Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ଥିବା କୃଷକ ମନ୍ଦିରରେ ପାଳିତ ହେଲା ଅକ୍ଷୟ ତୃତୀୟା
ଆଜିର ଖବର

ଓଡିଶାରେ ଥିବା କୃଷକ ମନ୍ଦିରରେ ପାଳିତ ହେଲା ଅକ୍ଷୟ ତୃତୀୟା

May 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଥିବା କୃଷକ ମନ୍ଦିରରେ ପାଳିତ ହେଲା ଅକ୍ଷୟ ତୃତୀୟା

ଭୁବନେଶ୍ୱର : କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମଣିଜୋରି ଗ୍ରାମ କୃଷକ ମନ୍ଦିରରେ ଏକ ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଚାଷୀମାନଙ୍କ ଜୟ ଯବାନ, ଜୟ କିଷାନ ଧ୍ୱନିରେ ଅଞ୍ଚଳଟି ପ୍ରକମ୍ପିତ ହୋଇଥିଲା । ସକାଳୁ ଚାଷୀମାନେ କୃଷକ ମନ୍ଦିରରୁ ଅଖିମୁଠି ଧରି ବିଲକୁ ନେବା ସହ ବିଲରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ ।

କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ଯୋଗଦେଇ କହିଲେ ଯେ, ଭାରତର ପ୍ରଥମ କୃଷକ ମନ୍ଦିର ମାହାଙ୍ଗାର ମଣିଜୋରି ଗ୍ରାମରେ ପ୍ରତିଷ୍ଠା କରିଥିବାରୁ ଏହାର ପ୍ରତିଷ୍ଠାତା ପ୍ରତାପ କୁମାରଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ କୃଷକ ମନ୍ଦିର ଅଶୀର୍ବାଦରୁ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଯେ ଅକ୍ଷୟ ତୃତୀୟା ହେଉଛି ଚାଷୀମାନଙ୍କ ଏକ ମହାନ୍ ପର୍ବ। ଏହି ପର୍ବ ଚାଷୀମାନଙ୍କୁ ଚାଷକାର୍ଯ୍ୟ କରିବା ଉତ୍ସାହିତ କରିଥାଏ। ଚାଷୀମାନେ ଦେଶକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇଥାନ୍ତି । ଯାହାଫଳରେ ଚାଷୀଠାରୁ ବଡ଼ ଏ ଦୁନିଆରେ କେହି ନାହାଁନ୍ତି।

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ମହାନ୍ତି ବାବୁ, ବରାହିଁପୁର ସରପଞ୍ଚ ରଶ୍ମିତା ସ୍ୱାଇଁ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ସାହୁଙ୍କ ସମେତ ୧୧ଟି ୱାର୍ଡ଼ର ୱାର୍ଡ଼ମେମ୍ବର ଯୋଗଦେବା ସହ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚାୟତ ସଭାପତି ଧୀରେନ୍ଦ୍ର କୁମାର ସ୍ୱାଇଁ ନଳିନୀକାନ୍ତ ନାୟକ, ଭ୍ରମରବର ଦାସ, ସୁନାକର ସାହୁ, ତ୍ରିଲୋଚନା ସାହୁ, ବୈରାଗୀ ବାରିକ, ମନୋଜ କୁମାର ସାହୁ, ଜନ୍ମେଜୟ ସାହୁ, ମହାବୀର ଯୁବ ପରିଷଦ, ମା ବୁଢୀ ଜାଗୁଳାଇ ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପରିଶେଷର ଶହ ଶହ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ମହାପ୍ରସାଦ ସେବନ କରିବା ସହ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପଥଚାରୀମାନଙ୍କୁ ଗ୍ଲୁକୋନ-ଡି, ଲେମ୍ବୁପଣା, ଓଆରଏସ୍ ବଣ୍ଟନ କରାଯାଇଥିଲା ।

ଅକ୍ଷୟ ତୃତୀୟା
Share. Facebook Twitter LinkedIn Email WhatsApp Copy Link

Related Posts

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.