙ୍କ ସଂଖ୍ୟା ଖୁବ୍ ଅଧିକ। ଦେଶରେ ଗବେଷଣା ଓ ଗବେଷକଙ୍କ ସଂଖ୍ୟା ଅଧିକ ହେବା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଛନ୍ତି ଯେ ଏ ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଖୁବ୍ ଭଲ ପଦକ୍ଷେପ ନେଉଛି। ଗବେଷଣାକୁ ଖୁବ୍ ପ୍ରାଧାନ୍ୟ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିଜର ନାମ ଶିକ୍ଷା ଓ ଅନୁସନ୍ଧାନକୁ ଉଚିତ୍ ଭାବେ ପ୍ରତିପାଦିତ କରିପାରୁଛି ବୋଲି ଡଃ ସାହୁ କହିଛନ୍ତି।

“ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨” ଭଳି କୃଷି ଭିତିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ମନ୍ତ୍ରୀ ଡଃ ସାହୁ କହିଛନ୍ତି ଏହି ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଦ୍ୱାରା ହିଁ କୃଷି କ୍ଷେତ୍ରରେ ଅଧିକ ଉନ୍ନତି ଘଟିପାରିବ। ତେବେ ଲୋକଙ୍କୁ କୃଷି କାର୍ଯ୍ୟ ନେଇ ସଚେତନ କରାଇବା ସହ କୃଷି ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ପ୍ରଦାନ କରିବା ନିମନ୍ତେ ସୋଆ ପକ୍ଷରୁ ଏକ ଡିଜିଟାଲ୍ ପ୍ଲାଟଫର୍ମର ଆରମ୍ଭ କରାଯିବା ନିମନ୍ତେ ସେ ଅନୁରୋଧ କରିଛନ୍ତି।

ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ତଥା କାର୍ଯ୍ୟକ୍ରମର ଆବାହକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କୃଷକ, ଉଦ୍ୟୋଗୀ ଏବଂ ବ୍ୟବସାୟୀ ମାନଙ୍କ ଦ୍ୱାରା ଉଚିତ୍ ସମନ୍ୱୟ ସହ କାର୍ଯ୍ୟର ଆଦାନପ୍ରଦାନ ହୋଇପାରିବ ବୋଲି କହିଥିଲେ। ଏହା ଦ୍ୱାରା କୃଷି କ୍ଷେତ୍ର ଅଧିକ ବଳିଷ୍ଠ ହୋଇପାରିବ ବୋଲି ସେ କହିଥିଲେ। ଆଗାମୀ ଦିନରେ ଏହା ଏକ ବଳିଷ୍ଠ ପ୍ଲାଟଫର୍ମ ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଫେସର ଦାସ କହିଥିଲେ।

ଏହି ସମାବେଶର ଅନ୍ୟତମ ଆକର୍ଷଣ ହେଉଛି କୃଷି ପ୍ରଦର୍ଶନୀ। ଏହି ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଛନ୍ତି। ଏହି ପ୍ରଦର୍ଶନୀକୁ କୃଷି ମନ୍ତ୍ରୀ ଉଦ୍‌ଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ତିନି ଦିନ ବ୍ୟାପୀ ଆୟୋଜିତ ହେଉଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି ବୋଲି କାର୍ଯ୍ୟକ୍ରମର ସଂଯୋଜକ ଡଃ ଅଂଶୁମାନ ଜେନା ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଏବଂ ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟର ବିଭିନ୍ନ କୃଷି ମହାବିଦ୍ୟାଳୟ ମାନଙ୍କରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ଡ ଅରୁଣ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.