କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୨୦୨ ନୂତନ ଆକ୍ରାନ୍ତ ଚିହ୍ନଟ

Published: May 16, 2022, 10:47 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୨୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଗତକାଲି ତୁଳନାରେ ୧୧.୫ ପ୍ରତିଶତ କମ୍ ଅଟେ। ଏହି ସମୟ ମଧ୍ୟରେ କରୋନା ଯୋଗୁଁ ସାରା ଦେଶରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୫ ଲକ୍ଷ ୨୪ ହଜାର ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନାରେ ସକ୍ରିୟ ମାମଲା ସଂଖ୍ୟା ୧୭ ହଜାର ୩୧୭ ଅଟେ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୫୫୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ, ଏହି ମାରାତ୍ମକ ଜୀବାଣୁରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୮୨ ହଜାର ୨୪୩ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଭାରତରେ ସମୁଦାୟ ୪ କୋଟି ୩୧ ଲକ୍ଷ ୨୩ ହଜାର ୮୦୧ ଜଣ ଆକ୍ରାନ୍ତ ହୋଇଛନ୍ତି।

Related posts