Categories
Cyclone ଆଜିର ଖବର ଜାତୀୟ ଖବର

Cyclone Update: ବାତ୍ୟା ଦୁର୍ବଳ ହୋଇଛି ସତ, ହେଲେ ଏହାର ପ୍ରଭାବ ଆଜି ରହିବ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟ ବାତ୍ୟା ଅସାନି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଗତକାଲି ତାହା ଗଭୀର ଅବପାତ ହେବା ପରେ ଏବଂ ଅବପାତକୁ ପରିବର୍ତ୍ତନ ହୋଇଛି। ତେବେ ଏହାର ପ୍ରଭାବ ଉଭୟ ସ୍ଥଳ ଓ ଜଳଭାଗରେ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି। ସେଥିପାଇଁ ଆଜି ଓଡିଶାର ଉପକୂଳରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ପ୍ରଭାବରେ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂପୃଷ୍ଠ ପବନ ପ୍ରବାହିତ ହେବ। ଏହାର ବେଗ ଘଣ୍ଟା ପ୍ରତି ୩୫ ରୁ ୪୫ ସର୍ବାଧିକ ୫୫କିମି ଯାଏଁ ରହିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳମଧ୍ୟକୁ ପ୍ରବେଶ ପାଇଁ ସମ୍ପୂର୍ଣ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଅସାନି ଅପଡେଟ: ଓଡିଶାରେ ଆଉ ପଡିବନି ପ୍ରଭାବ, କିନ୍ତୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ଵର: ବାତ୍ୟାକୁ ନେଇ ଆଜି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅପଡେଟ ପ୍ରଦାନ କରାଯାଇଛି। ଓଡିଶାରେ ଆଉ ବାତ୍ୟା ‘ଅସାନି’ର କୌଣସି ପ୍ରଭାବ ପଡିବ ନାହିଁ। ଆଜି ସକାଳେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। କିନ୍ତୁ ମତ୍ସ୍ୟଜୀବୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସେମାନଙ୍କୁ ଏବେ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ରାଜ୍ୟର ସମସ୍ତ ବନ୍ଦରଗୁଡିକରୁ ବିପଦ ସଂକେତ ପ୍ରତ୍ୟାହାର କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଯଦିବା ଆଜି ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ, ହେଲେ ଏହା ବାତ୍ୟାର ପ୍ରଭାବ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Update: ବାତ୍ୟା ଅସାନି ହେଲା ଦୁର୍ବଳ, ଏବେ ଲଘୁଚାପ

ଭୁବନେଶ୍ବର: ଧୀରେ ଧୀରେ ବାତ୍ୟା ଅସାନି ତାହାର ସତ୍ତା ହଜାଇବାକୁ ବସିଲାଣି। ଭୀଷଣ ବାତ୍ୟାରୁ ବର୍ତ୍ତମାନ ଆସି ତାହାର ପୂର୍ବ ଅବସ୍ଥାକୁ ଫେରି ଆସିଛି। ବାତ୍ୟାର ଅବଶିଷ୍ଠଂଶ ଗତ କାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ ଅବପାତରେ ପରିଣତ ହୋଇଛି।
ଗତ ୬ ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Exclusive : ସମୁଦ୍ରରେ ବୁଡିଲା ଡଙ୍ଗା, ଏହି ଭିଡିଓ ଦେଖିଲେ ଥରିଯିବ ଛାତି

ବ୍ରହ୍ମପୁର: ଭୀଷଣ ବାତ୍ୟା ଅସାନିର ପ୍ରଭାବ ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ସମୁଦ୍ରର ଅଶାନ୍ତ ଯୋଗୁଁ ଦୁଇଟି ଛାତି ଥରା ଦୃଶ୍ୟ ପଦାକୁ ଆସିଛି। ଗୋଟିଏ ପଟେ ପାତି ସୋନପୁର ନିକଟସ୍ଥ ଗହୀର ସମୁଦ୍ରରେ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡିଯିବା ଯୋଗୁଁ ୧୧ ଜଣ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରେ ଫସିଯାଇଥିଲେ। ଖବର ପାଇ ରାଜ୍ୟ ସରକାରଙ୍କ ସହାୟତାରେ ଏୟାରଲିଫ୍ଟ ମାଧ୍ୟମରେ ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ସମାନ ଦୃଶ୍ୟ  ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଯ୍ୟାପାଲି ବେଳାଭୂମି ନିକଟରେ ସନର୍ଯ୍ୟାପାଲି, ବଡ ଅର୍ଯ୍ୟାପାଲି ଓ ଗୋଲାବନ୍ଧ ଭଳି ଅଂଚଳର ଦେଖିବାକୁ ମିଳିଛି। ୬୦ ଜଣ ମତ୍ସ୍ୟଜୀବୀ ୬ ଗୋଟି ଡଙ୍ଗା ମାଧ୍ୟମରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଫେରୁଥିବା ବେଳେ, ସମୁଦ୍ର ଅଶାନ୍ତ ଯୋଗୁଁ ଡଙ୍ଗା ଓଲଟି ପଡିଥିବା ସୂଚନା ମିଳିଛି।

ଯାହାଫଳରେ ଗହୀର ସମୁଦ୍ର ଭିତର ସମସ୍ତ ୬୦ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସମସ୍ତ ମତ୍ସ୍ୟଜୀବୀ ଦୀର୍ଘ ଏକ ଘଣ୍ଟାର ସଂଘର୍ଷ ପରେ ପହଁରି ପହଁରି କୂଳରେ ଆସିଥିବା ଜଣାପଡିଛି। ତେବେ ସମୁଦ୍ରରେ ସେମାନଙ୍କର ଡଙ୍ଗା ଜାଲ ଓ ମୋଟର ଭାଙ୍ଗି ଯାଇଛି।

ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ହେଲେ ପ୍ରଶାସନର ସଚେତନତା ଅଭାବରୁ ସେ କଥାକୁ ମତ୍ସ୍ୟଜୀବୀ ଧ୍ୟାନ ଦେଉ ନାହାଁନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାକୁ ଲାଗିଛି। ତେବେ ବର୍ତ୍ତମାନ ସମୁଦ୍ରରେ ଆଉ କେହି ମତ୍ସ୍ୟଜୀବୀ ଅଛନ୍ତି କି ନାହିଁ ପ୍ରଶାସନ ଖୋଳଡାଡ ଅରମ୍ଭ କରିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Updates: ଗୋପାଳପୁର ବନ୍ଦରରେ ଲାଗିଲା ୩ ନମ୍ବର ବିପଦ ସଂକେତ

ଭୁବନେଶ୍ବର: ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଅବଗତ କରାଯାଇଛି। କାରଣ ବାତ୍ୟା ଅସାନୀ ସମୁଦ୍ର ଭିତରେ ଗତି କରିବା ବେଳେ ଗୋପାଳପୁର ପାଖ ଦେଇ ଯିବ। ଏହାଫଳରେ ସେହି ଅଞ୍ଚଳର ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ କେବଳ ଗୋପାଳପୁର ବନ୍ଦରକୁ ନଜରରେ ରଖି ୩ ନମ୍ବର ବିପଦ ସଂକେତ ଜାରୀ କରାଯାଇଛି।

ସେହିପରି ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି। କାରଣ ଏହି ବନ୍ଦରଗୁଡିକଠାରୁ ବହୁ ଦୂରରେ ଅସାନୀ ଗତି କରିବ। ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Alert: ବାତ୍ୟା ଅସାନି ନେଇ ପୂର୍ବତଟ ରେଳପଥର ସତର୍କତା, ନେଲେ ଏହି ବଡ ପଦକ୍ଷେପ

ଭୁବନେଶ୍ବର:  ପୂର୍ବ ତଟ ରେଳପଥ ବାତ୍ୟା ଅସାନିର ପ୍ରଭାବ ଦ୍ୱାରା ବର୍ଷା ଜନିତ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି । ଅତୀତର ଅଭିଜ୍ଞତାରୁ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ୨୦୧୯ ରେ ଫନି, ୨୦୧୮ ରେ ତିତିଲି , ୨୦୧୪ ରେ ହୁଡୁହୁଡ଼, ୨୦୧୩ ରେ ଫାଇଲିନ୍, ୨୦୨୦ ରେ ଅମ୍ଫନ୍ ଏବଂ ୧୯୯୯ ର ସୁପର ସାଇକ୍ଲୋନ୍ ରେ ରେଲୱେ ସମ୍ପତ୍ତି ରକ୍ଷଣାବେକ୍ଷଣ ସହିତ ଟ୍ରେନ୍ ଟ୍ରାଫିକ୍ ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି।

ସାଇକ୍ଲୋନ୍ କିମ୍ବା ପ୍ରବଳ ବର୍ଷା ଦ୍ୱାରା ରେଳ ଟ୍ରାକ୍ ପ୍ରଭାବିତ ଆଶଙ୍କାକୁ ନଜର ଦେଇ ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ରେଳ ସଦନରେ ରେଳ ମଣ୍ଡଳ ଯଥା ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ମୁଖ୍ୟାଳୟରେ ୨୪ ଘଣ୍ଟିଆ ବିପର‌୍ୟ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି।

ପୂର୍ବ ତଟ ରେଳପଥ ମଧ୍ୟ ଆପଦ କାଳୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରିଛି। ଟ୍ରାକର ଶୀଘ୍ର ପୁନରୁଦ୍ଧାର, ସାଙ୍କେତିକ ପ୍ରଣାଳୀ ଏବଂ ବିଦ୍ୟୁତିକରଣ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ଦଳର ନିୟୋଜନ କରାଯାଇ ପଦକ୍ଷେପ ନେଇଛି । ଯଦି ବିଦ୍ୟୁତ ସରବରାହ ବ୍ୟାଘାତ ଘଟେ ତେବେ ଟ୍ରେନ ଚଳାଚଳ ପାଇଁ ଡିଜେଲ ଇଂଜିନ ଗୁଡିକୁ ବିଭିନ୍ନ ସ୍ଥାନରେ ରଖାଯାଇଅଛି। ଶାଖା ଲାଇନ୍ ସମେତ ହାଓଡ଼ା-ଚେନ୍ନାଇ ମେନ୍ ଲାଇନର ସମସ୍ତ ଷ୍ଟେସନରେ ତୀକ୍ଷ୍ଣ ନଜର ରଖାଯାଇଅଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଟ୍ରେନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ଏବଂ କୌଣସି ଜରୁରୀ କାଳୀନ ପରିସ୍ଥିତି ଯଥା ରେଳ ଟ୍ରାକ ନିକଟରେ ବନ୍ୟା ସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ଶ୍ରୀବାସ୍ତବ ମଧ୍ୟ ଜରୁରୀ କାଳୀନ ବିଜୁଳି ଯୋଗାଣକୁ ପ୍ରସ୍ତୁତ ରଖିବା ସହ କ୍ଷେତ୍ର କର୍ମଚାରୀଙ୍କ କଲ୍ୟାଣ କାର‌୍ୟ୍ୟରେ ସଜାଗତା ପ୍ରତି ଗୁରୁତ୍ୱ ଦେଇଛନ୍ତି ।

ସେହି ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବର୍ଷା ଜଳର ମୁକ୍ତ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ସଂକୁଚିତ ହୋଇଥିବା ଜଳ ନିଷ୍କାସନ ଏବଂ ପାର୍ଶ୍ୱ ଡ୍ରେନଗୁଡିକ ସିଲ୍ଟ, ଉଦ୍ଭିଦ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକରୁ ସଫା କରାଯାଇଛି। ସେତୁଗୁଡ଼ିକର ଜଳପଥଗୁଡିକ ଉଦ୍ଭିଦ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକରୁ ସଫା କରାଯାଇଛି । ଏହା ବ୍ୟତୀତ, ଗଛର ଶାଖା କାଟିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯାହା ଦ୍ୱାରା ଓଭର ହେଡ଼ ଇକୁଇପମେଣ୍ଟ  ଉପରେ ଗଛ ପଡି ଯେପରି ବ୍ୟାଘାତ ସୃଷ୍ଟି ନହୁଏ।

ବିଭିନ୍ନ ସ୍ତରରେ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରାଯାଉଛି। କେନାଲ ଏବଂ ଡେଞ୍ଜର ସ୍ତର କ୍ଷେତ୍ରରେ ପୂର୍ଣ୍ଣ ଯୋଗାଣ ସ୍ତର  ଅବ୍ୟୁଟମେଣ୍ଟ ନିକଟରେ ଥିବା ପ୍ରତ୍ୟେକ ପାଇର୍ ଉପରେ ଉଜ୍ଜ୍ୱଳ ଲାଲ୍ ବ୍ୟାଣ୍ଡରେ ରଙ୍ଗ ଦିଆଯାଇଛି ଯାହା ଦ୍ୱାରା ପାଟ୍ରୋଲମ୍ୟାନ୍, ଷ୍ଟେସନାରୀ ୱାଚମ୍ୟାନ୍ ଏବଂ ଡ୍ରାଇଭରମାନେ ସ୍ପଷ୍ଟ ଭାବରେ ରେଳ ମାର୍ଗକୁ ଦେଖି ପାରିବେ। ଟ୍ରାକରେ ଜଳ ସ୍ଥଗିତ ନହେବା ପାଇଁ ବ୍ୟବସ୍ଥା କରାଯାଇଛି। ଷ୍ଟେସନ ୟାର୍ଡରେ, କ୍ରସ୍ ଡ୍ରେନ୍ ଏବଂ ଦ୍ରାଘିମା ଡ୍ରେନ୍ ଗୁଡିକ ସଫା କରାଯାଇ ଉପଯୁକ୍ତ ଗ୍ରେଡ୍ ପ୍ରଦାନ କରାଯାଇଛି।

ପାଟ୍ରୋଲିଂ ଦ୍ୱାରା ରେଲୱେ ଟ୍ରାକର ପାଟ୍ରୋଲିଂ ମଧ୍ୟ ଯୋଜନା କରାଯାଇଛି। ସେମାନେ ବିପଦ କିମ୍ବା ବାଧା ଉପରେ ନଜର ରଖିବା ସହିତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଟ୍ରେନ ଚଳାଚଳକୁ ସୁରକ୍ଷିତ ରଖିବା ପାଇଁ ନିଶ୍ଚିତ କରିବେ। ମୋବାଇଲ୍ ପାଟ୍ରୋଲିଂ ସହିତ ଷ୍ଟେସନାରୀ ପାଟ୍ରୋଲିଂ ଏବଂ ୱାଚମେନଙ୍କୁ ମଧ୍ୟ ଅତି ସମ୍ବେଦନଶୀଳ ସ୍ଥାନମାନଙ୍କରେ ରେଳ ସେକ୍ସନ ମାନଙ୍କରେ ନିୟୋଜିତ କରାଯାଇଛି।

ଯେଉଁଠାରେ ୱାଶଆଉଟ୍ / ସ୍ଲିପ୍ ହେବାର ସମ୍ଭାବନା ଅଛି ସେହି ସ୍ଥାନମାନଙ୍କରେ ପ୍ରବଳ ବର୍ଷାକୁ ନଜରରେ ରଖି ବିଭାଗୀୟ ଗ୍ୟାଙ୍ଗମେନ ଟ୍ରାକର ପାଟ୍ରୋଲିଂର ଆୟୋଜନ କରିବେ ଏବଂ ଟ୍ରେନଗୁଡିକ ଯାତାୟାତ ପାଇଁ ଟ୍ରାକ ସୁରକ୍ଷିତ କରିବାକୁ
ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟ୍ରାକ, ରେଳ ପୋଲ ଗୁଡ଼ିକର ବ୍ରିଜ ମରାମତି ସେବା ବ୍ୟବସ୍ଥା ସାମଗ୍ରୀ ଯଥା ବୋଲଡର, ବାଲି, ସିଣ୍ଡର, କ୍ୱାରି ଡଷ୍ଟ, ବାଲାଷ୍ଟକୁ ଚିହ୍ନିତ ସ୍ଥାନମାନଙ୍କରେ ରଖାଯାଇଅଛି। ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ଓ ଉପକରଣକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଅଛି। ବ୍ରିଜ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରି ରଖାଯାଇଅଛି ଯେପରି ଆବଶ୍ୟକତା ଅନୁସାରେ କାର‌୍ୟ୍ୟକାରୀ ହୋଇ ପାରିବ। ପୂର୍ବତଟ ରେଳପଥ ସର୍ବଦା ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହିଛି।

Categories
Cyclone ଆଜିର ଖବର ଜାତୀୟ ଖବର

Cyclone Impact: ଭୁବନେଶ୍ବରରେ ଆରମ୍ଭ ହେଲା ବାତ୍ୟାର ପ୍ରଭାବ, ପ୍ରବଳ ବର୍ଷା

ଭୁବନେଶ୍ବର: ଭୀଷଣ ବାତ୍ୟା ଅସାନି ପ୍ରଭାବ ଧିରଧିରେ ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି କହିଥିଲା। ହେଲେ ଆଜିଠାରୁ ବର୍ତ୍ତମାନ ବର୍ଷାର ପ୍ରଭାବ ଅନୁଭୂତ ହେଲାଣି। ଆଜି ଭୁବନେଶ୍ବରରେ ମଧ୍ୟାହ୍ନ ବେଳକୁ ଆକାଶ ମେଘାଛନ୍ନ ରହିଥିଲା। ଧିରେଧିରେ ଏହା କଳାହାଣ୍ଡିଆ ମେଘରେ ପରିଣତ ହୋଇଥିଲା।

ବର୍ତ୍ତମାନ ସଦ୍ୟତମ ସୂଚନା ଅନୁସାରେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏପରିକି ଉପକୂଳ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଥିବାର ଜଣାପଡିଛି। ବର୍ତ୍ତମାନ ଭୀଷଣ ବାତ୍ୟା ଧିରଧିରେ ଉପକୂଳ ଆଡକୁ ମୁହାଁଇବାରେ ଲାଗିଛି। ଏହା ସ୍ଥଳଭାଗ ସ୍ପର୍ଶ କରୁ ନ ଥିଲେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏପରିକି ଓଡିଶାର ବନ୍ଦରଗୁଡିକରେ ଦୁଇ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ଘଣ୍ଟା ପ୍ରତି ୨୧ କିମି ବେଗରେ ଆସୁଛି ବାତ୍ୟା ‘ଅସାନି’

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଏହି ଭୀଷଣ ବାତ୍ୟା। ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ରହିଛି।

ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଅସାନୀ ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ। ତେବେ ଏହାର ପ୍ରଭାବରେ ଆସନ୍ତାକ।ଲି ସନ୍ଧ୍ୟାରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Alert: ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା, ଦୁଇଦିନ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’  ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ।ବର୍ତ୍ତମାନ ଅସାନି ପୁରୀ ଠାରୁ ୯୨୦ କିମି ଦୂରରେ ରହିଛି।

ତେବେ ଏହି ଅତିକ୍ରମ ବେଳେ ରାଜ୍ୟରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ବର୍ତ୍ତମାନ ବାତ୍ୟା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟବର୍ତ୍ତି ହେବ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।