Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଈଶ୍ଵରଙ୍କ ଠାରେ କିପରି ଲାଗିବ ମନ?, ପଢନ୍ତୁ ଏଭଳି ପ୍ରଶ୍ନର କି ଉତ୍ତର ରଖିଲେ ସନ୍ଥ ଏକନାଥ ମହାରାଜ
ଆଜିର ଖବର

ଈଶ୍ଵରଙ୍କ ଠାରେ କିପରି ଲାଗିବ ମନ?, ପଢନ୍ତୁ ଏଭଳି ପ୍ରଶ୍ନର କି ଉତ୍ତର ରଖିଲେ ସନ୍ଥ ଏକନାଥ ମହାରାଜ

May 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

“ଦୋ ବାତନ କୋ ଭୁଲୋ ମତ, ଯୋ ଚାହେ କଲ୍ୟାନ

ନାରାୟଣ ଇକ ମୌତହେ, ଦୁଜେ ଶ୍ରୀଭଗବାନ।”

ନାରାୟଣ କବି କହୁଛନ୍ତି, “ଯଦି କଲ୍ୟାଣ ଚାହୁଁଛ, ତାହାହେଲେ ଦୁଇଟି କଥାକୁ ମନେ ରଖ, ଭୁଲ ନାହିଁ। ଗୋଟିଏ ହେଉଛି ମୃତ୍ୟୁ, ଅନ୍ୟଟି ହେଉଛନ୍ତି ଶ୍ରୀ ଭଗବାନ।”

ଏକନାଥ ମହାରାଜା ନାମକ ଜଣେ ପ୍ରସିଦ୍ଧ ସନ୍ଥ ଥିଲେ। ଥରେ ଜଣେ ବୈଷ୍ଣବ ତାଙ୍କ ପାଖକୁ ଆସି ପଚାରିଲେ, “ଆପଣଙ୍କ ମନ ଇଶ୍ଵରଙ୍କ ଠାରେ, ସଦା ସର୍ବଦା ଶ୍ରୀକୃଷ୍ଣଙ୍କ ଠାରେ କେମିତି ସ୍ଥିର ରହିପାରୁଛି। ମୋର ମନ ତ ଅଧ ଘଣ୍ଟା ମଧ୍ୟ ସ୍ଥିର ରହିପାରୁନାହିଁ। ମନକୁ ସ୍ଥିର ରଖିବା ପାଇଁ କୌଣସି ଉପାୟ ବତାନ୍ତୁ। ଏକନାଥ ମହାରାଜା ଚିନ୍ତା କଲେ ଉପଦେଶ ବାଚନିକ ନହୋଇ କ୍ରିୟାତ୍ମକ ହେବା ଦରକାର।

ସେ କହିଲେ, ସେକଥା ଛାଡ! ତୁମର ଏଇ ଅଳ୍ପ ଦିନ ଭିତରେ ମୃତ୍ୟୁ ହେବ। ତା’ପୂର୍ବରୁ ତୁମେ ତୁମର ଶତୃଭାବ ଓ କାମନା ତ୍ୟାଗ କର। ଶତ୍ରୁତା ଓ କାମନା ମୃତ୍ୟୁକୁ ବିଗାଡି ଦିଏ। ସାତ ଦିନ ପରେ ମୋ ପାଖକୁ ଆସିବ। ମୃତ୍ୟୁର ନାମ ଶୁଣି ତାହାର ହୋଶ ଉଡିଗଲା। ସେ ଘରକୁ ଫେରି ସବୁ ଧନ ସମ୍ପତ୍ତି ପୁତ୍ରକୁ ସମର୍ପି ଦେଲା। ସମସ୍ତଙ୍କ ଠାରେ କ୍ଷମା ମାଗିଲା ଏବଂ ଇଶ୍ଵରଙ୍କ ଧ୍ୟାନରେ ଲାଗିଗଲା।

ସାତ ଦିନ ପରେ ପୁଣି ସେ ଏକନାଥଙ୍କ ପାଖରେ ପହଞ୍ଚିଲା। ମହାରାଜ ପଚାରିଲେ, “ଏହି ସାତ ଦିନ ଭିତରେ ତୁମେ କ’ଣ କ’ଣ କଲ? ତୁମେ କୌଣସି ପାପ କର୍ମ କରିନାହଁ ତ? ବୈଷ୍ଣବ ଉତ୍ତର ଦେଲା, “ମୃତ୍ୟୁ ଖବର ଶୁଣି ମୁଁ ଏପରି ଡରିଗଲି ଯେ, ମୁଁ ସବୁ କିଛି ତ୍ୟାଗ କରି ପ୍ରଭୁଙ୍କ ଧ୍ୟାନରେ ଲାଗିଗଲି।

ଏକନାଥ ଜୀ କହିଲେ, “ମୋର ଏକାଗ୍ରତାର ଏହା ହେଉଛି ରହସ୍ୟ। ମୁଁ ମୃତ୍ୟୁକୁ ସର୍ବଦା ସ୍ମରଣ ରଖୁଛି। ମୁଁ ମୃତ୍ୟୁର ଡରକୁ ମନେ ରଖି ସର୍ବଦା ଈଶ୍ଵରଙ୍କ ଭଜନ କରେ। ଅତଃ ସମୟ ବିଷୟରୁ ମୋର ମନ ହଟିଯାଏ ଏବଂ ଶ୍ରୀକୃଷ୍ଣଙ୍କ ଠାରେ ମନ ଏକାଗ୍ରତା ରହେ।

ଉପେନ୍ଦ୍ର ବଳିୟାରସିଂହ, (କଥା ବାଚକ)

ଠିକଣା- ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଈଶ୍ଵର ଶ୍ରୀକୃଷ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026
Latest News

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.