
ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟ ବାତ୍ୟା ଅସାନି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଗତକାଲି ତାହା ଗଭୀର ଅବପାତ ହେବା ପରେ ଏବଂ ଅବପାତକୁ ପରିବର୍ତ୍ତନ ହୋଇଛି। ତେବେ ଏହାର ପ୍ରଭାବ ଉଭୟ ସ୍ଥଳ ଓ ଜଳଭାଗରେ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି। ସେଥିପାଇଁ ଆଜି ଓଡିଶାର ଉପକୂଳରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି।
ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ପ୍ରଭାବରେ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂପୃଷ୍ଠ ପବନ ପ୍ରବାହିତ ହେବ। ଏହାର ବେଗ ଘଣ୍ଟା ପ୍ରତି ୩୫ ରୁ ୪୫ ସର୍ବାଧିକ ୫୫କିମି ଯାଏଁ ରହିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳମଧ୍ୟକୁ ପ୍ରବେଶ ପାଇଁ ସମ୍ପୂର୍ଣ ବାରଣ କରାଯାଇଛି।
Tags: ବାତ୍ୟା, ବାତ୍ୟା ଅସାନି