ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୫୮ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

Published: May 14, 2022, 10:39 am IST

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ୨,୮୪୧ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୧୮,୦୯୬ ଟି ସକ୍ରିୟ ମାମଲା ରହିଛି। ଏଥି ସହିତ ଦେଶରେ ୪,୨୫,୭୬,୮୧୫ ଜଣ ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Related posts