ବର୍ଲିନରେ ପ୍ରଧାନମନ୍ତ୍ରୀଙ୍କୁ ଗେରୁଆ ପତାକାରେ ସ୍ବାଗତ କରିବାକୁ ନେଇ ଉଠିଲା ପ୍ରଶ୍ନ

Published: May 3, 2022, 12:45 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ୟୁରୋପ ଗସ୍ତରେ ଯାଇ ପ୍ରଥମେ ଜର୍ମାନୀରେ ପହଁଚିଥିଲେ। ଜର୍ମାନୀ ରାଜଧାନୀ ବର୍ଲିନରେ ମୋଦୀଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ବିଶେଷ କରି ପ୍ରବାସୀ ଭାରତୀୟ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରିଥିଲେ। ତେବେ ଏହି ଉତ୍ସବକୁ ନେଇ ବର୍ତ୍ତମାନ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ବର୍ଲିନ ସହରରେ ମୋଦୀ ବାଜା ବଜାଇ ନୃତ୍ୟ ପରିବେଷଣ କରାଯାଇ ଏହି ସ୍ବାଗତ ବେଳେ ଜଣେ ଏକ ଗେରୁଆ ପତାକା ଧରି ନାଚୁଥିବାର ଦେଖାଯାଇଥିଲା। ଜାତୀୟ ପତାକା ପରିବର୍ତ୍ତେ ଏପରି ଗେରୁଆ ପତାକା ବିଦେଶରେ ଉଡାଇବାକୁ ବିରୋଧୀ ସମାଲୋଚନା କରିଛନ୍ତି। ଏହି ଭିଡିଓଟି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିବାରୁ ବିରୋଧୀଙ୍କୁ ବିରୋଧ କରିବାର ସୁଯୋଗ ମିଳିଛି।

Related posts