Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି
ବିଶେଷ ଖବର

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Floods in the Mahanadi again.
Floods in the Mahanadi again.

ଭୁବନେଶ୍ୱର: ମହାନଦୀରେ ପୁଣି ଏକ ଛୋଟ ଧରଣର ବନ୍ୟା ଆସୁଥିବାରୁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆସନ୍ତାକାଲି ଅର୍ଥାତ ସୋମବାର ସକାଳଠାରୁ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ହିରାକୁଦରେ ବଢ଼ୁଥିବା ଜଳ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ୨୮ଟି ଗେଟ୍ ଖୋଲାଯାଇଛି।

ଏବେ ସମସ୍ତଙ୍କ ନଜର କଟକ ମୁଣ୍ଡଳୀ ଉପରେ ରହିଛି। ରବିବାର ରାତିରୁ ସୋମବାର ସକାଳ ଭିତରେ ମୁଣ୍ଡଳୀରେ ପ୍ରାୟ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଏହାଯୋଗୁଁ ମହାନଦୀର ବିଭିନ୍ନ ଶାଖା ନଦୀରେ ଛୋଟ ଧରଣର ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ଛୋଟ ବନ୍ୟା। ଜଳପ୍ରବାହ ବୃଦ୍ଧି ପାଇଲେ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ସମେତ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କାକଟପୁର, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଓ ପାଟକୁରାରେ ଜଳବନ୍ଦୀ ସ୍ଥିତି ଦେଖାଦେଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।

ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେବା ପରେ ନଦୀକୁ ଆସୁଥିବା ଜଳ ପରିମାଣ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ହିରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ହିରାକୁଦରେ ଜଳସ୍ତର ୬୨୮.୧୯ ଫୁଟ ରହିଛି ଏବଂ ୨୮ଟି ଗେଟ୍ ଖୋଲାଯାଇଛି। ଆବଶ୍ୟକତା ଅନୁସାରେ ସୋମବାର ଆଉ କିଛି ଗେଟ୍ ଖୋଲାଯାଇପାରେ। ହିରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ପାଣିରେ ତେଲ ନଦୀର ପାଣି ମିଶିବା ଫଳରେ ରବିବାର ରାତି ସୁଦ୍ଧା କଟକ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହି ପରିମାଣ ଧୀରେ ଧୀରେ ବଢ଼ି ସୋମବାର ସକାଳ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକରେ ପହଞ୍ଚିବ।

ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଛୋଟ ଧରଣର ବନ୍ୟା ସ୍ଥିତି ଉପୁଜିବ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, ଦୟା, ଭାର୍ଗବୀ, ରାଜୁଆ ଓ ମକରାରେ ବନ୍ୟାଜଳ ଆସିବ। ଏହା ଫଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇପାରେ। ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି।

ଗତ ଜୁଲାଇ ୩୦ ତାରିଖରେ ଆସିଥିବା ବନ୍ୟା ବେଳେ ମୁଣ୍ଡଳୀରେ ୮.୯ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହୋଇଥିବା ବେଳେ ଏଥର ଏହାକୁ ୮ ଲକ୍ଷ କ୍ୟୁସେକ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରାଯାଉଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ମହାନଦୀର ଶାଖା ନଦୀ ଦେବୀ ଓ ପାଇକାରେ ବନ୍ୟାପାଣି ବଢ଼ିବା ପରେ ଜଗତସିଂହପୁର ଜିଲ୍ଲାର ନଈକୂଳିଆ ଲୋକଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି। କିଛି ଦିନ ତଳେ ଆସିଥିବା ବନ୍ୟାରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ବନ୍ୟା ପ୍ଲାବିତ ଲୋକମାନେ କିଛିଦିନ ତଳେ ନିଜ ଘର ସଜାଡ଼ି ଫେରିଥିବା ବେଳେ ପୁଣି ଥରେ ବନ୍ୟା ଆସୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି।

ବନ୍ୟା ମହାନଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ’ ପାଳିତ

September 27, 2026

କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

September 27, 2026

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ଯାଏଁ ଦର୍ଶନ ବନ୍ଦ

September 27, 2026
Latest News

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026

ଖୋର୍ଦ୍ଧା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ’ ପାଳିତ

September 27, 2026

କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

September 27, 2026

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ଯାଏଁ ଦର୍ଶନ ବନ୍ଦ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.