ମୋଦୀଙ୍କୁ ଟାର୍ଗେଟ କାଲେ ଦିଦି : ତାଙ୍କ ଠୁ ସମ୍ମାନ ଆଶା କରିବା ବୃଥା

Published: Apr 29, 2019, 2:05 pm IST
mamata slams modi

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ନିର୍ବାଚନୀ ଶପଥ ପତ୍ରକୁ ନେଇ ଦିଦି ମୋଦୀଙ୍କୁ ଘେରି କହିଛନ୍ତି ଯେ ମୋଦୀ ନିଜ ପତ୍ନୀଙ୍କୁ ସମ୍ମାନ କରନ୍ତି ନାହିଁ, ଦେଶର ସମ୍ମାନ କେମିତି କରିବେ। ପୂର୍ବ ମେଦିନାପୁରର ଏକ ରାଲିକୁ ସମ୍ଭୋଧନ କରିବା ସମୟରେ ମମତା ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ ମୋଦୀ ନିଜ ଜୀବନରେ ନିଜ ମା ତଥା ସ୍ତ୍ରୀଙ୍କୁ କେବେ ସମ୍ମାନ କରି ନାହାନ୍ତି। ଯିଏ ନିଜ ସ୍ତ୍ରୀଙ୍କୁ ସମ୍ମାନ ଦେଇ ପାରୁନାହାନ୍ତି ସେ ଅନ୍ୟମାନଙ୍କୁ କିପରି ସମ୍ମାନ ଦେବେ ? ଏହା ସହିତ ବିଜେପି ଉପରେ ଚଳିତ ନିର୍ବାଚନରେ ଭୋଟ ହାତେଇବା ପାଇଁ ବିପୁଳ ଟଙ୍କା ବଣ୍ଟନ କୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ବିଜେପିର ଏପରି କାର୍ଯ୍ୟ ପାଇଁ କାରଣ ଦର୍ଶାଅ ପାଇଁ କହିବାକୁ ନିବେଦନ କରିବା ସହିତ  ବାରଣାସୀରୁ ମୋଦୀଙ୍କର ପ୍ରାଥିପତ୍ର ନାକଚ କରିବାକୁ ଦାବି କରିଛନ୍ତି କାରଣ ମୋଦୀ ତାଙ୍କ ପ୍ରାଥିପତ୍ରରେ ପତ୍ନୀଙ୍କ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ବିଷୟରେ ଜାଣିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହି ଆଧାରରେ ମମତା ମୋଦୀଙ୍କର ପ୍ରଥିପତ୍ରକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ମମତା ମୋଦୀଙ୍କୁ ଦିଲ୍ଲୀ ର ସୁଲତାନ ମୁହମଦ ବିନ ତୋଗଲୋଗଙ୍କ ଠୁ ଅଧିକ ଖରାପ ବୋଲି କହିଛନ୍ତି। ପୁନର୍ବାର ମୋଦୀ ସତ୍ତା କୁ ଆସିଲେ ଆଗାମୀ ସମୟ ରେ  ଆଉ ନିର୍ବାଚନ ହେବ ନାହିଁ ବୋଲି ମମତା କହିଛନ୍ତି।

 

Related posts