ଦୁଇ ବର୍ଷ ପରେ ପୋଲିସ ପୋଷାକ ପିନ୍ଧିଲେ ଏହି ଆଇପିଏସ ଅଧିକାରୀ, ଜାଣନ୍ତୁ କାରଣ

Published: May 7, 2022, 3:25 pm IST

ଭୁବନେଶ୍ବର: ସେ ହେଉଛନ୍ତି ଆଇପିଏସ ଅଧିକାରୀ। ତାଙ୍କର ଅଧିକାର ରହିଛି ପୋଲିସ ପୋଷାକ ପିନ୍ଧିବା। ହେଲେ ସେ ଦୀର୍ଘ ଦୁଇ ବର୍ଷ ଧରି ପିନ୍ଧି ପାରି ନ ଥିଲେ। ଏବେ ସେ ପୋଲିସ ପୋଷାକ ପରିଧାନ କଲେ। ସେ ହେଉଛନ୍ତି 1996 ବ୍ୟାଚ ଓଡିଶା ଆଇପିଏସ ଅରୁଣ ବୋଥ୍ରା। ନିକଟରେ ବୋଥ୍ରା ଏଡିଜି କ୍ରାଇମ ବ୍ରାଞ୍ଚକୁ ବଦଳି ହୋଇଛନ୍ତି। ଗତକାଲି ସେ ପୋଲିସ ପୋଷାକ ପିନ୍ଧି ଦାୟିତ୍ବ ନେଇଛନ୍ତି।

ତେବେ ପ୍ରଶ୍ନ ଉଠିଛି ଯେ, ସେ ପୂର୍ବରୁ କଣ ପାଇଁ ପୋଲିସ ପୋଷାକ ପରିଧାନ କରି ନ ଥିଲେ। ତାହାର କାରଣ ହେଲା ଯେ, ସେ ଓଡିଶା ରାଜ୍ୟ ପରିବହନ ବିଭାଗର କମିଶନର ଥିଲେ। ଏହି ପଦବୀରେ ପୋଲିସ ଭୂମିକା ନ ଥିବାରୁ ସେ ସେହି ପୋଷାକ ପରିଧାନ କରି ନ ଥିଲେ। ହେଲେ ବର୍ତ୍ତମାନ ପୋଲିସ ଦାୟିତ୍ବ ମିଳିଥିବାରୁ ଏହି ପୋଷାକ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି। ଏହି ପୋଷାକ କଥା ନେଇ ବୋଥ୍ରା ନିଜେ ଟୁଇଟ କରି ମଧ୍ୟ ଜଣାଇଛନ୍ତି।

Related posts