ଦେଶରେ ଗୋଟିଏ ଦିନରେ ୩,୩୨୪ ଆକ୍ରାନ୍ତ ଚିହ୍ନଟ, ଗତକାଲି ଠାରୁ ୧୦% କମ୍

Published: May 1, 2022, 11:33 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୨୪ ଟି ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ତେବେ ଗତକାଲି ତୁଳନାରେ ଆଜି କରୋନା ମାମଲା ୧୦% କମ୍ ରେକର୍ଡ କରାଯାଇଛି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧୯,୦୯୨। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ର ୩,୬୮୮ ଟି ନୂଆ ମାମଲା ରିପୋର୍ଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ଜଣ କରୋନା ରୋଗୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏହି କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୩ ହଜାର ୮୪୩ କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୮୭୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହା ଫଳରେ ସାରା ଦେଶରେ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୩୬ ହଜାର ୨୫୩ ରେ ପହଞ୍ଚିଛି।

Related posts