ଖୋର୍ଦ୍ଧା ଷ୍ଟାଡିୟମକୁ ଅଚାନକ ପରିଦର୍ଶନରେ ଆସିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର

Published: Apr 30, 2022, 1:26 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଷ୍ଟାଡିୟମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଚାନକ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବିଧାୟକ ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳ ଆଲୋଚନା କରିଥିଲେ। ତତ ସହିତ ଖେଳାଳିମାନଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ ଜିଲ୍ଲାପାଳ।

ଖୋର୍ଦ୍ଧାର ଏକମାତ୍ର ବହୁ ପୁରାତନ ଷ୍ଟାଡିୟମ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବାରୁ ଦୁଃଖ ପ୍ରକାଶ କରିଥିଲେ ଜିଲ୍ଲାପାଳ ଶ୍ରୀ ମହାପାତ୍ର। ଭିତ୍ତିଭୂମିର ଅଭାବରୁ ଜିଲ୍ଲାର ଖେଳାଳୀମାନେ ଏବେ ଖେଳରୁ ମୁହଁ ଫେରାଉଛନ୍ତି। ତେଣୁ ଯୁଦ୍ଧକାଳିନ ଭିତ୍ତିରେ ଖୋର୍ଦ୍ଧା ପୁରାତନ ଷ୍ଟାଡିୟମର ପୁନଃରୁଦ୍ଧାର କାମ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଉକ୍ତ ପ୍ରୟାସକୁ ଖୋର୍ଦ୍ଧାବାସି ପ୍ରଶଂସା କରିଛନ୍ତି।

Related posts