ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୨୩୬୪ ଆକ୍ରାନ୍ତ: କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦

Published: May 19, 2022, 10:59 am IST

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୨ ହଜାର ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କରୋନାରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହା ପରେ କରୋନାର ମୋଟ ସକ୍ରିୟ ମାମଲା ୧୫ ହଜାର ୪୧୯ ରେ ପହଞ୍ଚିଛି।

ଏହାପୂର୍ବରୁ ଗତକାଲି ଦେଶରେ ମୋଟ ୧ ହଜାର ୮୨୯ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା ଏବଂ ଏହି କାରଣରୁ ୩୩ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ ଗତ କିଛି ଦିନ ହେବ ଦେଶରେ କରୋନା ମାମଲାରେ ଆଶ୍ଵସ୍ତି ମିଳୁଛି। ଯେତେବେଳେ କି କିଛି ସପ୍ତାହ ପୂର୍ବରୁ ମାମଲାଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିଲା। ଯାହା କରୋନାର ପରବର୍ତ୍ତୀ ତରଙ୍ଗ ଭାବରେ ଦେଖାଯାଉଥିଲା। ବଢୁଥିବା ମାମଲାଗୁଡ଼ିକର ଏହି ଧାରା ଅଧିକ ସମୟ ରହିଲା ନାହିଁ ଏବଂ ବର୍ତ୍ତମାନ ନୂତନ ମାମଲାଗୁଡ଼ିକରେ କ୍ରମାଗତ ହ୍ରାସ ଘଟିଛି।

କିନ୍ତୁ ଗତକାଲି ତୁଳନାରେ ଆଜି କରୋନା ମାମଲାରେ ବୃଦ୍ଧି ଘଟିଛି। ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବାବେଳେ। ବର୍ତ୍ତମାନ ଭାରତରେ ସମୁଦାୟ କରୋନା ମାମଲା ୪ କୋଟି ୩୧ ଲକ୍ଷ ୨୯ ହଜାର ୫୬୩ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୩୦୩ କୁ ବୃଦ୍ଧି ପାଇଛି।

Related posts