Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା
ଜାତୀୟ ଖବର

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି
୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିଶ୍ବର ତୈଳ କ୍ଷେତ୍ରରେ ବର୍ତ୍ତମାନ ଦେଖାଯାଇଥିବା ଅନିଶ୍ଚିତତା ଭାରତ ପାଇଁ ଏକ ସଂକଟ ଓ ଏହା ଆମ ଦୁର୍ବଳତାକୁ ପଦାରେ ପକାଇଛି ବୋଲି କେତେକ ମହଲରେ ଆଲୋଚନା ହେଉଛି। କିନ୍ତୁ ବାସ୍ତବତାଠାରୁ ଏହା ଦୂରରେ। କାରଣ ଗତ ୧୨ ବର୍ଷର ଶକ୍ତି ନୀତି ଫଳରେ ଭାରତ ଯୋଜନାବଦ୍ଧ ଭାବେ ଏକ ସୁଦୃଢ ସ୍ଥିତିରେ ଅଛି। ଜରୁରୀକାଳୀନ ସ୍ଥିତି ପାଇଁ ଭାରତର ଏକ ବିଶାଳ ତୈଳ ଭଣ୍ଡାର ଅଛି ଓ ବିଭିନ୍ନ ଉତ୍ସରୁ ଭାରତକୁ ତୈଳ ଯୋଗାଣ ହେଉଛି।

ଦେଶର ସୁଦୃଢ ତୈଳ ଭଣ୍ଡାର

ଭାରତରେ ପ୍ରାୟ ୨୫୦ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ଓ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦ ଗଚ୍ଛିତ ରହିଛି। ଏହା ୭ରୁ ୮ ସପ୍ତାହ ପାଇଁ ଦେଶର ତୈଳ ଚାହିଦାକୁ ପୂରଣ କରିପାରିବ। ପୁଣି ଏହି ଭଣ୍ଡାର ଗୁଡ଼ିକ ଗୋଟିଏ ସ୍ଥାନ ବଦଳରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ରହିଛି। ଦେଶର ତିନିଟି ରଣନୈତିକ ତୈଳ ଭଣ୍ଡାର ମାଙ୍ଗାଲୋର, ବିଶାଖାପାଟଣା ଓ ପଦୁରଠାରେ ରହିଛି। ଦେଶରେ ବିପୁଳ ପରିମାଣରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଏଲପିଜି ଓ ଏଲଏନଜି ସଂରକ୍ଷିତ ରହିଛି, ଯାହାକି ଯେକୌଣସି ପ୍ରକାରର ସ୍ବଳ୍ପମିଆଦୀ ଅସ୍ଥିରତାର ମୁକାବିଲା କରିପାରିବ। ଏହା ସହିତ ବିଭିନ୍ନ ଅନ୍ତର୍ଜାତୀୟ ଯୋଗାଣକାରୀଙ୍କଠାରୁ ଭାରତ ତୈଳ ଆମଦାନୀ କରିଚାଲିଛି। ଏଣୁ ଭାରତରେ ମାତ୍ର ୨୫ ଦିନର ଇନ୍ଧନ ଥିବା ନେଇ ହେଉଥିବା ଦାବି ଅମୂଳକ। ଏପରିକି ଯଦି ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ବନ୍ଦ ହୋଇଯାଏ, ତେବେବି ଭାରତ ଉପରେ ତାହାର ଆଂଶିକ ପ୍ରଭାବ ପଡ଼ିବ।

ବିକଳ୍ପ ତୈଳ ଆମଦାନୀ ପଥ

ଭାରତ ନିଜ ତୈଳ ଆମଦାନୀର କେବଳ ୪୦ ପ୍ରତିଶତ ହୋର୍ମୁଜ ପ୍ରଣାଳୀ ଦେଇ ଆମଦାନୀ କରିଥାଏ ଓ ୬୦ ପ୍ରତିଶତ ତୈଳ ଅନ୍ୟ ବୈକଳ୍ପିକ ପଥ ଦେଇ ଆସିଥାଏ। ବିଗତ ଦଶନ୍ଧୀରେ ଭାରତର ତୈଳ କୂଟନୀତି ଫଳରେ ତୈଳ ଯୋଗାଣକାରୀ ଦେଶ ସଂଖ୍ୟା ୨୭ରୁ ୪୦କୁ ବୃଦ୍ଧି ପାଇଛି। ଏଣୁ ଗୋଟିଏ ସାମୁଦ୍ରିକ ପଥ ଦେଇ ଭାରତର ତୈଳ ଆସୁନାହିଁ। ଭାରତକୁ ରୁଷିଆ, ଆମେରିକା, ପଶ୍ଚିମ ଆଫ୍ରିକା, କେନ୍ଦ୍ର ଏସିଆ ଓ ଅଣ-ଉପସାଗରୀୟ ମଧ୍ୟପୂର୍ବ ଦେଶରୁ ତୈଳ ଯୋଗାଣ ହେଉଛି। ଏଣୁ ଗୋଟିଏ ହୋର୍ମୁଜ ପ୍ରଣାଳୀ ପ୍ରଭାବିତ ହେଲେ ବି ଅନ୍ୟ ପଥଗୁଡିକ ଚାଲୁ ରହିଛି। ଏଣୁ କୌଣସି ବୈଶ୍ବିକ ସଙ୍କଟ ବା ମହାମାରୀ ସମୟରେ ବି ଦେଶରେ ଶକ୍ତି ସଙ୍କଟ ହେବ ନାହିଁ। ଅଷ୍ଟ୍ରେଲିଆ, କାନାଡା ପରି ଭାରତକୁ ଗ୍ୟାସ ଯୋଗାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇ ପରି ଦେଶ ଭାରତ ସହ ଦୀର୍ଘମିଆଦୀ ତୈଳ ଯୋଗାଣ ଚୁକ୍ତି କରିଛନ୍ତି।

ଭାରତର ତୈଳ ବିଶୋଧନାଗାର କ୍ଷମତା ୨୫୮ ଏମଏମଟିପିଏ ରହିଛି, ଯାହାକି ଏହାର ଘରୋଇ ଚାହିଦା ୨୧୦ରୁ ୨୩୦ ଏମଏମଟିପିଏଠାରୁ ଅଧିକ। ପୁଣି ଭାରତର ତୈଳ ବିଶୋଧନାଗାରଗୁଡ଼ିକ ବିଶ୍ବର ବିଭିନ୍ନ ଉତ୍ସରୁ ଆସୁଥିବା ଭିନ୍ନ ଭିନ୍ନ ଗ୍ରେଡ୍ର ଅଶୋଧିତ ତୈଳ ବିଶୋଧନ କରିବାକୁ ସକ୍ଷମ। ଏଣୁ ଭାରତ ଗୋଟିଏ ତୈଳ ଉତ୍ସ ଉପରେ ନିର୍ଭର କରେ ନାହିଁ।

ରୁଷୀୟ ତେଲ କିଣିବା ପାଇଁ ଭାରତ କେବେବି କୌଣସି ଦେଶର ଅନୁମତି ଉପରେ ନିର୍ଭର କରିନାହିଁ। ଭାରତ ଫେବୃଆରୀ ୨୦୨୬ରେ ମଧ୍ୟ ରୁଷୀୟ ତେଲ ଆମଦାନୀ କରୁଛି, ଏବଂ ରୁଷ ଏବେ ବି ଭାରତର ସବୁଠାରୁ ବଡ଼ ଅଶୋଧିତ ତେଲ ଯୋଗାଣକାରୀ  ରହିଛି। ରୁଷ-ୟୁକ୍ରେନ ଯୁଦ୍ଧର ତିନି ବର୍ଷ ଧରି, ଆମେରିକା ଏବଂ ୟୁରୋପୀୟ ସଂଘର ଆପତ୍ତି ସତ୍ତ୍ୱେ ଭାରତ ରୁଷୀୟ ତେଲ କିଣି ଚାଲିଥିଲା। ରିହାତି ମୂଲ୍ୟ ଏବଂ ରିଫାଇନାରୀ ଚାହିଦା ଯୋଗୁଁ ୨୦୨୨ ପରେ ଆମଦାନୀ ଯଥେଷ୍ଟ ବୃଦ୍ଧି ପାଇଛି। ଏଣୁ ଏହି ତୈଳକ୍ରୟ ଜାରି ରହିଥିବାବେଳେ ଏକ ସ୍ବଳ୍ପ କାଳ ପାଇଁ ରିହାତି ମିଳିବା ଯୋଗୁଁ ଏହା ସମ୍ଭବ ହେଉଥିବା କହିବା ବାସ୍ତବତା ନୁହେଁ।

ଭାରତର ତୈଳ ଆତ୍ମନିର୍ଭରଶୀଳତା

ଭାରତର ୨୦% ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପ୍ରତିବର୍ଷ ପ୍ରାୟ ୬ ନିୟୁତ ଟନ୍ ଅଶୋଧିତ ତୈଳ ସଞ୍ଚୟ କରୁଛି। ୨୦୧୪ ପରଠାରୁ ଏକ ଦଶନ୍ଧି ଧରି, ଏହି କାର୍ଯ୍ୟକ୍ରମ କ୍ରମାଗତ ଭାବେ ୧୮୧ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଅଶୋଧିତ ତୈଳ ଆମଦାନୀକୁ ପ୍ରତିସ୍ଥାପିତ କରିଛି, ଯାହା ଦ୍ଵାରା ୧.୩୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇଛି ଏବଂ ଭାରତୀୟ କୃଷକମାନଙ୍କ ନିକଟରେ ୧.୧୮ ଲକ୍ଷ କୋଟି ଟଙ୍କା ପହଞ୍ଚିଛି। ଭାରତର ଘରୋଇ ଉତ୍ପାଦନ ଦେଶର ଶକ୍ତି ଆବଶ୍ୟକତାର ପ୍ରାୟ ୧୫-୧୬% ଯୋଗଦାନ କରେ ଏବଂ ଏହା ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଶିଳ୍ପ ଓ ବ୍ୟବସାୟିକ ଏଲପିଜି ଗ୍ରାହକଙ୍କ ତୁଳନାରେ ସରକାର ଘରୋଇ ବ୍ୟବହାରକାରୀଙ୍କୁ ପ୍ରାଥମିକତା ଦେଉଛନ୍ତି।

ଦେଶରେ ତୈଳ ଦରରେ ସ୍ଥିରତା

ବିଶ୍ୱରେ ଅଭୁତପୂର୍ବ ଅସ୍ଥିରତା ସତ୍ତ୍ୱେ ଖୁଚୁରା ଇନ୍ଧନ ମୂଲ୍ୟ ଲଗାତାର ୪ ବର୍ଷ ଧରି ସ୍ଥିର ରହିଛି ।  ୟୁକ୍ରେନ ବିବାଦ ପରେ ଯେତେବେଳେ ବିଶ୍ୱରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇଲା, ସେତେବେଳେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ମିଳିତ ଭାବରେ ୨୪,୫୦୦ କୋଟି ଟଙ୍କାର କ୍ଷତି ସହି ଭାରତୀୟ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ସ୍ଥିର ରଖିବାକୁ ସକ୍ଷମ ହୋଇଥିଲେ। ଏହି ସମୟ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ୫୫%, ଜର୍ମାନୀରେ ୨୨% ଏବଂ ଫ୍ରାନ୍ସରେ ୧୯% ବୃଦ୍ଧି ପାଇଥିବାବେଳେ, ଭାରତରେ ପେଟ୍ରୋଲ ମୂଲ୍ୟ ୧%ରୁ କମ୍ ବୃଦ୍ଧି ପାଇଛି।

ଜାତୀୟ ସ୍ବାର୍ଥରେ ତୈଳ କ୍ରୟ

ଭାରତର ତୈଳ କ୍ରୟ ପଛରେ ଥିବା ଏକମାତ୍ର ନୀତି ହେଉଛି ଜାତୀୟ ସ୍ବାର୍ଥ। ଯେଉଁ ଉତ୍ସରୁ ସୁଲଭ ମୂଲ୍ୟରେ ସୁବିଧାରେ ତୈଳ ଉପଲବ୍ଧ ହୁଏ ସେଠାରୁ ଭାରତ ତୈଳ କିଣିଥାଏ ଓ ସେଠାରୁ କିଣିଚାଲିବ।

ନିକଟରେ ଆମେରିକା ପକ୍ଷରୁ ଦିଆଯାଇଥିବା ବକ୍ତବ୍ୟ ସେମାନଙ୍କ ଘରୋଇ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଭାରତୀୟ ରିଫାଇନରମାନଙ୍କୁ ରୁଷୀୟ ତୈଳ କ୍ରୟ ଜାରି ରଖିବାକୁ ଅନୁମତି ଦେବା ପାଇଁ ୩୦ ଦିନିଆ ଛାଡ଼ ଘୋଷଣା କରିଛନ୍ତି, ସ୍ପଷ୍ଟ ଭାବରେ ଭାରତକୁ ଏକ ଅତ୍ୟାବଶ୍ୟକୀୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ଭାରତ ଜି୭ ମୂଲ୍ୟ ସୀମା ନିୟମର ସମସ୍ତ ୧୮ଟି ଯାକ ପର୍ଯ୍ୟାୟ ପାଳନ କରିଛି । ଏହି ଛାଡ଼ ଏକ ମତଭେଦକୁ ଦୂର କରିଛି ଯାହା କେବେବି କାହାରି ସ୍ୱାର୍ଥରେ ନଥିଲା – ଏବଂ ଏହା ବିଶ୍ୱ ଶକ୍ତି ବଜାରରେ ଭାରତର ବିଶୋଧନ ଏବଂ କ୍ରୟ କ୍ଷମତାର ସ୍ଥିର ଭୂମିକାକୁ ସ୍ୱୀକାର କରେ। ଭାରତ ପ୍ରମୁଖ ବିଶ୍ୱ ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣକାରୀଙ୍କ ସହିତ ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା ଯେପରିକି ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଏ) ଏବଂ ପେଟ୍ରୋଲିୟମ୍ ରପ୍ତାନିକାରୀ ଦେଶମାନଙ୍କର ସଂଗଠନ (ଓପେକ) ସହିତ ନିରନ୍ତର ସମ୍ପର୍କରେ ରହିଛି।

ସମସ୍ତଙ୍କ ପାଇଁ ଉର୍ଜ୍ଜା

ପେଟ୍ରୋଲିୟମ କ୍ଷେତ୍ରରେ ଏହି ସରକାର ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି ତିନୋଟି ମାନଦଣ୍ଡ ଅନୁଯାୟୀ ପରୀକ୍ଷିତ ହୁଏ: ସୁଲଭତା, ଉପଲବ୍ଧତା ଏବଂ ସ୍ଥାୟୀତ୍ୱ। ଆଜି ଭାରତରେ ୩୩.୩ କୋଟିରୁ ଅଧିକ ଏଲପିଜି ଗ୍ରାହକ ଅଛନ୍ତି, ଯେଉଁଥିରେ ୧୦.୫୩ କୋଟି ପିଏମୟୁୱାଇ ହିତାଧିକାରୀ ଅଛନ୍ତି, ଏବଂ ୧.୬ କୋଟିରୁ ଅଧିକ ପରିବାର ନିରବଚ୍ଛିନ୍ନ ରୋଷେଇ ଶକ୍ତି ପାଇଁ ପିଏନଜି ସହିତ ସଂଯୋଗ ହୋଇଛନ୍ତି।

ଏନଡିଏ ସରକାରଙ୍କ ତୈଳ ମୂଲ୍ୟ ପରିଚାଳନା

ପୂର୍ବ ୟୁପିଏ ସରକାର (୨୦୦୪ ରୁ ୨୦୧୪) ସମୟରେ ପେଟ୍ରୋଲ ମୂଲ୍ୟ ୧୧୨% ଏବଂ ଡିଜେଲ ୧୫୫% ବୃଦ୍ଧି ପାଇଥିଲା। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ଜାରି ହୋଇଥିବା ୧.୫ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ ଦ୍ୱାରା ଇନ୍ଧନ ମୂଲ୍ୟ ବ୍ୟବସ୍ଥାକୁ ଭରଣା କରାଯାଇଥିଲା । ଏହି ଋଣଗୁଡ଼ିକ  ୨୦୨୧ ରୁ ୨୦୨୬ ମଧ୍ୟରେ ମୂଳ ଏବଂ ସୁଧ ପରିଶୋଧ ଆବଶ୍ୟକ ହେଉଥିଲା। କିନ୍ତୁ ୨୦୧୪ ପରଠାରୁ ଏନଡିଏ ଅଧୀନରେ, ପେଟ୍ରୋଲ ପାଇଁ ୩୩% ଏବଂ ଡିଜେଲ ପାଇଁ ୫୮% ବୃଦ୍ଧି ହୋଇଛି, ତାହା ପୁଣି ଏକ ବିଶ୍ୱବ୍ୟାପୀ ମହାମାରୀ, ୟୁରୋପୀୟ ଭୂମି ଯୁଦ୍ଧ ଏବଂ ସର୍ବାଧିକ ତୈଳମୂଲ୍ୟ ଅସ୍ଥିରତାର ସମୟ ମଧ୍ୟରେ। ଆହୁରି ମଧ୍ୟ ଦେଶର ଯେଉଁ ରାଜ୍ୟଗୁଡ଼ିକରେ ଭାଟ୍ ହ୍ରାସ କରାଯାଇଥିଲା, ସେଠାରେ ମୂଲ୍ୟ ହ୍ରାସ ପାଇଥିଲା, କିନ୍ତୁ ରାଜନୈତିକ କାରଣରୁ ଯେଉଁ ରାଜ୍ୟ ସରକାର ଭାଟ୍ କମାଇନଥିଲେ ସେଠାରେ ତେଲଦର ମହଙ୍ଗା ଥିଲା।

ତୈଳ ନିରାପତ୍ତା ବିଶ୍ବ ଅସ୍ଥିରତା
Share. Facebook Twitter LinkedIn Email WhatsApp Copy Link

Related Posts

କମ ପ୍ରିମିୟମ ପାଇଁ ବଡ଼ ପାଣ୍ଠି: ଏହି ୫ ଟି LIC ଯୋଜନା ଜୀବନବ୍ୟାପୀ ରିଟର୍ଣ୍ଣ ଗ୍ୟାରେଣ୍ଟି

August 10, 2026

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026
Latest News

କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ସାବଧାନ! କ୍ରେଡିଟ୍ ସ୍କୋର ଉପରେ ପଡ଼ିପାରେ ପ୍ରଭାବ

August 10, 2026

ଜାତୀୟ ପତାକା ଉତ୍ପାଦନରେ ସାମିଲ ୧୦୫୩ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୧୬୬ ଟି ପ୍ରଡ୍ୟୁସର ଗ୍ରୁପ୍

August 10, 2026

କମ ପ୍ରିମିୟମ ପାଇଁ ବଡ଼ ପାଣ୍ଠି: ଏହି ୫ ଟି LIC ଯୋଜନା ଜୀବନବ୍ୟାପୀ ରିଟର୍ଣ୍ଣ ଗ୍ୟାରେଣ୍ଟି

August 10, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ 

August 10, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.