Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନର୍ଥ-ଇଷ୍ଟ୍ ରିସର୍ଚ୍ଚ କନକ୍ଲେଭ ଏବଂ ଆସାମ ବାୟୋଟେକ୍ କନକ୍ଲେଭର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ନର୍ଥ-ଇଷ୍ଟ୍ ରିସର୍ଚ୍ଚ କନକ୍ଲେଭ ଏବଂ ଆସାମ ବାୟୋଟେକ୍ କନକ୍ଲେଭର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୌହ୍ୱାଟି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଗୌହ୍ୱାଟି ଠାରେ ‘ନର୍ଥ-ଇଷ୍ଟ୍ ରିସର୍ଚ୍ଚ କନକ୍ଲେଭ(ଏନଇଆରସି)’ ଏବଂ ଅନ୍ୟ ଏକ ପୃଥକ ‘ଆସାମ ବାୟୋଟେକ୍ କନକ୍ଲେଭ ୨୦୨୨’ରେ ଯୋଗ ଦେଇ ଦେଶକୁ ନୂତନ ଶିଖରକୁ ନେବା ପାଇଁ କର୍ତବ୍ୟ ଏବଂ ଦାୟିତ୍ୱ ପଥରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଦୁଇଦିନିଆ ଆସାମ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଏହି ଦୁଇଟି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଛନ୍ତି ଯେ ଗବେଷଣା ପରିସଂସ୍ଥାନକୁ ମଜଭୂତ କରିବା, ତୃଣମୂଳ ସ୍ତରରେ ନବସୃଜନକୁ ପ୍ରୋତ୍ସାହନ ଦେବା ଏବଂ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ର ପରାମର୍ଶ ଅନୁସାରେ ଦେଶରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ଗବେଷଣା ପ୍ରତିଷ୍ଠାନ(ଏନଆରଏଫ) ସ୍ଥାପନ ହେବାକୁ ଯାଉଛି। ଦେଶ ସମସ୍ୟାର ସମାଧାନ ବାହାର କରିବା ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। ଏହାବ୍ୟତିତ ସମାଜର ଅସହାୟଙ୍କ କଲ୍ୟାଣ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ଦରକାର।

ନର୍ଥ-ଇଷ୍ଟ୍ ରିସର୍ଚ୍ଚ କନକ୍ଲେଭରେ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷଙ୍କ ଯୋଗଦାନ ଉତର-ପୂର୍ବାଂଚଳରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ଥିବା ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଇଆଇଟି ଗୌହ୍ୱାଟି ଠାରେ ଅନୁଷ୍ଠିତ ଏହି କନକ୍ଲେଭ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ପଲିସି ମେକର୍ସଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବ। ଏହାବ୍ୟତିତ ଉତର ପୂର୍ବ ରାଜ୍ୟ ସମୂହ ଏବଂ ଦେଶରେ ଗବେଷଣା, ଷ୍ଟାଟ୍ ଅପ, ଉଦ୍ୟୋଗୀ ପରିସଂସ୍ଥାନକୁ ଆହୁରି ଶକ୍ତିଶାଳୀ କରିବ । ଏହି କନକ୍ଲେଭ ଭାରତ ଏବଂ ବିଶ୍ୱର ଗବେଷଣାର ବିକାଶକୁ ପ୍ରଧାନ୍ୟ ଦେବା ସହ ଦୁନିଆରେ ଏକ ନୂଆ ବେଂଚମାର୍କ ସ୍ଥାପନ କରିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆଇଆଇଟି ଗୌହ୍ୱାଟି କ୍ୟାମ୍ପସ ପରିସରରେ ‘ଆସାମ ଆଡଭାନ୍ସ ହେଲଥ ଇନୋଭେସନ ଇନଷ୍ଟିଚ୍ୟୁଟ୍‌’ ପ୍ରତିଷ୍ଠା କରିବା ପାଇଁ ଆସାମ ସରକାରଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇ ଯାଇଛି। ଆଇଆଇଟି ଗୌହ୍ୱାଟୀରେ ଏହି ବିଶ୍ୱମାନର ମଲଟି ସ୍ପେଶାଲିଟି ହସ୍ପିଟାଲ ଏବଂ ନର୍ଥ-ଇଷ୍ଟ ରିସର୍ଚ୍ଚ କନକ୍ଲେଭ ବିଶ୍ୱର ଅନେକ ବିଶେଷଜ୍ଞ ମାନଙ୍କୁ ଏଠାକୁ ଆଣିବାରେ ସହାୟକ ହେବ। ସ୍ଥାନୀୟ ଅଂଚଳରେ ସ୍ୱାସ୍ଥ୍ୟସେବା ଏବଂ ମେଡ଼ିକାଲ ଗବେଷଣାରେ ନୂଆ ଯୁଗ ଆରମ୍ଭ ହେବ। ଭାରତ ପାଇଁ ଜ୍ଞାନ ଆଧାରିତ ସମାଜର ଏକ ଦୃଢ ମୂଳଦୁଆ ପକାଇବ।

‘ଆସାମ ବାୟୋଟେକ୍ କନକ୍ଲେଭ’ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ବାୟୋ ଟେକ୍ନୋଲୋଜି ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏଥିପାଇଁ ଏହି କ୍ଷେତ୍ରର ଷ୍ଟେକ୍ ହୋଲ୍ଡରଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଜୈବ ବିବିଧତାର ସୁରକ୍ଷା ପାଇଁ ଆମକୁ ଏକ ନୂଆ ମଡେଲ ତିଆରି କରିବାର ଆବଶ୍ୟକତା ରହିଛି। ଆସାମ ସରକାର ଜୈବ ବିବିଧତାର ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ, ନର୍ଥ-ଇଷ୍ଟ ରିସର୍ଚ୍ଚ କନକ୍ଲେଭ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ସହ ଏକ ପ୍ରଦର୍ଶନୀ ମେଳା ଏବଂ ଏକ୍ସପୋ ଷ୍ଟଲ୍ ଉଦ୍‌ଘାଟନ କରିଥିଲେ। ଏହିି ଅବସରରେ ଶ୍ରୀ ପ୍ରଧାନ ଅନେକ ଉଦ୍ୟୋଗୀ ପ୍ରତିନିଧି ମଣ୍ଡଳି ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଇନୋଭସନକୁ ଦେଖିଥିଲେ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.