Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିସ୍ ଆତଙ୍କ ବିରୋଧରେ ମେ ୪ରେ ରାଜ୍ୟବ୍ୟାପୀ ପ୍ରତିବାଦ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିରୋଧୀ
ଆଜିର ଖବର

ପୋଲିସ୍ ଆତଙ୍କ ବିରୋଧରେ ମେ ୪ରେ ରାଜ୍ୟବ୍ୟାପୀ ପ୍ରତିବାଦ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିରୋଧୀ

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଧାନ-ପାନ-ମୀନର ଭୂଇଁ ଢିଙ୍କିଆ ଚାରିଦେଶରେ ଜୀବନ ଜୀବିକା ସୁରକ୍ଷା ପାଇଁ ଜିନ୍ଦଲ କମ୍ପାନୀ ବିରୋଧରେ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ବଢିଚାଲିଛି ପୋଲିସ୍ ଦମନ ଓ ଅତ୍ୟାଚାର। ଦିନକୁ ଦିନ ପୋଲିସ୍‌ର ମିଛ ମୋକଦ୍ଦମା, ଗିରଫଦାରୀ ଓ ନିର୍ଯ୍ୟାତନା ବଢିଚାଲିଛି ଓ ଶିଶୁ, ମହିଳା, ବୃଦ୍ଧବୃଦ୍ଧା କେହି ସେଥିରୁ ବାଦ୍ ପଡୁନାହାଁନ୍ତି। ସ୍ୱଚ୍ଛ ଶାସନର ଡ଼ିଣ୍ଡିମ ପିଟି ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କରୁଥିବା ବିଜୁ ଜନତା ଦଳ ଶାସନରେ ସରକାର ଓ କର୍ପୋରେଟ ପ୍ରାୟୋଜିତ ପୋଲିସ୍ ହିଂସା ଦିନକୁ ଦିନ ବଢିଚାଲିଛି। ଏହାକୁ କଦାପି ସହ୍ୟ କରାଯିବ ନାହିଁ ବୋଲି ଘୋଷଣା କରି ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଲୋହିଆ ଏକାଡ଼େମୀ ସଭାଗୃହରେ ଏକାଠି ହୋଇ ଆଗାମୀ ମେ ୪ ତାରିଖରେ ଢିଙ୍କିଆ ଗ୍ରସ୍ତ କରିବେ ବୋଲି ଘୋଷଣା କରିଛନ୍ତି।

ପୋଲିସ୍ ନିର୍ଯ୍ୟାତନା, ଗିରଫଦାରୀ ଓ ଦମନର ଶିକାର ହୋଇଥିବା ଢିଙ୍କିଆ ଚାରିଦେଶର ଅଧିବାସୀମାନଙ୍କୁ ଭୋଟିବା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓ ରାଜ୍ୟବ୍ୟାପୀ ପ୍ରତିବାଦ ତଥା ସଂହତି ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଢିଙ୍କିଆ ଚାରିଦେଶ ସଂହତି ମଞ୍ଚ ପକ୍ଷରୁ ଆହୂତ ତଥା ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କଂଗ୍ରେସର ପଞ୍ଚାନନ କାନୁନଗୋ, ସିପିଆଇ ନେତା ଅଭୟ ସାହୁ, ସିପିଏମ୍‌ର ଜଗନ୍ନାଥ ମିଶ୍ର, ଆମ୍ ଆଦ୍‌ମୀ ପାର୍ଟିର ରଙ୍ଗାଚରଣ ପ୍ରଧାନ, ସିପିଆଇ (ଏମ୍‌-ଏଲ୍‌) ରେଡ଼ଷ୍ଟାରର ପ୍ରମିଳା ବେହେରା, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍‌.ଏଲ୍‌) ଲିବରେସନର ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍‌.ଏଲ୍‌)ର ବାସୁଦେବ ଦାସ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ରିପବ୍ଲିକାନ ପାର୍ଟିର ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଢିଙ୍କିଆ ଚାରିଦେଶ ସଂହତି ମଞ୍ଚ ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରା ପୋଲିସ୍ ଆତଙ୍କରାଜ ସମ୍ପକରେ ସୂଚନା ଦେଇଥିବା ବେଳେ ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି, ପ୍ରଶାନ୍ତ ପାଇକରାୟ, ତପନ ମିଶ୍ର, ପ୍ରଫେସର ବିଜୟ ବହିଦାର, ସସ୍ମିତା ଜେନା, ତପନ ପାଢୀ, ସ୍ୱାତୀ ମିଶ୍ର, ଲେନିନ୍ କୁମାର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କଲମାଡିଙ୍କ ୮୨ ବର୍ଷ ବୟସରେ ପରଲୋକ

January 6, 2026

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ

January 6, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇଟି ଘଟଣା

January 6, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କଲମାଡିଙ୍କ ୮୨ ବର୍ଷ ବୟସରେ ପରଲୋକ

January 6, 2026

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ

January 6, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇଟି ଘଟଣା

January 6, 2026

ପ୍ରଥମ ତିନୋଟି ତ୍ରୈମାସରେ ପୁଞ୍ଜିଗତ ବ୍ୟୟର 80 ପ୍ରତିଶତରୁ ଅଧିକ ଉପଯୋଗ କଲା ରେଳବାଇ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.