Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ
ଆଜିର ଖବର

ଏମସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

May 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

ଭୁବନେଶ୍ୱର : କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏହି କ୍ଷେତ୍ରରେ ଉତ୍ତମ ନିବେଶ କରିବା ସହିତ ସମଗ୍ର ବିଶ୍ୱରେ ଏକ ସ୍ଥାୟୀ, ସୁଶିକ୍ଷିତ ତଥା ଉଚ୍ଚମାନର ତାଲିମପ୍ରାପ୍ତ ନର୍ସିଂ ମାନବସମ୍ବଳ ସୃଷ୍ଟି କରିବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଆଜି ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ଅବସରରେ ଉପସ୍ଥିତ

ଅତିଥି ତଥା ବିଶେଷଜ୍ଞମାନେ ଏପରି ମତବ୍ୟକ୍ତ କରିଛନ୍ତି। ଏମ୍ସ ଭୁବନେଶ୍ୱର କଲେଜ ଅଫ୍ ନର୍ସିଂ ଏବଂ “ଷ୍ଟୁଡେଣ୍ଟସ୍ ନର୍ସ ଆସୋସିଏସନ୍” ପକ୍ଷରୁ କଲେଜର ମିନି ଅଡିଟୋରିୟମରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ। ବର୍ତ୍ତମାନ ଏବଂ ଭବିଷ୍ୟତରେ ଯେକୌଣସି ମହାମାରୀର ମୁକାବିଲା ପାଇଁ ନର୍ସିଂ ଶିକ୍ଷା, ଦକ୍ଷତା ତାଲିମ ଏବଂ ନେତୃତ୍ୱ ପ୍ରଶିକ୍ଷଣରେ ବିନିଯୋଗ କରିବାକୁ ଅଧିକ ଧ୍ୟାନ ଦେବାକୁ ପଡିବାନେଇ ଡ ମହାନ୍ତି ମତପୋଷଣ କରିଥିଲେ।

ଡକ୍ଟର ଏଲ୍ ଆନନ୍ଦ, ଆସୋସିଏଟ୍ ପ୍ରଫେସର କଲେଜ ଅଫ୍ ନର୍ସିଂ, ଏମ୍ସ ଭୁବନେଶ୍ୱର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଜି ଦିବସର ବିଷୟବସ୍ତୁକୁ ଆସୋସିଏଟ୍ ପ୍ରଫେସର ଡ ଏମ ଭି ସ୍ମିଥା ଉନ୍ମୋଚନ କରିଥିଲେ। ଏହି ଅବସରରେ ହେପ୍ସି ବାଇ ଜେ ଫ୍ଲୋରେନ୍ସ ନାଇଟିଙ୍ଗଲେଙ୍କ ଜୀବନ ଇତିହାସ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ। ସେହିପରି ଅନଲାଇନରେ ସରକାରୀ ନର୍ସିଂ ମହାବିଦ୍ୟାଳୟ, ବ୍ରମହପୁରର ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ଦିବସର ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ରଖିଥିଲେ।

ଏହି ଉତ୍ସବକୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କରିବାକୁ ନର୍ସିଂ ଶିକ୍ଷାରେ ପ୍ରବେଶ ଏବଂ ବୃତ୍ତିଗତ ବିକାଶ ପାଇଁ ନର୍ସିଂ ଶିକ୍ଷା” ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଡ. ସ୍ମିଥା ଏହାକୁ ଆଲୋଚନାକୁ ପରିଚାଳନା କରିଥିବାବେଳେ ଡ.ଏଲ୍ ଆନନ୍ଦ, ହେପସି ବାଇ ଜେ ଏବଂ ନାଦିଆ କୃଷ୍ଣନ୍ ପ୍ରମୁଖ ପ୍ୟାନେଲିଷ୍ଟ ଭାବେ ଅଂଶଗ୍ରହଣ କରିଥିଲେ। ନର୍ସ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ କାର‌୍ୟ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ଅଧୀକ୍ଷକ ଡ. ଏସ ଏନ ମହାନ୍ତି ପୁରସ୍କାର ବିତରଣ କରିଥିଲେ। ସାମ୍ ଜୋସ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

୧୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ ହକି ଇଣ୍ଡିଆ

November 5, 2025

କ୍ୟୁ.ଏସ୍ ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 5, 2025

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025
BJP Ads
Latest News

୧୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ ହକି ଇଣ୍ଡିଆ

November 5, 2025

କ୍ୟୁ.ଏସ୍ ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 5, 2025

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.