Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ସୋଆର ପୁରାତନ ଛାତ୍ରୀ ରୁପ୍‌ସା
ଆଜିର ଖବର

ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ସୋଆର ପୁରାତନ ଛାତ୍ରୀ ରୁପ୍‌ସା

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି।

ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ ହୋଇଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି।

ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା। ଏହି ୧୦୦ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ପ୍ରଥମେ ଅନ୍‌ଲାଇନ୍‌ରେ ଅଡିସନ୍ କରାଯିବା ପରେ ନୂଆଦିଲ୍ଲୀରେ ପ୍ରତ୍ୟକ୍ଷ ଭାବରେ ଏହାର ସେମିଫାଇନାଲ୍ ରାଉଣ୍ଡର ଆୟୋଜନ କରାଯାଇଥିଲା। ଏହି ରାଉଣ୍ଡରେ ଏହି ୫୦ ଜଣ ପ୍ରତିଯୋଗୀଙ୍କର ଇଂଟ୍ରୋଡକ୍ସନ୍ ଏବଂ ଟ୍ୟାଲେଂଟର ପରୀକ୍ଷା କରାଯାଇଥିଲା ଓ ୨୦ ଜଣ ଫିନାଲେକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଫିନାଲେ ରାଉଣ୍ଡଟି ମୁମ୍ବାଇରେ ଆୟୋଜନ କରାଯାଇଥିଲା। ପ୍ରତିଯୋଗୀଙ୍କ ମଧ୍ୟରେ ୩ ଦିନ ଧରି ଇଂଟ୍ରୋଡକ୍ସନ୍‌, କଷ୍ଟ୍ୟୁମ୍‌, କ୍ୟାଟ ୱାକ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା। ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ଗ୍ରୁମିଂ କରାଯାଇଥିଲା ଏବଂ ଟପ୍ ଫାଇଭ୍ ଫିନାଲେକୁ ଯାଇଥିଲେ। ଏହି ଟପ୍ ଫାଇଭଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରିଛନ୍ତି ରୁପ୍‌ସା। ଗତ ଏପ୍ରିଲ ୨୪ ତାରିଖରେ ଏହି ଫିନାଲେ ମୁମ୍ବାଇରେ ଆୟୋଜିତ ହୋଇଥିଲା।

ଆଇଟିଇଆର୍‌ର ଛାତ୍ରୀ ରୁପ୍‌ସା କଲେଜ ଜୀବନରୁ ହିଁ ଗ୍ଲାମର ଜଗତ ସହ ଜଡିତ ଅଛନ୍ତି। ୨୦୦୯ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ।

ଏହି ଟାଇଟଲ୍ ହାସଲ କରିବା ପରେ ସେ ଖୁସି ବ୍ୟକ୍ତ କରିବା ସହ ପାଠପଢ଼ା ସମୟରୁ ହିଁ ତାଙ୍କୁ ଅନେକ ସୁଯୋଗ ଦିଆଯାଇଥିବାରୁ ସୋଆ କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁମ୍ବାଇ ବ୍ୟାଙ୍କିଙ୍ଗ୍ ସେକ୍ଟରରେ କାର୍ଯ୍ୟରତ ରୁପ୍‌ସାଙ୍କ ସ୍ୱାମୀ ମଧ୍ୟ ବଲିଉଡ୍ ସହ ଜଡିତ ହୋଇ କାର୍ଯ୍ୟ କରୁଛନ୍ତି। ତାଙ୍କର ଏକବର୍ଷର ଝିଅଟିଏ ଅଛି। ଆଗାମୀ ଦିନରେ ସେ ଓଡ଼ିଶାରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି।

ସେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ସହ ପ୍ରମୁଖ କମ୍ପାନୀର ବିଜ୍ଞାପନରେ ସାମିଲ ହୋଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କଲମାଡିଙ୍କ ୮୨ ବର୍ଷ ବୟସରେ ପରଲୋକ

January 6, 2026

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ

January 6, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇଟି ଘଟଣା

January 6, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କଲମାଡିଙ୍କ ୮୨ ବର୍ଷ ବୟସରେ ପରଲୋକ

January 6, 2026

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ

January 6, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇଟି ଘଟଣା

January 6, 2026

ପ୍ରଥମ ତିନୋଟି ତ୍ରୈମାସରେ ପୁଞ୍ଜିଗତ ବ୍ୟୟର 80 ପ୍ରତିଶତରୁ ଅଧିକ ଉପଯୋଗ କଲା ରେଳବାଇ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.