Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମାଞ୍ଚଳରେ ବାସ କରୁଥିବା ଜନତାଙ୍କ ବିକାଶରେ ଦେଶର ବିକାଶ ନିହିତ: କୃଷି ମନ୍ତ୍ରୀ
ଆଜିର ଖବର

ଗ୍ରାମାଞ୍ଚଳରେ ବାସ କରୁଥିବା ଜନତାଙ୍କ ବିକାଶରେ ଦେଶର ବିକାଶ ନିହିତ: କୃଷି ମନ୍ତ୍ରୀ

May 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ମହୁମାଛି ଦିବସ ଆଜି ବହୁତ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଉପସ୍ଥିତିରେ ଗୁଜୁରାଟର ନର୍ମଦା ସ୍ଥିତ ଏକତାନଗରର ଟେଣ୍ଟ ସିଟି-୨ରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ତୋମର କାର୍ଯ୍ୟକ୍ରମ ସ୍ଥଳରେ ପୁଲୱାମା, ବାନ୍ଦିପୁରା ଏବଂ ଜାମ୍ମୁ କାଶ୍ମୀରର ଜମ୍ମୁ, କର୍ଣ୍ଣାଟକର ତୁମକୁର, ଉତ୍ତରପ୍ରଦେଶର ସାହାରଣପୁର, ମହାରାଷ୍ଟ୍ରର ପୁଣେ ଏବଂ ଉତ୍ତରାଖଣ୍ଡରେ ମହୁ ପରୀକ୍ଷଣ ଲାବୋରେଟୋରୀ ଏବଂ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ଏକ ପ୍ରଦର୍ଶନୀକୁ ଗୁଜୁରାଟରୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି। ଶ୍ରୀ ତୋମର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା ସମୟରେ ବିଭିନ୍ନ ରାଜ୍ୟର ମହୁଚାଷୀମାନେ କହିଛନ୍ତି ଯେ, ଏଭଳି ଅତିରିକ୍ତ କାର୍ଯ୍ୟକଳାପ ହେତୁ ସେମାନଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇଛି। ଶ୍ରୀ ତୋମର କହିଛନ୍ତି, କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଲକ୍ଷ୍ୟ। ସେ କହିଛନ୍ତି ଯେ ଭାରତ ଜନସଂଖ୍ୟାର ପ୍ରାୟ ୫୫ ପ୍ରତିଶତ ଗ୍ରାମାଞ୍ଚଳରେ ରହୁଛନ୍ତି ଏବଂ ଗ୍ରାମାଞ୍ଚଳର ଅଧାରୁ ଅଧିକ ଲୋକଙ୍କର ପ୍ରଗତି ହୋଇପାରିଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ସହିତ ଅଗ୍ରଗତି କରିବ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦେଶରେ କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି। ଭାରତ ସରକାର ଦେଶରେ ବିଶ୍ୱ ସ୍ତରୀୟ ପରୀକ୍ଷାଗାରମାନ ସ୍ଥାପନ କରିଛନ୍ତି। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାରେ “ଜାତୀୟ ମହୁମାଛିପାଳନ ଏବଂ ମହୁ ମିଶନ” ଅନ୍ତର୍ଗତ ୫ ଟି ବଡ ଆଞ୍ଚଳିକ ଏବଂ ୧୦୦ ଟି ଛୋଟ ମହୁ ଏବଂ ଅନ୍ୟାନ୍ୟ ମହୁମାଛି ଉତ୍ପାଦ ପରୀକ୍ଷଣ ଲାବୋରେଟୋରୀ ପ୍ରତିଷ୍ଠାପାଇଁ ଲକ୍ଷ୍ୟ ରହିଛି, ସେଥିମଧ୍ୟରୁ ୩ ଟି ବିଶ୍ୱ ସ୍ତରୀୟ ଅତ୍ୟାଧୁନିକ ଲାବୋରେଟୋରୀ ସ୍ଥାପନ କରାଯାଇଛି। ଅନ୍ୟ ୨୫ ଟି ଛୋଟ ଲାବୋରେଟୋରୀ ପ୍ରତିଷ୍ଠା ପ୍ରକ୍ରିୟାରେ ଅଛି। କ୍ଷୁଦ୍ର ଚାଷୀଙ୍କୁ ମହୁ ପରୀକ୍ଷା ପାଇଁ ଅଧିକ ଯାତ୍ରା କରିବାକୁ ପଡ଼ିବ ନାହିଁ ବୋଲି ଉଦ୍ୟମ କରାଯାଉଛି। ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ପାଇଁ ଭାରତ ସରକାର ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି। ଦେଶରେ ୧.୨୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ମହୁ ଉତ୍ପାଦନ ହେଉଛି, ଯେଉଁଥିରୁ ୬୦ ହଜାର ମେଟ୍ରିକ ଟନରୁ ଅଧିକ ପ୍ରାକୃତିକ ମହୁ ରପ୍ତାନି ହେଉଛି। ବିଶ୍ୱ ବଜାରକୁ ଆକର୍ଷିତ କରିବା ପାଇଁ ଘରୋଇ ମହୁର ଗୁଣମାନରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାର ମିଳିତ ପ୍ରୟାସ  କରୁଛନ୍ତି  ଏବଂ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରି ମହୁ ଉତ୍ପାଦନ ପାଇଁ ମହୁଚାଷୀଙ୍କ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି।

ଶ୍ରୀ ତୋମାର କହିଛନ୍ତି ଯେ ଯେତେବେଳେ ଶ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଗୁଜରାଟର ବିକାଶରେ ନୂତନ ଦିଗ ସ୍ଥିର କରିଥିଲେ। ଦାରିଦ୍ର‌୍ୟ ଦୂରୀକରଣ, ରୋଜଗାର ସୃଷ୍ଟି, ସ୍ୱାସ୍ଥ୍ୟ ସୁବିଧା ବିକାଶ, କୃଷକମାନଙ୍କୁ ଜଳସେଚନର ପର୍ଯ୍ୟାପ୍ତ ଉପଲବ୍ଧତା ଦୃଷ୍ଟିରୁ ଗୁଜୁରାଟ ମୋଦୀ ଜିଙ୍କ ନେତୃତ୍ୱରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସଫଳ ହୋଇଥିଲା। ଅନ୍ୟମାନଙ୍କ ପାଇଁ ଗୁଜୁରାଟର ବିକାଶ ଏକ ଆଦର୍ଶ ପାଲଟିଛି।

ଶ୍ରୀ ତୋମାର କହିଛନ୍ତି ଯେ ଦେଶରେ ଅସମାନତା ସମାପ୍ତ ହେବା ଉଚିତ ଏବଂ ସେଠାରେ ସାମାଜିକ-ଅର୍ଥନୈତିକ ସ୍ଥିତିକୁ ବଢାଇବା ପାଇଁ ଗରିବ ଲୋକଙ୍କ ଜୀବନଧାରଣରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ଏବଂ ଏହି ଦିଗରେ କାର୍ଯ୍ୟ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ପରେ ଗୋଟିଏ ଗଠନମୂଳକ କାର୍ଯ୍ୟକ୍ରମ ଏବଂ ଯୋଜନା କାର୍ଯ୍ୟକାରୀ ହେଉଛି। ଜନ ଧନ ଆକାଉଣ୍ଟ ଖୋଲିବା ପରେ ଆଜି ସୁଦ୍ଧା ବ୍ୟାଙ୍କରେ ୪୩ କୋଟିରୁ ଅଧିକ ଲୋକଙ୍କ ଆକାଉଣ୍ଟ ଖୋଲିବା ସହିତ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ଏହି ଆକାଉଣ୍ଟଣ୍ଟଗୁଡିକ ଜିରୋ ବାଲାନ୍ସରେ ଖୋଲାଯାଇଥିଲା, ଯେଉଁଥିରେ ୧.୪୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, ଯାହା ଦେଶର ଅର୍ଥନୀତିକୁ ମଜବୁତ କରିଥିଲା।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସେହିଭଳି ଦେଶର କ୍ଷୁଦ୍ର ଚାଷୀମାନେ ଏଫ୍‍ପିଓ ଏବଂ ହନି ମିଶନ ଭଳି ଯୋଜନା ଉପରେ ଧ୍ୟାନ ଦେଇଛନ୍ତି। ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଜରିଆରେ ମହୁମାଛି ପାଳନ ପାଇଁ ଆତ୍ମର୍ନିଭରଶୀଳ ଭାରତ ଅଭିଯାନ ଅଧୀନରେ ୫୦୦ କୋଟି ଟଙ୍କା ଦିଆଯାଇଛି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ଯେ ମହୁମାଛି ପାଳନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ସହିତ ସରକାର ଆବଶ୍ୟକ ସମ୍ବଳ ଯୋଗାଇ ଦେଇଛନ୍ତି। ମହୁଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଶ୍ରୀ ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ ମହାମାରୀ ସମୟରେ ମଧ୍ୟ ଚାଷୀଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି।

ଗୁଜୁରାଟର କୃଷି ମନ୍ତ୍ରୀ ରାଘବଜୀ ପଟେଲ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗୁଜୁରାଟ ରାଜ୍ୟ ଚୟନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗୁଜୁରାଟର କୃଷକମାନଙ୍କୁ ଅଧିକ ଆୟ ଲାଗି ବୈଜ୍ଞାନିକ ପ୍ରଣାଳୀରେ ମହୁଚାଷ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ସ୍ଲୋଭେନିଆ ରିପବ୍ଲିକର ରାଷ୍ଟ୍ରଦୂତ ମାଟେଜା ଭୋଡେବ, ଭାରତରେ ଏଫ୍‍ଏଓର ପ୍ରତିନିଧି କୋଣ୍ଡା ରେଡ୍ଡୀ ଚାଭା, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ ମନୋଜ ଅହୁଜା, ଅତିରିକ୍ତ ସଚିବ, ଡକ୍ଟର ଅଭିଲକ୍ଷ୍ୟ ଲିକ୍ଷି, ଉଦ୍ୟାନ କମିଶନର, କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଡକ୍ଟର ପ୍ରଭାତ କୁମାର, ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ମନୀଷ ଶାହା, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ବହୁ ସଂଖ୍ୟାରେ କୃଷକ / ମହୁଚାଷୀ ଏବଂ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।

BJP Ads
ନରେନ୍ଦ୍ର ସିଂହ ତୋମର ବିଶ୍ୱ ମହୁମାଛି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025
BJP Ads
Latest News

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.