Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଠାରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱର ଠାରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ବଢ଼ାଇବା ପାଇଁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ୟୁନିଟ୍ -୩ ସ୍ଥିତ ଓଡ଼ିଶାର ସର୍ବପୁରାତନ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଶତାବ୍ଦୀ। ଏହି ସମୟରେ ନୂଆପିଢିର ଛାତ୍ରଛାତ୍ରୀମାନେ ଦେଶର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ସ୍ୱର୍ଗତ ଡ଼.ଏପିଜେ ଅବଦୁଲ କଲାମଙ୍କ ପରି ବାଲ୍ୟକାଳରୁ ଦେଶ ପାଇଁ ସ୍ୱପ୍ନ ଦେଖିବା ଦରକାର।

ବର୍ତ୍ତମାନର ଅଧୁନିକ ସମୟରେ ୬ ବର୍ଷରୁ ୧୨ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ମାନଙ୍କରେ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷାଦାନ ପାଇଁ ଭର୍ଚ୍ଚୁଆଲ ଲାବ୍ରୋଟୋରୀର ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ କରିବା ଓ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପାଇଁ ଅଟଳ ଟିଙ୍କରି ଲ୍ୟାବ୍ ଏକ ବଡ଼ ପଦକ୍ଷେପ।

ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ୩ ବର୍ଷରୁ ୨୩ ବର୍ଷ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବାଲବାଟିକା ଠାରୁ ଗବେଷକ ହେବା ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଆଯାଇଛି। ନୂଆପିଢ଼ିଙ୍କୁ ଭାରତୀୟତା ଆଧାରରେ ଯୋଡ଼ିବା, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଓ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଦେବା ଶିକ୍ଷା ନୀତିର ମୂଳ ଲକ୍ଷ୍ୟ।

ରାଜଧାନୀର ଏହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋକଙ୍କ ଦାୟିତ୍ୱରେ ଆଜି ଏକ ବଡ଼ ଅନୁଷ୍ଠାନରେ ପରିଣତ ହୋଇଛି। ଭାରତ ସରକାରଙ୍କ ନୀତି ଆୟୋଗ ଯୋଜନା ଅନ୍ତର୍ଗତ ଏହି ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବା ଆନନ୍ଦର ବିଷୟ। ଏହି ପଦକ୍ଷେପ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ଉଜ୍ଜିବୀତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍କୁଲର ଲ୍ୟାବ୍ କକ୍ଷ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଅଭିନବ ଉପକରଣକୁ ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ।

ଅଟଳ ଟିଙ୍କରିଂ ଲ୍ୟାବ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026
Latest News

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.