Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାର୍ବଭୌମିକ ମାନବିକ ମୂଲ୍ୟବୋଧ ନେଇ ସୋଆରେ କର୍ମଶାଳା
ଆଜିର ଖବର

ସାର୍ବଭୌମିକ ମାନବିକ ମୂଲ୍ୟବୋଧ ନେଇ ସୋଆରେ କର୍ମଶାଳା

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାନବିକ ମୂଲ୍ୟବୋଧ ବିନା ମଣିଷର ଜୀବନ ମୂଲ୍ୟହୀନ। ପ୍ରତ୍ୟେକ ମଣିଷ ନିଜର ଦୈନନ୍ଦିନ ଜୀବନରେ ଏହାକୁ ପାଳନ କରିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ରେ ଆଜି ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ପକ୍ଷରୁ “ୟୁନିଭର୍ସାଲ୍ ହ୍ୟୁମ୍ୟାନ୍ ଭାଲ୍ୟୁ” ପ୍ରସଙ୍ଗରେ ଆୟୋଜିତ ୩ ଦିନିଆ ଆଂଚଳିକ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ମହାପାତ୍ର। ନୂତନ ଶିକ୍ଷା
ନୀତିରେ ନୈତିକ ମୂଲ୍ୟବୋଧ ଶିକ୍ଷା ଉପରେ କିଭଳି ଗୁରୁତ୍ୱ ଦିଆଯିବ ସେ ନେଇ ପ୍ରଫେସର ମହାପାତ୍ର ମତବ୍ୟକ୍ତ କରିଛନ୍ତି।

ଶିକ୍ଷାର ମାନବୃଦ୍ଧି ଓ ନୂତନ ଶିକ୍ଷାନୀତିକୁ ଆପଣାଇବାକୁ ଏଆଇସିଟିଇ ପକ୍ଷରୁ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସାର୍ବଭୌମିକ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାକୁ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇଛି।

ଏଥି ନିମନ୍ତେ ଏଆଇସିଟିଇ ଅଧିନରେ ଥିବା ପ୍ରାୟ ୧୦ ହଜାର କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ଓ ପ୍ରସ୍ତୁତ କରାଯାଉଛି। ତେଣୁ ଏଥି ନିମନ୍ତେ ଏଭଳି କର୍ମଶାଳାର ଆୟୋଜନ କରାଯାଉଥିବା ସୂଚନା ଦେଇଛନ୍ତି ଏଆଇସିଟିଇ ପୂର୍ବାଂଚଳ ରିଜିଓନାଲ୍ ଅଫିସର ଡଃ ବି. ଗୋସ୍ୱାମୀ। ଅନ୍‌ଲାଇନ୍ ଯୋଗେ କର୍ମଶାଳାରେ ଯୋଡି ହୋଇ ଏହି କର୍ମଶାଳାର ଉଦ୍ଦେଶ୍ୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ସୂଚନା ଦେଇଛନ୍ତି।

କେବଳ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ନୁହେଁ ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ମାନବିକ ମୂଲ୍ୟବୋଧ ଗ୍ରହଣ କରିବାକୁ ପଡ଼ିବ। କେବଳ ଅଧିକ ମାର୍କ ଅର୍ଜନ କରିବା ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ନୁହେଁ ଏଥି ନିମନ୍ତେ ତ୍ୟାଗ, ଧୈର୍ଯ୍ୟ, ଉଚିତ୍‌ କର୍ମ, ସତ୍ୟ ବଚନ ଏବଂ ଅନ୍ୟର ଧର୍ମକୁ ସମ୍ମାନ ଦେବା ଭଳି ନୈତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ରିଜିଓନାଲ୍ କୋର୍ଡିନେଟର ଏବଂ ଏନ୍‌ସିସି-ଆଇପିର ସଦସ୍ୟ ଦିଲୀପ ଦେବନାଥ।

ନୂତନ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସେମାନେ କିଭଳି ମାନବିକ ମୂଲ୍ୟବୋଧ ଓ ନୈତିକ ଶିକ୍ଷା ସହିତ ପ୍ରାଚୀନ ସଂସ୍କୃତି, ସାମାଜିକ ସଂସ୍କାର ଓ ନିଜ କର୍ତବ୍ୟ ସଂପାଦନ ଉପରେ ଅଧିକ ମନୋନିବେଶ କରିବେ ସେ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ମିଳନୀର ଆବାହକ ପ୍ରଫେସର ରେଣୁ ଶର୍ମା କହିଛନ୍ତି।

ବର୍ତ୍ତମାନ ସାରା ବିଶ୍ୱ ନୈତିକ ମୂଲ୍ୟବୋଧ ଠାରୁ ଦୂରେଇ ଯାଉଥିବା ବେଳେ ଏହା ଏକ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି ଏବଂ ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର କହିଛନ୍ତି।

କୁଳପତି ପ୍ରଫେସର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବକ୍ତବ୍ୟ ରଖିଥିଲେ।

ସେହିପରି ଅନ୍‌ଲାଇନ୍ ଯୋଗେ ଏଆଇସିଟିଇର ଇଣ୍ଡକ୍ସନ୍ ପ୍ରୋଗ୍ରାମ୍‌ର ଡେପୁଟି ଡାଇରେକ୍ଟର ନୀତୁ ଭଗତ, ଏନ୍‌ସି-ୟୁଏଚ୍‌ଭିର ସଦସ୍ୟ ରଜୁଲ୍ ଆସ୍ଥାନା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିବା ବେଳେ ପ୍ରଫେସର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ସୋଆରେ କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.