ଓଡିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ଉଦୟପୁରରେ ନିରଂଜନଙ୍କ ସହ ଆଲୋଚନା

Published: May 16, 2022, 11:32 am IST

ଭୁବନେଶ୍ବର: ଓଡିଶା କଂଗ୍ରେସକୁ ମଜବୁତ କରିବା ପାଇଁ ଖୁବ ଶିଘ୍ର ଓଡିଶା ଆସିବେ କଂଗ୍ରେସ ନେତ୍ରୀ ତଥା ଏଆଇସିସିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ଏହା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ରାଜସ୍ଥାନର ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ ନିରଂଜନ ଯୋଗଦେଇଛନ୍ତି। ସେଠାରେ ସେ ପ୍ରିୟଙ୍କାଙ୍କ ସହିତ ଆଲୋଚନା କରିଥିଲେ।

ଏଥିସହିତ ନିରଂଜନ ରାହୁଳ ଗାନ୍ଧୀ, ସୋନିଆ ଗାନ୍ଧୀ, ସଚିନ ପାଇଲଟ, ଜନର୍ଦ୍ଦନ ଦ୍ବୀବେଦି, କେ ସି ଭେନୁଗୋପାଳଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଓଡିଶାରେ ଲୋକେ ଏକ ବିକଳ୍ପ ଖୋଜୁଥିବାରୁ କଂଗ୍ରେସ ପାଇଁ ଏହା ଏକ ବଡ ସୁଯୋଗ। ସେଥିପାଇଁ ଏହି ନେତାମାନେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ନିଷ୍ପତି କରିଛନ୍ତି ବୋଲି ନିରଂଜନ କହିଛନ୍ତି।

Related posts